Disabilities: ଦିବ୍ୟାଙ୍ଗଙ୍କ ଉନ୍ନତି ପ୍ରସଙ୍ଗ ଭୁଲିଗଲେ: ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର

48 minutes ago 2
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହଜାର ହଜାର ଯୋଗ୍ୟ ହିତାଧିକାରୀ ମଧୁବାବୁ ପେନ୍‌ସନ୍‌ ଯୋଜନା (ଏମ୍‌ବିପିୱାଇ) ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି) ଅଧୀନରେ ମିଳୁଥିବା ମାସିକ ଭତ୍ତାରୁ ବଞ୍ଚିତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ୧୦ଟି ଜିଲ୍ଲାରେ ଏହି ସଂଖ୍ୟା ଉଦ୍‌ବେଗଜନକ। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମୋଟ ୨,୫୬,୦୦୨ ଜଣ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧିକାରୀ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୧,୬୪,୭୦୦ ଜଣ (୬୪.୩୩%) ନିୟମିତ ଭାବେ ଭତ୍ତା ପାଉଥିବା ବେଳେ ଅବଶିଷ୍ଟ ୯୧,୩୦୨ ଜଣ (୩୫.୬୬%) ଦିବ୍ୟାଙ୍ଗ ଆର୍ଥିକ ସହାୟତା ପାଇପାରିନାହାନ୍ତି।

World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ

ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର
ସୁନ୍ଦରଗଡ଼ରେ ପାଇନାହାନ୍ତି ୪୯%

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୫୫୬୬୦ ଜଣ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧିକାରୀ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୨୭,୨୯୩ ଜଣଙ୍କୁ (୪୯.୦୩%) ଏଯାଏଁ ଭତ୍ତା ମିଳିନି। ସେହିଭଳି ବଲାଙ୍ଗୀର ଜିଲ୍ଲାର ପଞ୍ଜୀକୃତ ୪୩,୬୩୬ ଜଣଙ୍କ ମଧ୍ୟରୁ ୧୪,୨୭୨ ଜଣ ଭତ୍ତା ପାଇନଥିବା ବେଳେ ବରଗଡ଼ ଜିଲ୍ଲାରେ ୩୪,୩୩୫ ଜଣଙ୍କ ମଧ୍ୟରୁ ୧୧୨୦୧, ଦେବଗଡ଼ରେ ୮୯୦୭ ଜଣଙ୍କ ମଧ୍ୟରୁ ୩୨୧୨ ଜଣ, ବୌଦ୍ଧରେ ୧୨,୪୫୦ ଜଣଙ୍କ ମଧ୍ୟରୁ ୫୦୩୮, ଝାରସୁଗୁଡ଼ାରେ ୧୩,୦୪୮ ଜଣଙ୍କ ମଧ୍ୟରୁ ୪,୧୫୪, ନୂଆପଡ଼ାରେ ୧୮,୩୦୦ ଜଣଙ୍କ ମଧ୍ୟରୁ ୬୨୮୨, ସମ୍ବଲପୁରରେ ୨୨,୭୩୨ ଜଣଙ୍କ ମଧ୍ୟରୁ ୭୨୧୫, ସୁବର୍ଣ୍ଣପୁରରେ ୧୮୮୩୦ ଜଣଙ୍କ ମଧ୍ୟରୁ ୮୨୨୩ ଓ କଳାହାଣ୍ଡି ଜିଲ୍ଲାରେ ୨୮,୧୦୪ ଜଣଙ୍କ ମଧ୍ୟରୁ ୪୬୮୨ ଜଣ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।

Neglect: ଦିବ୍ୟାଙ୍ଗଙ୍କ ଉନ୍ନତି ଭୁଲିଗଲେ; ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର

ଜିଲ୍ଲାୱାରି ପରିସଂଖ୍ୟାନ ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି। ଏଠାରେ ସର୍ବାଧିକ ୪୯.୦୩ ପ୍ରତିଶତ ଦିବ୍ୟାଙ୍ଗ ଭତ୍ତା ପାଇନାହାନ୍ତି। ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣରେ ତ୍ରୁଟି, ଏସ୍‌ଏନ୍‌ଏ-ସ୍ପର୍ଶ ପୋର୍ଟାଲର ସମସ୍ୟା ଏବଂ ବ୍ଲକ୍‌ସ୍ତରରେ କାଗଜପତ୍ର ପ୍ରସ୍ତୁତିରେ ଅହେତୁକ ବିଳମ୍ବ, ଏହାର ମୁଖ୍ୟ କାରଣ ପାଲଟିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ତ୍ରୁଟିରେ ସୁଧାର ଆଣି ଭତ୍ତା ଦେବାକୁ ଦାବି ହେଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.