Youth: ନାଳରେ ଯୁବକ ଭାସିଯିବା ଘଟଣା: ୪୦ଘଣ୍ଟା ପରେ ବି ପତ୍ତା ମିଳୁନି

1 hour ago 2
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ବରର ୪ନମ୍ବର ନାଳରେ ପଥରବନ୍ଧ ବସ୍ତିର ଅନୀଲ ସିଂ ଭାସିଯିବା ଘଟଣାକୁ ପ୍ରାୟ ୩୬ଘଣ୍ଟା ବିତିଛି। ମାତ୍ର ଏଯାବତ୍ ତାଙ୍କର କୌଣସି ପତ୍ତା ମିଳିନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅନୀଲ ଗଙ୍ଗୁଆ ନାଳକୁ ଭାସିଯାଇଛନ୍ତି ନା ଉକ୍ତ ଆବର୍ଜନା ପାହାଡ଼ ଓ ପଙ୍କରେ ପୋତି ହୋଇଯାଇଛନ୍ତି ତାକୁ ନେଇ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଯେଉଁଥିପାଇଁ ଅନୀଲଙ୍କୁ ଠାବ କରିବାରେ ଏକ ବଡ଼ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି।    

Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ

ଖବର ଅନୁସାରେ, ଆଜି ଭୋର୍ ୫ଟାରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାର ଥିଲା। ମାତ୍ର ଲଗାଣ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟରେ ୩ଘଣ୍ଟା ବିଳମ୍ବ ହୋଇଥିଲା। ପ୍ରାୟ ୮ଟା ବେଳକୁ ମଞ୍ଚେଶ୍ବର ଓ ଭୁବନେଶ୍ବର ଅଗ୍ନିଶମ ବାହିନୀର ସ୍ବତନ୍ତ୍ର ଟିମ୍ ସମେତ ଷ୍ଟ୍ରାଇକିଂ ଫୋର୍ସକୁ ସାଙ୍ଗରେ ଧରି ବାଣୀବିହାର ନାଳ ନିକଟରେ ପହଞ୍ଚିଥିଲା। ଗତକାଲି ପୋକଲିନ୍ ଜରିଆରେ ବାଣୀବିହାରର ୩ଟି ଗେଟ୍ ନିକଟରୁ ଆବର୍ଜନା ସଫେଇ କରାଯାଇଥିବାରୁ ଉଦ୍ଧାରକାରୀ ଦଳ ସିଧାସଳଖ ନାଳ ଭିତରକୁ ପଶିଥିଲେ। ନାଳର ପ୍ରତିଟି ଗେଟ୍‌କୁ ତନ୍ନତନ୍ନ କରି ଖୋଜିବା ସହିତ ବିଭିନ୍ନ ସ୍ଥାନରେ ବାଉଁଶ ଜରିଆରେ ପଙ୍କ ଓ ଖାଲ ସ୍ଥାନରେ ଖୋଜା ଯାଇଥିଲା। ମାତ୍ର ସେଭଳି କୌଣସି ସୁଫଳ ନ ମିଳିବାରୁ ଅଗ୍ନିଶମ ବାହିନୀ ଏକ ସ୍ବତନ୍ତ୍ର ରଣନୀତି ଆପଣାଇଥିଲା।

ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ବ ଦିଆଯାଉନି: ବସ୍ତିବାସିନ୍ଦା

ଉଦ୍ଧାରକାରୀ ଦଳ ୨ଟି ବିଲେଇ କଣ୍ଟା(ଗ୍ରାପ୍‌ଲିଂ ହୁକ୍) ଆଣି ଗଭୀର ସ୍ଥାନରେ ପକାଇଥିଲା। ଅନୀଲ ପଙ୍କର ଫସିଯାଇଥିବା ସନ୍ଦେହ କରି ଏହି କୌଶଳ ଆପଣାଯାଇଥିଲା। ମାତ୍ର ସେଥିରେ ବି ଫେଲ୍ ମାରିବା ପରେ ନାଳର ଗତିପଥ ଦେଇ ଯାଇଥିବା ରାସ୍ତାରେ ଅପରେସନ୍ ଆରମ୍ଭ କରାଯାଇଥିଲା। ପ୍ରଥମେ ପଥରବନ୍ଧ ବସ୍ତି ପରେ ଚକେଇସିଆଣୀ ଓ ଶେଷରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଯାଇଥିବା ଏହି ନାଳରେ ଖୋଜାଯାଇଥିଲା। ପ୍ରାୟ ୧୨ଘଣ୍ଟା କାଳ ନାଳରେ ଖୋଜିବା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ଆଜି ଖୋଜା ଅଭିଯାନକୁ ସ୍ଥଗିତ ରଖଯାଇଥିଲା। ରାତି ଅଧିକ ହୋଇଥିବାରୁ ଅଘଟଣ ଘଟିବା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ସକାଳ ୭ଟାରେଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ ପୁଣି ଅନୀଲଙ୍କୁ ଖୋଜିବେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ଅପରପଟେ ନିଖୋଜ ଅନୀଲଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ବିଏମ୍‌ସି ପକ୍ଷରୁ ସେଭଳି କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ। ଜରି ଗୋଟାଳି ତଥା ବସ୍ତି ପିଲା ବୋଲି ପ୍ରଶାସନ ସେମାନଙ୍କୁ ଗୁରୁତ୍ବ ଦେଉନାହିଁ। ଏଭଳି କିଛି ଅଭିଯୋଗ ଆଣି ପଥରବନ୍ଧ ବସ୍ତିର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ବାଣୀବିହାରର ୩ଟି କଲଭର୍ଟ ଓ ଗେଟ୍ ସମେତ ଅଗ୍ନିଶମ ବାହିନୀ ଅନୀଲଙ୍କୁ ଚକେଇସିଆଣୀ ପର୍ଯ୍ୟନ୍ତ ଖୋଜିଥିବାରୁ ଆସନ୍ତାକାଲି ସତ୍ୟବିହାରଦେଇ ଗଙ୍ଗୁଆରେ ପଡ଼ିଥିବା ନାଳ ପର୍ଯ୍ୟନ୍ତ ଖୋଜାଯିବ। ପଳାଶୁଣୀ ନିକଟରେ ଥିବା କଲଭର୍ଟରେ ଏକ ବଡ଼ଧରଣର ଅଳିଆ ପାହାଡ଼ ଥିବାରୁ ଅନୀଲ ସମ୍ଭବତଃ ସେଠାରେ ଅଟକି ଥାଇପାରନ୍ତି ବୋଲି ଆଗ୍ନିକ ଦଳ ଅନୁମାନ କରୁଛି। ମାତ୍ର ସେଠାରେ ନାଳର ଗଭୀରତା ପ୍ରାୟ ୧୦ଫୁଟ୍‌ରୁ ଅଧିକ ଥିବାରୁ ଆସନ୍ତାକାଲି ଏକ ବଡ଼ ଆହ୍ବାନ ହେବ ବୋଲି ଉଦ୍ଧାରକାରୀ ଦଳ ସୂଚନା ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.