ARTICLE AD BOX
ୟୁଗେନ:ଭାରତର ମହମ୍ମଦ ଅସ୍ଫାକ ୨୦ କମ୍ ଜାତୀୟ ରେକର୍ଡ ଭାଙ୍ଗିବା ସହ ଚଳିତ ଯୁବ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୪୦୦ ମିଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୧୯ ବର୍ଷୀୟ ଏହି ଭାରତୀୟ ମିଡିଲ୍ ଡିଷ୍ଟାନ୍ସ ରନର୍ ହିଟ୍-୫ରେ ନୂଆ ଜାତୀୟ ରେକର୍ଡ ସମୟ ୪୫.୮୧ ସେକେଣ୍ଡ୍ ସହ ରେସ୍ ଶେଷ କରି ସେମିଫାଇନାଲ୍ରେ ପହଞ୍ଚିଥିଲେ। ପୂର୍ବରୁ ଏହି ରେକର୍ଡ ୪୬.୫ ସେକେଣ୍ଡ ତାଙ୍କ ନାଁରେ ଥିଲା।
୪୫.୮୧ ସେକେଣ୍ଡ୍ ସହ ରେସ୍ ଶେଷ କରି ରେକର୍ଡ
ସେ ଗତ ଏପ୍ରିଲ୍ରେ ବେଙ୍ଗାଲୁରୁରେ ଆୟୋଜିତ ୨୦ ବର୍ଷରୁ କମ୍ ଫେଡେରେସନ୍ କପ୍ରେ ଏହା ହାସଲ କରିଥିଲେ। ସେମିଫାଇନାଲ୍ ହିଟ୍-୩ରେ ଅସ୍ଫାକ୍ ୪୬.୦୦ ସେକେଣ୍ଡ ସହ ତୃତୀୟ ସ୍ଥାନରେ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ। ତାଙ୍କ ସାଥୀ ଭାରତୀୟ ରନର୍ ପୀୟୂଷ ରାଜ (୪୭.୭୮) ନିଜ ହିଟ୍ରେ ପଞ୍ଚମ ସ୍ଥାନରେ ରହି ଆଗକୁ ବଢ଼ି ପାରିନାହାନ୍ତି। ପୁରୁଷ ଉଚ୍ଚଡିଆଁ ଫାଇନାଲ୍ରେ ବସନ୍ତ ୨.୧୪ ମିଟର ଲମ୍ଫ ମାରି ଗ୍ରୁପ୍-ଏ’ରେ ପଞ୍ଚମ ସ୍ଥାନରେ ରହି ଫାଇନାଲ୍ରେ ପହଞ୍ଚିଛନ୍ତି। ତେବେ ଗ୍ରୁପ୍-ବି’ରେ କେ ଅମ୍ବ୍ରିସ୍ ୨.୦୫ ମିଟର ଡେଇଁ ଫାଇନାଲ୍ରୁ ବଞ୍ଚିତ ହୋଇଥିଲେ। ମହିଳା ଡିସ୍କସ୍ ଫାଇନାଲ୍ରେ ଅମାନତ କମ୍ବୋଜ ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ୫୩.୨୪ ମିଟର ପାଇଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଚୀନ୍ର ସୁ ୟିଜିନ୍ (୬୧.୦୬ ମିଟର) ସ୍ବର୍ଣ୍ଣ ଜିତିଥିଲେ। ମହିଳା ସଟ୍ପୁଟ୍ରେ ଅଂଶୁ ୧୫.୨୪ ମିଟର ଥ୍ରୋ ସହ ୧୪ତମ ସ୍ଥାନରେ ରହି ଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରି ପାରି ନାହାଁନ୍ତି।

1 hour ago
1


