Landslide Fears: ଭୂସ୍ଖଳନ ଭୟ: ଜିଲ୍ଲାପାଳଙ୍କୁ ଭେଟି ଥଇଥାନ ପାଇଁ ନେହୁରା ହେଲେ ବଲିଙ୍ଗିଆ ଓ ବାଙ୍ଗୁରୀ ବାସିନ୍ଦା

19 minutes ago 1
ARTICLE AD BOX

ଘୁ.ଉଦୟଗିରି (ସମୀର ପାଢ଼ୀ):  ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଓ ଗଞ୍ଜାମ ସୀମାନ୍ତରେ ହୋଇଥିବା ଭୂସ୍ଖଳନର କରାଳରୂପ ଏବଂ ମୃତାହତ ଭୟ ଏଯାଏଁ ସ୍ଥାନୀୟ ବାସିନ୍ଦାଙ୍କ ମନରୁ ଲିଖିନାହିଁ। ସମ୍ପ୍ରତି ଗାଁକୁ ଫେରିଥିବା ବଲିଙ୍ଗିଆ ଓ ବାଙ୍ଗୁରି (ସିପାଏଜୁ)ର ୨୪ଟି ପରିବାର ପର୍ବତ-ଜଙ୍ଗଲ କୋଳରେ ରହିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ଏହି ମର୍ମରେ ଆଜି (ମଙ୍ଗଳବାର) ସେମାନେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କୁ ଭେଟି ସେମାନଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନରେ ଥଇଥାନ କରିବାକୁ ଅନୁରୋଧ କରିଛନ୍ତି। 

Gidipabali Landslide Rescue Operation ବନ୍ଦ ହେଲା ଗିଡ଼ିପାବାଲି ଭୂସ୍ଖଳନରେ ୬ ନିଖୋଜମାନଙ୍କ ଉଦ୍ଧାର କାର୍ଯ୍ୟ

ବାତ୍ୟା ଅର୍ଣ୍ଣବ ସମୟରେ ପ୍ରବଳ ବର୍ଷା ଯୋଗୁଁ ବଲିଙ୍ଗିଆ ଓ ବାଙ୍ଗୁରି (ସିପାଏଜୁ)  ଗ୍ରାମ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା। ପାହାଡ଼ରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ ହୋଇଯାଇଥିଲା। ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିବାରୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳରେ ରଖାଯାଇଥିଲା। ପରେ ଭୂସ୍ଖଳନ ଯୋଗୁଁ ଅବରୋଧ ହୋଇଥିବା ରାସ୍ତା ସଫା ହେବା ପରେ ଗ୍ରାମବାସୀ ନିଜ ଗ୍ରାମକୁ ଫେରିଥିଲେ। ତେବେ ଗ୍ରାମକୁ ଫେରିବା ପରେ ମଧ୍ୟ ସେମାନଙ୍କ ମନରୁ ଭୟ ଦୂର ହୋଇନାହିଁ। 

Cyclone and Landslide Alert in Kandhamal: କନ୍ଧମାଳରେ ବାତ୍ୟା ଓ ଭୂସ୍ଖଳନ ଆଶଙ୍କା: ୩୨୪ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ବୋଲିଙ୍ଗିଆରୁ ୩ ଉଦ୍ଧାର

ବଲିଙ୍ଗିଆ ଗ୍ରାମ ପାହାଡ଼ ତଳେ ଥିବା ଏକ ଅପହଞ୍ଚ ଅଞ୍ଚଳରେ ଅବସ୍ଥିତ। ଗ୍ରାମ ଉପରେ ବିଶାଳ ପାହାଡ଼ ରହିଥିବା ବେଳେ ପାହାଡ଼ ଉପରୁ ଝରଣା ଓ ଜଳସ୍ରୋତ ପ୍ରବାହିତ ହେଉଛି। ଏହାଦ୍ୱାରା ଆଗାମୀ ଦିନରେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଛି। କେତେବେଳେ ପାହାଡ଼ରୁ ମାଟି ଓ ପଥର ଖସିବ, ତାହା କେହି କହିପାରିବେ ନାହିଁ। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ପରିବାର ଓ ଛୋଟ ପିଲାଙ୍କୁ ନେଇ ରହିବାକୁ ଗ୍ରାମବାସୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବଲିଙ୍ଗିଆ ଓ ବାଙ୍ଗୁରି  (ସିପାଏଜୁ) ଗ୍ରାମର ୨୪ଟି ପରିବାରର ପ୍ରାୟ ୭୦ ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ସ୍ଥାୟୀ ବସବାସର ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। 

landslide in Bolingia: ବଲିଙ୍ଗିଆରେ ଭୟଙ୍କର ଭୂସ୍ଖଳନ

ଆଜିର ଆଲୋଚନାରେ ଜିଲ୍ଲାପାଳଙ୍କ ସହ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇଏଏସ୍ (ପ୍ରୋବେସନ) ଯଶକରଣ ସିଂ ଓ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଯୋଗ ଦେଇ ଗ୍ରାମବାସୀଙ୍କ ସମସ୍ୟା ଶୁଣିଥିଲେ। ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ ପ୍ରଶାସନ ଏହି ବିଷୟରେ ସଜାଗ ରହିଥିବା କହିଥିଲେ। ପ୍ରତ୍ୟେକ ପରିବାର ପାଇଁ ୧୬ ଆର୍ ଲେଖାଏଁ ଜମି ଚିହ୍ନଟ କରି ଅତିଶୀଘ୍ର ଥଇଥାନ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.