3 Youths Injured in Bike Accident ବାଇକ୍ ଦୁର୍ଘଟଣାରେ ୩ ଯୁବକ ଆହତ, ୨ଜଣଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ୍‌ ସ୍ଥାନାନ୍ତର

10 minutes ago 1
ARTICLE AD BOX

ଘୁ.ଉଦୟଗିରି(ସମୀର ପାଢ଼ୀ): ଘୁ.ଉଦୟଗିରି କଳିଙ୍ଗା ରାସ୍ତାର ରାଇପଦା ଛକ ନିକଟ ମୁଣ୍ଡାମାଲାଙ୍ଗ ବୁଲାଣିରେ ଏକ ବାଇକ୍ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଘୁ.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ (ବଡ଼ ମେଡିକାଲ୍‌)କୁ ସ୍ଥାନାନ୍ତର କରାଯାଇଛି।

Accident: ବାଇକ୍‌ ଦୁର୍ଘଟଣାରେ କଲେଜ୍‌ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ
ସୂଚନା ଅନୁଯାୟୀ, କଳିଙ୍ଗା ଦୁଗୁଡ଼ିପାରି ଗ୍ରାମର ସଚିନ ପ୍ରଧାନ, କଳିଙ୍ଗା ଗେଟ୍ ନିକଟର ଇମ୍ରାନ ପ୍ରଧାନ ଏବଂ ଦୁଗୁଡ଼ିପାରି ମାହାନାଯୁର ଉଇସ ପ୍ରଧାନ ଆର୍‌-୧ ବାଇକ୍‌ରେ ଘୁ.ଉଦୟଗିରିରୁ କଳିଙ୍ଗା ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ମୁଣ୍ଡାମାଲାଙ୍ଗ ବୁଲାଣି ନିକଟରେ କଳିଙ୍ଗା ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଓଭରଟେକ୍‌ କରିବା ସମୟରେ ବାଇକ୍‌ ସହ ଘସି ହୋଇଯାଇଥିଲା। ତିନି ବାଇକ୍‌ଆରୋହୀ  ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। 

bike accident ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ୍ୟୁ, ୨ଗୁରୁତର
ଖବର ପାଇ ଘୁ.ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଏସ୍‌ଆଇ ରବୀନ୍ଦ୍ର ସେଠୀ, କନଷ୍ଟେବଳ ଗୋବିନ୍ଦ ମଲ୍ଲିକ ଏବଂ ଦୁଇଜଣ ଆଇଆର୍‌ବି ଯବାନଙ୍କ ସହ ସ୍ଥାନୀୟ ବାସିନ୍ଦା ଅମନ ଚନ୍ଦ୍ର ନାୟକ ଓ ଅଜୟ ପ୍ରଧାନ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଦୁଇଜଣ ଆହତଙ୍କୁ ପୁଲିସ ଗାଡ଼ିରେ ଏବଂ ଅନ୍ୟ ଜଣଙ୍କୁ ଅଗ୍ନିଶମ ବାହିନୀ ଗାଡ଼ିରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଆହତମାନଙ୍କ ଚିକିତ୍ସା କରିବା ପରେ ଦୁଇଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଏମକେସିଜି ମେଡିକାଲକୁ ପଠାଇଥିଲେ। ଅନ୍ୟ ଜଣେ ଘୁ ଉଦୟଗିରି ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ସୂଚନା ରହିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.