Youth Assaulted: ଦିଲ୍ଲୀରେ ମୋଦୀ ସମର୍ଥକ କାଶ୍ମୀରୀ ମୁସଲମାନ ଯୁବକଙ୍କୁ ମାଡ଼

57 minutes ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର୍‌ ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ମଧ୍ୟରେ ଦିଲ୍ଲୀରେ ଜଣେ କଶ୍ମୀରୀ ମୁସଲମାନ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ବୋଲି କହୁଥିବା ଶ୍ରୀନଗରର ଫହିମ୍‌ ନାଜିର ଏହି ଅଭିଯୋଗ ଆଣିଛନ୍ତି। ଗୁରୁବାର କନଟ୍‌ ପ୍ଲେସ୍‌ ଅଞ୍ଚଳରେ ଘଟଣାଟି ଘଟିଥିବା ସେ କହିଛନ୍ତି।

ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫହିମ୍‌

ଫହିମ୍‌ଙ୍କ କହିବା ଅନୁଯାୟୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳର ସାଂସଦମାନଙ୍କ ପାଇଁ ଯେଉଁ ରେସ୍ତୋରାଁରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥିଲେ, ସେଠାକୁ ସେ ଯାଇଥିଲେ। ସେଠାରେ ଫହିମ୍‌ ‘ମୋଦୀ ଜିନ୍ଦାବଦ’ ଧ୍ବନି ଦେବା ସହ ଇଭିଏମ୍‌ ସମ୍ପର୍କରେ ନିଜ ମତ ରଖିବା ପରେ କିଛି କଂଗ୍ରେସ କର୍ମୀ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ପରେ ଗଣମାଧ୍ୟମକୁ ନିଜ କଥା କହୁଥିବା ସମୟରେ ମଧ୍ୟ କିଛି ଲୋକ ତାଙ୍କୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିବା ଫହିମ୍‌ କହିଛନ୍ତି। ତେବେ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଫହିମ୍‌ ରାହୁଲ ଗାନ୍ଧୀଙ୍କୁ ଗାଳି ଦେଇଥିଲେ। ଏହି ଅଭିଯୋଗକୁ ଫହିମ୍‌ ଖଣ୍ଡନ କରିଛନ୍ତି।

Crude Oil: ରୁଷରୁ କମ୍‌ ତେଲ କିଣିବ ଭାରତ: ମଧ୍ୟପ୍ରାଚ୍ୟରୁ ମଗାଇବ

ଘଟଣା ସମ୍ପର୍କରେ ଫହିମ୍‌ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ସହ ଜଡ଼ିତ ନୁହନ୍ତି। ସେ ନିଜକୁ ମୋଦୀଙ୍କ ପ୍ରଶଂସକ ବୋଲି କହିଛନ୍ତି। ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ପାଦରେ ଯାତ୍ରା କରିଥିବା ମଧ୍ୟ କହିଛନ୍ତି। ଫହିମ୍‌ ଏହି ସମୟରେ କହିଥିଲେ ଯେ ଦେଶକୁ ନେପାଳ କିମ୍ବା ବାଂଲାଦେଶ ଭଳି ପରିସ୍ଥିତି ଆଡ଼କୁ ଯିବାକୁ ଦେବେ ନାହିଁ। ତାଙ୍କ ମତରେ, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ନାଗରିକଙ୍କ ଦାୟିତ୍ୱ। ଇଭିଏମ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଥିବାରୁ ମଧ୍ୟ ସେ ପ୍ରଶ୍ନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.