Haryana Chirayu Ayushman Yojana : ଚିରାୟୁ ଆୟୁଷ୍ମାନ ଭାରତ ଯୋଜନା: କମ୍ ପ୍ରିମିୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଆପଣ ଯଦି ସ୍ୱାସ୍ଥ୍ୟ ବୀମା ନେବାକୁ ଚିନ୍ତା କରୁଛନ୍ତି କି? କିନ୍ତୁ ଘରୋଇ କମ୍ପାନିଗୁଡ଼ିକର ଅଧିକ ପ୍ରିମିୟମ୍ ଆପଣଙ୍କୁ ଚିନ୍ତାରେ ପକାଉଛି କି? ତେବେ ହରିୟାଣା ସରକାରଙ୍କ ଚିରାୟୁ ଆୟୁଷ୍ମାନ ଭାରତ ଯୋଜନା ଏହାର ଏକ ବିକଳ୍ପ ହୋଇପାରେ।ସାଧାରଣତଃ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଗରିବ ଓ ଆବଶ୍ୟକତା ଥିବା ପରିବାରଗୁଡ଼ିକୁ ମିଳିଥାଏ। ଯେଉଁମାନେ ଏହାର ଯୋଗ୍ୟତା ପୂରଣ କରନ୍ତି ନାହିଁ, ସେମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରନ୍ତି ନାହିଁ।

ତେବେ ହରିୟାଣା ସରକାର ଏହି ଯୋଜନାକୁ ବିସ୍ତାର କରିଛନ୍ତି। ନିର୍ଦ୍ଧାରିତ ଆୟ ସୀମାଠାରୁ ଅଧିକ ଆୟ କରୁଥିବା ଲୋକମାନେ ମଧ୍ୟ ସାମାନ୍ୟ ପ୍ରିମିୟମ୍ ଦେଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସାର ସୁବିଧା ପାଇପାରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ଆରତୀ ସିଂହ ରାଓ ନିକଟରେ ଏହି ଯୋଜନାର ସମ୍ପ୍ରସାରଣ ଘୋଷଣା କରିଛନ୍ତି।

କେତେ ପ୍ରିମିୟମ୍ ଦେବାକୁ ପଡ଼ିବ?

ଯୋଜନାରେ ବିଭିନ୍ନ ଆୟ ବର୍ଗ ଅନୁସାରେ ପ୍ରିମିୟମ୍ ନିର୍ଦ୍ଧାରଣ କରାଯାଇଛି। ୧.୮୦ ଲକ୍ଷରୁ ୩ ଲକ୍ଷ ଟଙ୍କା  ଆୟଥି‌ଲେ   ୧,୫୦୦ ଟଙ୍କା ପ୍ରିମିୟମ୍ , ୩ ଲକ୍ଷରୁ ୬ ଲକ୍ଷ ଟଙ୍କା  ଆୟ ଥିଲେ   ୪,୦୦୦ ଟଙ୍କାର ପ୍ରିମିୟମ୍, ୬ ଲକ୍ଷ ଟଙ୍କାରୁ ଅଧିକ ଆୟଥିଲେ    ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ୍ ଦେଇ ପାରିବେ। ଯୋଗ୍ୟ ପରିବାରଗୁଡ଼ିକ ହରିୟାଣାର ୧୩୦୭ଟି ତାଲିକାଭୁକ୍ତ ହସ୍ପିଟାଲରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଓ କ୍ୟାସଲେସ୍ ଚିକିତ୍ସା ମିଳିପାରିବ।

କେବେ ଆବେଦନ କରିବେ?

ଏହି ଯୋଜନା ପାଇଁ ୨୦୨୬ ନଭେମ୍ବର ୩୦ ପୂର୍ବରୁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ନୂଆ ଯୋଜନା ଅନୁସାରେ କଭର୍‌ ୧ ନଭେମ୍ବର ୨୦୨୬ରୁ ୩୧ ଅକ୍ଟୋବର ୨୦୨୭ ପର୍ଯ୍ୟନ୍ତ ବୈଧ ରହିବ।

ଆବେଦନ କରିବାର ପ୍ରକ୍ରିୟା
୧. ଚିରାୟୁ ଆୟୁଷ୍ମାନ ହରିୟାଣା ପୋର୍ଟାଲ୍କୁ ଯାଆନ୍ତୁ।
୨. ହୋମ୍ପେଜ୍ରେ ‘ଆବେଦନ ପାଇଁ କ୍ଲିକ୍ କରନ୍ତୁ’ ବିକଳ୍ପ ଚୟନ କରନ୍ତୁ।
୩. ନିୟମ ଓ ସର୍ତ୍ତ ପଢ଼ି ସମ୍ମତି ଦେଇ ଆଗକୁ ବଢ଼ନ୍ତୁ।
୪. ନିଜର ପରିବାର ପରିଚୟ ପତ୍ର/ ଫ୍ୟାମିଲି ଆଇଡି ନମ୍ବର ଦେଇ ଯାଞ୍ଚ କରନ୍ତୁ।
୫. ନିଜ ଯୋଗ୍ୟତା ଅନୁସାରେ ପ୍ରିମିୟମ୍ ଚୟନ କରି ଅନଲାଇନ୍ ପେମେଣ୍ଟ କରନ୍ତୁ।

ସିବିଆଇ ହାତରେ ଗିରଫ ହେଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.