Tesla carrer: ଟେସଲାରେ କାମ କରିବାକୁ ଦରକାର ଏହି ଯୋଗ୍ୟତା; ଆପଣ କେତେ ଯୋଗ୍ୟ ଜାଣନ୍ତୁ

16 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ବର ଜଣାଶୁଣା କମ୍ପାନିଗୁଡ଼ିକ ମଧ୍ୟରେ ‘ଟେସଲା’ର ନାମ ଚର୍ଚ୍ଚାକୁ ଆସିଥାଏ। ଇଲେକ୍ଟ୍ରି କାର ନୂଆ ପ୍ରଯୁକ୍ତିବିଦ୍ୟାରେ ଆଗ୍ରହ ରଖୁଥିବା ଯୁବଗୋଷ୍ଠୀ ଏଠାରେ ଚାକିରି କରିବାକୁ ଚାହାଁନ୍ତି। କିନ୍ତୁ ଟେସଲାରେ ଚାକିରି ପାଇଁ ପାଇବା ପାଇଁ କେବଳ ଡିଗ୍ରି ଯଥେଷ୍ଟ ନୁହେଁ। ପ୍ରାର୍ଥୀଙ୍କ ପାଖରେ ସେହି କାମ ସହିତ ଜଡ଼ିତ ଭଲ ଜ୍ଞାନ ଏବଂ ଏହାକୁ କରିବାରେ ଦକ୍ଷତା ରହିବା ଦରକାର। କମ୍ପାନିରେ ଇଂଜିନିୟରିଂ, ସଫ୍ଟୱେୟର, ବ୍ୟାଟେରି, ମାର୍କେଟିଂ ଏବଂ ସେଲ୍ସ ଭଳି ବିଭାଗରେ କାମ କରିବାକୁ ସୁଯୋଗ ମିଳିଥାଏ। ଆସନ୍ତୁ ଜାଣିବା ଟେସଲାରେ ଚାକିରି ପାଇବା ପାଇଁ ଆଉ କ’ଣ ଯୋଗ୍ୟତା ଦରକାର। ଏହି କମ୍ପାନିରେ ଚାକିରି ପାଇଁବା ପାଇଁ କେମିତି ଆବେଦନ କରିବା? 

ଟେସଲାରେ ଚାକିରି ପାଇବା ପାଇଁ ଜରୁରି ଦକ୍ଷତା ଏହାରି ଉପରେ ନିର୍ଭର କରୁଛି ଯେ, ଆପଣ କେଉଁ ପଦରେ କାମ କରିବାକୁ ଚାହୁଁଛନ୍ତି। ଯଦି ଆପଣ ସଫ୍ଟୱେୟର ଅଥବା ଏଆଇ ବିଭାଗରେ କାମ କରିବାକୁ ଆଗ୍ରହୀ ଅଛନ୍ତି, କୋଡିଙ୍ଗ, କମ୍ପ୍ୟୁଟର ପ୍ରୋଗ୍ରାମିଂ ଏବଂ ମେସିନ ଲର୍ନିଂଗ ବିଷୟରେ ଜାଣିଥିବା ଦରକାର। ସେହିଭଳି ଇଂଜନିୟରିଂରେ କାମ କରିବାକୁ ହେଲେ ‌ଇଲେକ୍ଟ୍ରୋନିକ୍ସ, ମେକାନିକାଲ ଇଂଜିନିୟରିଂ ଏବଂ ସିଏଡି ସଫ୍ଟୱେୟର ପରିଚାଳନା ଜାଣିଥିବା ଦରକାର। 

ଭାରତରେ ଟେସଲା କାର ମୂଲ୍ୟ କେତେ ?

ଯଦି ଆପଣ ଇଲେ‌କ୍ଟ୍ରୋନିକ କାର ଏବଂ ବ୍ୟାଟେରି ସହିତ ଜଡ଼ିତ କାମ ଜାଣିବାକୁ ଚାହୁଁଛନ୍ତି, ବ୍ୟାଟେରି, ଇଲେକ୍ଟ୍ରିକାଲ ସିଷ୍ଟମ ଏବଂ ଗାଡ଼ିର ଟେକନିକୁ ଜାଣିବା ଦରକାର ଅଛି। ଏଥି ପାଇଁ ଆଇଟିଆଇ, ‌ଡିପ୍ଲୋମା ଅଥମା ଇଂଜିନିୟରିଂ ପଢ଼ାଇ ସାହାଯ୍ୟ କରିବ। ଏହା ବ୍ୟତୀତ ଟିମ ସହିତ କାମ କରିବା ଏବଂ ଜଟିଳ ସମସ୍ୟାର ସମାଧାନ ବାହାର କରିବାର ଦକ୍ଷତା ଜଣା ଥିବା ଦରକାର। 

କେମିତି କରିବେ ଆବେଦନ?
ଟେସଲାରେ ଚାକିରି ପାଇବା ପାଇଁ ସର୍ବ ପ୍ରଥମେ କମ୍ପାନିର ୱେବସାଇଟ୍‌କୁ ଯାଆନ୍ତୁ। ସେଠାରେ Careers ସେକ୍ସନରେ ପ୍ରବେଶ କରନ୍ତୁ। ଯୋଗ୍ୟତା ହିସାବରେ ଚାକିରି ଖୋଜନ୍ତୁ। ଆପଣ ଭାରତ ନା ଅନ୍ୟ ଦେଶରେ ଚାକିରି ଖୋଜୁଛନ୍ତି, ତାହା ଜାଣନ୍ତୁ। ଯେଉଁ ପଦବି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଏଥି ପାଇଁ ଯୋଗ୍ୟତା ଏବଂ ଜରୁରି ଦକ୍ଷତା ଉପରେ ଧ୍ୟାନ ଦିଅନ୍ତୁ। ଏହା ପରେ ରିଜ୍ୟୁମ ପ୍ରସ୍ତୁତ କରି ଅନ୍‌ଲାଇନରେ ଆବେଦନ କରନ୍ତୁ। 

ବିନା ଡ୍ରିଗ୍ରିରେ ମିଳିବ କି ଚାକିରି?
ଟେସଲାରେ ପ୍ରତ୍ୟେକ ଚାକିରି ପାଇଁ ଡିଗ୍ରି ଆବଶ୍ୟକ ନାହିଁ। କିଛି ପଦବିରେ ଆଇଟିଆଇ, ଡିପ୍ଲୋମା ଏବଂ କାର୍ଯ୍ୟର ଅନୁଭବ ସହାୟକ ହୋଇଥାଏ। ଇଂଜିନିୟରିଂ ଏବଂ ସଫ୍ଟୱେୟର ଭଳି ପଦ ପାଇଁ ସଂପର୍କିତ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ରହିଛି। ଏଠାରେ ଆବେଦନ ପୂର୍ବରୁ ଚାକିରି ସର୍ତ୍ତାବଳି ଦେଖନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.