ARTICLE AD BOX
ନିଜର ବୋଲ୍ଡ ଅନ୍ଦାଜ ଓ ଭିନ୍ନ ଧରଣର ଅଭିନୟ ପାଇଁ ବଲିଉଡ୍ରେ ବେଶ୍ ପରିଚିତ ଅଭିନେତ୍ରୀ ରାଧିକା ଆପ୍ତେ। ଅଭିନୟରେ ସବୁବେଳେ ଭିନ୍ନତା ଆଣିବାକୁ ଚେଷ୍ଟା କରୁଥିବା ରାଧିକା ଅନେକ ଆହ୍ବାନମୂଳକ ଚରିତ୍ରରେ ନଜର ଆସିଛନ୍ତି। ଚରିତ୍ରର ଆବଶ୍ୟକତା ଥିଲେ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିବାକୁ ମଧ୍ୟ ସେ ପଛଘୁଞ୍ଚା ଦିଅନ୍ତି ନାହିଁ। ତେବେ ତାଙ୍କର ଏହି ବୋଲ୍ଡ ଅନ୍ଦାଜ ଯୋଗୁଁ ସେ ଅତୀତରେ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି।
World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ
ବିଶେଷ କରି ତାଙ୍କ ଅଭିନୀତ ଫିଲ୍ମ ‘ପାର୍ଚଡ୍’କୁ ନେଇ ଏକ ପୁରୁଣା ଘଟଣା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ଫିଲ୍ମଟି ମୁକ୍ତିଲାଭ କରିବା ପୂର୍ବରୁ ରାଧିକାଙ୍କ ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍ ହୋଇ ଅନଲାଇନ୍ରେ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା। ଏପରିକି ଏହା ଫିଲ୍ମର ପ୍ରଚାର ପାଇଁ ଏକ ‘ପବ୍ଲିସିଟି ଷ୍ଟଣ୍ଟ୍’ ଥିଲା ବୋଲି ମଧ୍ୟ କିଛି ଲୋକ ଦାବି କରିଥିଲେ।
ତେବେ ଏହି ଦାବିକୁ ରାଧିକା ଆପ୍ତେ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଘଟଣା ତାଙ୍କ ପାଇଁ ଆଦୌ ସହଜ ନଥିଲା। ଲିକ୍ ହୋଇଥିବା ଦୃଶ୍ୟକୁ ନେଇ ଚାରିଆଡ଼େ ଆଲୋଚନା ହେବା ପରେ ସେ ଗଭୀର ଭାବେ ମାନସିକ ଚାପର ଶିକାର ହୋଇଥିଲେ। ଏପରିକି କିଛି ଦିନ ପର୍ଯ୍ୟନ୍ତ ସେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିଲେ ବୋଲି ରାଧିକା କହିଛନ୍ତି।
World Skills Shanghai-2026: ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ
ତାଙ୍କ କହିବା ଅନୁସାରେ, ଲିକ୍ ହୋଇଥିବା ଭିଡିଓ କେବଳ ଅନ୍ଲାଇନ୍ରେ ସୀମିତ ନଥିଲା। ତାଙ୍କ ପରିଚିତ ଲୋକଙ୍କଠାରୁ ଆରମ୍ଭ କରି ଡ୍ରାଇଭର୍ ଓ ୱାଚ୍ମ୍ୟାନ୍ଙ୍କ ନିକଟରେ ମଧ୍ୟ ଏହା ପହଞ୍ଚିଥିଲା। ଏହି କାରଣରୁ ଘଟଣାଟି ତାଙ୍କୁ ଆହୁରି ଅସୁବିଧାରେ ପକାଇଥିଲା। ନିଜର ବ୍ୟକ୍ତିଗତ ଜୀବନ ଓ ସୁରକ୍ଷାକୁ ନେଇ ମଧ୍ୟ ସେ ଚିନ୍ତିତ ହୋଇପଡ଼ିଥିଲେ। ‘ପାର୍ଚଡ୍’ ଘଟଣାର ଅନେକ ବର୍ଷ ପରେ ଏହି ଲିକ୍କୁ ନେଇ ପୁଣି ଚର୍ଚ୍ଚା ଉଠିଥିବାରୁ ରାଧିକାଙ୍କ ପୁରୁଣା ଅଭିଜ୍ଞତା ସାମ୍ନାକୁ ଆସିଛି। ତେବେ ଏହାକୁ ସେ ଏକ କଷ୍ଟଦାୟକ ଅନୁଭୂତି ଭାବେ ମନେ ରଖିଥିବା ସତ୍ତ୍ୱେ ନିଜ କାମ ଓ ଅଭିନୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଲଷ୍ଟ ଷ୍ଟୋରିଜ୍ ସିଜନ୍ ୩’ରେ ରାଧିକାଙ୍କ ଅଭିନୟକୁ ପ୍ରଶଂସା ମିଳୁଛି।

47 minutes ago
2


