ARTICLE AD BOX
ଆଜି ହେଉଛି ବିଶ୍ବ ରୋଜ୍ ଦିବସ। କର୍କଟ ରୋଗୀଙ୍କ ପାଇଁ ଏହି ଦିବସ ଉତ୍ସର୍ଗୀକୃତ। ଲକ୍ଷ୍ୟ ହେଉଛି, ସେଭଳି ରୋଗୀଙ୍କ ଜୀବନରେ ଖୁସି ଓ ଆଶା ଭରିଦେବା ସହ ନିଷ୍ଠା ଓ ସକାରାତ୍ମକ ଭାବନା ଦ୍ବାରା କର୍କଟ ବିରୋଧୀ ଲଢ଼େଇରେ ସେମାନେ ବିଜୟୀ ହୋଇପାରିବେ ବୋଲି ସେମାନଙ୍କୁ ସ୍ମରଣ କରାଇଦେବା। କାନାଡାର ୧୨ ବର୍ଷୀୟା ମେଲିଣ୍ଡା ରୋଜ୍ଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଏ, ଯିଏ ରକ୍ତ କର୍କଟ ଭଳି ଘାତକ ରୋଗରେ ପୀଡ଼ିତ ହୋଇ ସୁଦ୍ଧା ବଞ୍ଚିବାର ଆଶା ଛାଡ଼ିନଥିଲେ।
Conference: ଆଜି ଏଏନ୍ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍ଘାଟନ କରିବେ ଅମିତ ଶାହ
ସେ ‘ଆସ୍କିନ୍ସ ଟ୍ୟୁମର’ ନାମକ ଏକ ବିରଳ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିବା କଥା ୧୯୯୪ ମସିହାରେ ଜଣାପଡ଼ିଥିଲା। ସେ ମାତ୍ର କେଇ ସପ୍ତାହ ବଞ୍ଚିବେ ବୋଲି ଡାକ୍ତର ଘୋଷଣା କରିଥିବା ବେଳେ ମେଲିଣ୍ଡା ନିଜର ମନୋବଳ ଦୃଢ଼ କରି ୧୯୯୬ ସେପ୍ଟେମ୍ବର ୨୨ ଯାଏ ବଞ୍ଚିପାରିଥିଲେ। କର୍କଟ ଶବ୍ଦଟି ଶୁଣିଲା ମାତ୍ରେ ଜଣଙ୍କ ମନରେ ଏକ ଅଜଣା ଭୟ, ଆଶଙ୍କା, ନୈରାଶ୍ୟ ଓ ଅସହାୟତାର ଭାବନା ଉଙ୍କି ମାରିଥାଏ। ତେବେ ଏହା ଯଦିଓ ଏକ ଭୟଙ୍କର ରୋଗ, ତଥାପି ଅନେକ ପ୍ରକାର କର୍କଟର ଚିକିତ୍ସା ସମ୍ଭବ। ସର୍ବୋପରି ଏକ ସକାରାତ୍ମକ ଚିନ୍ତାଧାରା କର୍କଟ ଆକ୍ରାନ୍ତମାନଙ୍କୁ ଏହି ରୋଗରୁ ମୁକ୍ତି ଦେଇଥାଏ। ସମାଜ ମଧ୍ୟ କର୍କଟ ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ଓ ସହାନୁଭୂତିଶୀଳ ହେବା ଆବଶ୍ୟକ। ଏହି ଦିବସ ପାଳନ ଦ୍ବାରା କର୍କଟ ରୋଗୀଙ୍କୁ ଜୀବନରେ ଆଗକୁ ବଢ଼ିବା ଲାଗି ଶକ୍ତି ଓ ପ୍ରେରଣା ମିଳିପାରୁଛି।

6 days ago
7


