Odisha Joins ‘Josh’ Campaign ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ‘ଜୋସ୍‌’ରେ ଯୋଗଦେଲା ଓଡ଼ିଶା

1 hour ago 1
ARTICLE AD BOX

ଭୁବନେଶ୍ୱର: ଦେଶକୁ ଯକ୍ଷ୍ମାମୁକ୍ତ କରିବା ଦିଗରେ ଜନଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହ ଦେଶର ଯୁବଶକ୍ତିକୁ ଯକ୍ଷ୍ମା ନିରାକରଣ ଅଭିଯାନରେ ସକ୍ରିୟ ଭାବେ ସାମିଲ କରିବା ଉଦ୍ଦେଶ୍ୟରେ ଆଜି (ଗୁରୁବାର) ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ଜୋସ୍‌ର ଜାତୀୟ ଶୁଭାରମ୍ଭ କରାଯାଇଛି।

TB campaign1

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ , ସାଂସଦ ଏବଂ ଅଧିକାରୀ ଉପସ୍ଥିତ ଥିଲେ ।  ଏଥିରେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅଭାଷୀ ମାଧ୍ୟମରେ ଯୋଗଦାନ କରିଥିଲେ ।

Health: ଯକ୍ଷ୍ମା-ମୁକ୍ତ ଭାରତର ଦୃଷ୍ଟିକୋଣ କେବଳ ଏକ ଜନସ୍ୱାସ୍ଥ୍ୟ ପଦକ୍ଷେପ ନୁହେଁ ବରଂ ସାମୂହିକ ଦାୟିତ୍ୱ: ବାଚସ୍ପତି

 ପ୍ରଥମ ପର୍ଯ୍ୟାୟରେ ୧୧ଟି ରାଜ୍ୟର ୫୫ଟି ଜିଲ୍ଲାରେ ଜୋସ୍‌ ଟିମ୍ର କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଟିମ୍‌ଗୁଡ଼ିକ ମାଧ୍ୟମରେ ଯୁବପିଢ଼ିଙ୍କ ଶକ୍ତି, ଉତ୍ସାହ ଓ ସାମାଜିକ ସଂଯୋଗକୁ ଯକ୍ଷ୍ମା ନିରାକରଣ ଅଭିଯାନରେ ବ୍ୟବହାର କରାଯିବ।  ଜୋସ୍‌ ଟିମର ବରିଷ୍ଠ ଅଧିକାରୀ, ମୋ ଭାରତ ସ୍ବେଚ୍ଛାସେବୀ ଏବଂ ଏନସିସି କ୍ୟାଡେଡ୍ଙ୍କୁ ସାମିଲ କରାଯାଇ ବ୍ଲକ, ୱାର୍ଡସ୍ତରରେ କାର୍ଯ୍ୟ କରି ଯକ୍ଷ୍ମା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବେ। 

Kandhamal: କନ୍ଧମାଳକୁ ଯକ୍ଷ୍ମା ଡର: ୬ ବର୍ଷରେ ମଲେଣି ୩୪୭

୨୦୨୬ରେ ୬୯୭ଟି ଜିଲ୍ଲାର ୬୭,୯୩୩ଟି ଗ୍ରାମ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଭାବେ ସ୍ୱୀକୃତି ମିଳିଥିବାବେଳେ, ଜୋସ୍‌ ଟିମ୍ ଏହି ସଫଳତାକୁ ଆହୁରି ଆଗକୁ ନେବା ସହ ତୃଣମୂଳସ୍ତରରେ ଯୁବପିଢ଼ିଙ୍କ ଭାଗିଦାରୀକୁ ବଢ଼ାଇବ। ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ଜନସଚେତନତା ଓ ସମୁଦାୟର ସଂପୃକ୍ତି ବଢ଼ାଇବା ପାଇଁ କୁତ୍ରିମ ବୁଦ୍ଧିମତା ଚାଟବଟ ‘ଖୁସି ଅବତାର’ର ମଧ୍ୟ ଶୁଭାରମ୍ଭ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.