World Population Day: ବିଶ୍ବ ଜନସଂଖ୍ୟା ଦିବସ

1 hour ago 1
ARTICLE AD BOX

ଆଜି ବିଶ୍ବ ଜନସଂଖ୍ୟା ଦିବସ। ବିଶ୍ବ ଜନସଂଖ୍ୟା ସହ ଜଡ଼ିତ ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସର ପରିକଳ୍ପନା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ବ ଜନସଂଖ୍ୟା ଶହେ କୋଟି ହେବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିଯାଇଥିଲା। ମାତ୍ର ଗତ ଦୁଇ ଶହ ବର୍ଷ ଭିତରେ ଜନସଂଖ୍ୟା ତାହାର ସାତ ଗୁଣ ବଢ଼ିଯାଇଛି। ୨୦୧୧ ମସିହାରେ ତାହା ୭୦୦ କୋଟି ଛୁଇଁଥିବା ବେଳେ ୨୦୨୧ରେ ୭୯୦ କୋଟି ହୋଇଥିଲା। ଏହି ହାରରେ ଜନସଂଖ୍ୟା ବଢ଼ିଚାଲିଲେ ୨୦୩୦ ବେଳକୁ ତାହା ୮୫୦ କୋଟି ଡେଇଁବା ସହ ୨୦୫୦ରେ ୯୭୦ କୋଟି ଓ ୨୧୦୦ ବେଳକୁ ୧୦୯୦ କୋଟି ଟପିଯିବ ବୋଲି ଆକଳନ କରାଯାଉଛି। ତେବେ ଜନସଂଖ୍ୟାରେ ଏ ପ୍ରକାର ନାଟକୀୟ ଅଭିବୃଦ୍ଧି ମୁଖ୍ୟତଃ ପ୍ରଜନନ ବୟସ ପର୍ଯ୍ୟନ୍ତ ବଞ୍ଚି ରହୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ସାଙ୍ଗକୁ ପ୍ରଜନନ ହାରରେ ପ୍ରମୁଖ ପରିବର୍ତ୍ତନ, ସହରୀକରଣର ସମ୍ପ୍ରସାରଣ ଓ ଜୀବନ ଧାରଣର ମାନବୃଦ୍ଧି ଯୋଗୁଁ ସମ୍ଭବ ହୋଇଛି।

JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍‌ଯୁଦ୍ଧ

ଏହି ଧାରା ଆଗାମୀ ପିଢ଼ି ପାଇଁ ସୁଦୂରପ୍ରସାରୀ ନକାରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଛି। କାରଣ ଏହା ଯୋଗୁଁ ଦାରିଦ୍ର୍ୟଠାରୁ ଆରମ୍ଭ କରି ଅର୍ଥନୀତି ଓ ମାତୃସ୍ବାସ୍ଥ୍ୟ କ୍ଷେତ୍ରରେ ନାନାଦି ସମସ୍ୟା ବଢ଼ିଚାଲିଛି। ତେଣୁ ତାହାର ସମାଧାନ ଦିଗରେ ଅନୁରୂପ କାର୍ଯ୍ୟ, ପ୍ରୟାସ ଓ ପରିବର୍ତ୍ତନର ଆଶା ରଖି ମିଳିତ ଜାତିସଂଘ ପକ୍ଷରୁ ୧୯୮୯ ମସିହାରୁ ଜନସଂଖ୍ୟା ଦିବସ ପାଳନର ପରିକଳ୍ପନା କରାଯାଇଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଯୁବପିଢ଼ିର ଆଶା ଓ ଆକାଂକ୍ଷାକୁ ବାସ୍ତବତାରେ ପରିଣତ କରିବା- ଆଜି ଓ ଭବିଷ୍ୟତ ଲାଗି’।

Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.