ARTICLE AD BOX
ବିବାହ ହେଉ କି ପର୍ବପର୍ବାଣି, ଲେହେଙ୍ଗା ପିନ୍ଧିବାକୁ ଯୁବତୀଙ୍କ ମନରେ ବିଶେଷ ଆଗ୍ରହ ଥାଏ। ଏକଦା ପାରମ୍ପରିକ ପୋଷାକ ଭାବେ ଗଣାଯାଉଥିବା ଲେହେଙ୍ଗା ଏବେ ଆଧୁନିକ ଫ୍ୟାସନ୍ର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସମୟ ସହ ଏହାର ରଙ୍ଗ, ଆକାର, ଗଠନ ଓ ଡିଜାଇନ୍ରେ ନୂଆ ନୂଆ ପରିବର୍ତ୍ତନ ଆସିଛି। ପାରମ୍ପରିକ ଶୈଳୀ ସହ ଆଧୁନିକତାର ଛୁଆଁ ଦେଇ ଡିଜାଇନର୍ମାନେ ଲେହେଙ୍ଗାକୁ ଏକ ନୂଆ ଓ ଆକର୍ଷଣୀୟ ରୂପ ଦେଉଛନ୍ତି। ୨୦୨୬ର ‘ଇଣ୍ଡିଆ କୋଟୁଅର୍ ୱିକ୍’ରେ ମଧ୍ୟ ଲେହେଙ୍ଗାର ଏହି ନୂଆ ଅବତାର ବେଶ୍ ଚର୍ଚ୍ଚାରେ ରହିଥିଲା।
ଉତ୍ତରା ଛକରେ ସିରିଜ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୬୨ ଯାତ୍ରୀ
ଏବେ ଟ୍ରେଣ୍ଡ୍ରେ ଥିବା ଲେହେଙ୍ଗାର ସବୁଠୁ ବଡ଼ ବିଶେଷତ୍ବ ହେଉଛି ବଡ଼ ଓ ଅଧିକ ଫୁଲା ଘେର। ପୂର୍ବରୁ ଶରୀର ସହ ସହଜରେ ମିଶିଯାଉଥିବା ଲେହେଙ୍ଗା ତୁଳନାରେ ଏବେ ଗୋଲାକାର, ଫୁଲା ଓ ବଡ଼ ଆକାରର ଲେହେଙ୍ଗା ଅଧିକ ନଜରକୁ ଆସୁଛି। ଏହି ଡିଜାଇନ୍ରେ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ୟୁରୋପୀୟ ରାଜକୀୟ ପୋଷାକର ଛାପ ମଧ୍ୟ ଦେଖିବାକୁ ମିଳୁଛି। ଅନାମିକା ଖନ୍ନା ଓ ଜୟନ୍ତୀ ରେଡ୍ଡୀଙ୍କ କଲେକ୍ସନ୍ରେ ଏଭଳି ଫୁଲା ଲେହେଙ୍ଗା ଦେଖାଯାଇଥିବା ବେଳେ ଆଇଶା ରାଓଙ୍କ ଡିଜାଇନ୍ରେ ମଧ୍ୟ ରାଜକୀୟ ଛାପ ପ୍ରତିଫଳିତ ହୋଇଛି।
Neglect: ସର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ
କେବଳ ଲେହେଙ୍ଗା ନୁହେଁ, ଏହା ସହ ପିନ୍ଧାଯାଉଥିବା ଉପର ପୋଷାକରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। ପାରମ୍ପରିକ ବ୍ଲାଉଜ୍ ବଦଳରେ କର୍ସେଟ୍ ଭଳି ଉପର ପୋଷାକ ଏବେ ଟ୍ରେଣ୍ଡ୍ କରୁଛି। ଏହା ଏକ ଆଧୁନିକ ଓ ଆକର୍ଷଣୀୟ ଲୁକ୍ ଦେଉଛି। ଲେହେଙ୍ଗାର ଡିଜାଇନ୍ରେ ମଧ୍ୟ ବିବର୍ତ୍ତନ ହେଉଛି। ପଥର କାମ, ଧାତୁ କାମ ଓ ଚିକିମିକିଆ ଡିଜାଇନ୍ ଏବେ କେବଳ ଗହଣାରେ ସୀମିତ ନାହିଁ, ଏହି ଉପାଦାନଗୁଡ଼ିକୁ ସିଧାସଳଖ ପୋଷାକରେ ବ୍ୟବହାର କରାଯାଉଛି। ଫଳରେ ଲେହେଙ୍ଗା ଆହୁରି ଭବ୍ୟ, ଆକର୍ଷଣୀୟ ଓ ରାଜକୀୟ ଦେଖାଯାଉଛି।

51 minutes ago
1


