ARTICLE AD BOX
ରାଜକନିକା: କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡ଼ିଆ ଗାଁରେ ଅଭାବନୀୟ ଘଟଣା। ମାମୁ ଘରକୁ ବୁଲି ଆସିଥିବା ବେଳେ ଜଣେ ଯୁବକଙ୍କ ହାତ ପାପୁଲିକୁ ହାଣିଦେଲା ଅନ୍ୟଜଣେ ଯୁବକ। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ରାଜକନିକା ଆରସା ଗାଁର ସୌରଭ ଥାଟୋଇ। ସେ ଆଜି ମାମୁ ଘର ବରୁଣା ଡିଆ ବୁଲିବାକୁ ଆସିଥିଲେ।
ପାପୁଲିର ୭୦ପ୍ରତିଶତ କଟିଯାଇଛି
ସୌରଭ ମାମୁ ଘର ପାଖରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ଅତର୍କିକ ଭାବେ ଆସି ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲା।ଫଳରେ ସୌରଭଙ୍କ ହାତ ପାପୁଲିର ୭୦ପ୍ରତିଶତ କଟିଯାଇଛି। ଏ ସମ୍ପର୍କରେ ରାଜକନିକା ପୁଲିସକୁ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

1 hour ago
1


