Viral vedeo: ପାଦ ସ୍ପର୍ଶ କରିବାକୁ ଆସିଥିଲା ନାବାଳକ; ଅଟକାଇ ଦେଲେ ବିସ୍ମୟ କ୍ରିକେଟର

10 minutes ago 1
ARTICLE AD BOX

ନୂଆଦିଲ୍ଲୀ: କ୍ରିକେଟ୍‌ ପଡ଼ିଆରେ ନିଜର ବିସ୍ଫୋରକ ଛକା ଏବଂ ବ୍ୟାଟିଂ ପାଇଁ ବିଶ୍ବରେ ପରିଚିତ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ୧୫ ବର୍ଷୀୟ ବିସ୍ମୟ ବାଳକ ଯାହା କରିଛନ୍ତି ତାହା ଦେଖିଲେ ଆପଣ ମଧ୍ୟ କହିବେ ସାବାସ୍‌। ନିକଟରେ ବୈଭବ ସୂର୍ଯ୍ୟବଂଶୀ ହୃଦୟ ଜିତିଲା ଭଳି ଏକ କାମ କରିଛନ୍ତି, ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଅନେକ କହୁଛନ୍ତି ବାଃ ବାଃ ବୈଭବ। 

ସୋସିଆଲ ମିଡିଆରେ ବୈଭବଙ୍କୁ ନେଇ ଏକ ଭିଡିଓ ଦ୍ରତଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଯେ, ଜଣେ ‌ନାବାଳକ ପଡ଼ିଆ ଭିତରକୁ ପ୍ରବେଶ କରୁଛି ଏବଂ ବୈଭବଙ୍କ ପାଦ ସ୍ପର୍ଶ କରିବାକୁ ଉଦ୍ୟମ କରୁଛି। କିନ୍ତୁ ନାବାଳକକୁ ବୈଭବ ଅଟକାଉଛନ୍ତି। ପ୍ରଶଂସକମାନେ ବୈଭବଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। 

Cricket: ୧୦ ଛକା ଏବଂ ୯ ଚୌକା; ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ

ପିଲାଙ୍କ ସହିତ ଗପିଲେ ‌ବୈଭବ
ସୟଦ ମୁସ୍ତାକ ଅଲି ଟ୍ରଫିରେ ଯେତେ‌ବେଳେ ବିହାର ପାଇଁ ଅଧିନାୟକ ଭାବେ ବୈଭବ ସୂର୍ଯ୍ୟବଂଶୀ ପଦାର୍ପଣ କରିଛନ୍ତି ଏବଂ ପିଲାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଏହି ଘଟଣା ଘଟିଛି। ଏହି ସମୟରେ କିଛି ଛୋଟ ପିଲାମାନେ ବୈଭବଙ୍କ ସହିତ ଫଟୋ ନେବା ପାଇଁ ଆସିଥିଲେ। ବୈଭବ ମଧ୍ୟ ପିଲାମାନଙ୍କ ସହିତ ଖୁସିରେ ଫଟୋ ହୋଇଥିଲେ। ଏହାରି ମଧ୍ୟରେ ଭିଡ଼ ଭିତରେ ଜଣେ ନାବାଳକ ଆସିଥିଲା ଏବଂ ସମ୍ମାନ ଦେଖାଇବା ପାଇଁ ବୈଭବଙ୍କର ପାଦ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲା। ପିଲାଟି ଯେତେବେଳେ ମୁଣ୍ଡ ନୁଆଁଇବାକୁ ଚାହୁଁଥିଲା, ସତର୍କ ଥିବା ବୈଭବ ନିଜର ହାତ ବଢ଼ାଇ ଥିଲେ ଏବଂ ନାବାଳକୁ ଅଟକାଇଥିଲେ। ସ‌େ ପିଲାଟିକୁ ନିଜର ପାଦ ଛୁଇଁବାକୁ ସୁଯୋଗ ଦେଇ ନଥିଲେ। ପିଲାମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିଥିଲେ। ବୈଭବଙ୍କର ଏହି ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ବୈଭବଙ୍କୁ ପ୍ରଶଂସା କରୁଛନ୍ତି।

Kids Shouldn't Touch a Kid's Feet! 😄

After captaining his side for the first time in the SMAT, Vaibhav Suryavanshi posed for pictures with his young fans.

When some kids approached him to touch his feet, Vaibhav immediately stopped them. ❤️ pic.twitter.com/Q6MAllrY7k

— Mukku (@Cric_Mukku) November 14, 2026

ବୈଭବଙ୍କ ପାଇଁ ସ୍ମରଣୀୟ ଦିନ 
ଏହି ଘଟଣା ବୈଭବଙ୍କ ପାଇଁ ଆହୁରି ସ୍ବତନ୍ତ୍ର। ବୈଭବଙ୍କ ପାଇଁ ଶନିବାର ଦିନ ଐତିହାସିକ ଥିଲା। କାରଣ ସେ ୧୫ବର୍ଷ ୨୩୨ ଦିନର ବୟସରେ ବିହାର ଟିମ୍‌ର ଅଧିନାୟକ ହୋଇ ଟି୨୦ କ୍ରିକେଟରେ ସବୁଠାରୁ କମ ବୟସରେ ଅଧିନାୟକ ହେବାର ନୂଆ ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ଅଧିନାୟକ ଭାବେ ନିଜର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିପାରି ନଥିଲେ। ସେ ୧୮ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। କିନ୍ତୁ ପଡ଼ିଆ ବାହାରେ ତାଙ୍କର ବ୍ୟବହାର ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.