Workshop on Jagannath Consciousness ଶ୍ରୀଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

1 hour ago 1
ARTICLE AD BOX

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଚେତନାର ବିଭିନ୍ନ ଦିଗ ଉପରେ ଗବେଷଣା, ଦଲିଲୀକରଣ ଓ ନୂତନ ତଥ୍ୟ ତଥା ସୂଚନାକୁ ପ୍ରୋତ୍ସାହନ ଦେଇ ଗବେଷକ, ଲେଖକ ଓ ଯୁବପିଢ଼ିଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଯାଇପାରିଲେ ଓଡ଼ିଆ ଚେତନାକୁ ବିଶ୍ୱସ୍ତରରେ ଗୁରୁତ୍ୱ ମିଳିବ ବୋଲି ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ଆନୁକୂଲ୍ୟରେ ଗତକାଲି (ସୋମବାର) ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। 

Ahe Nilashaila: ‘ଆହେ ନୀଳଶଇଳ’ର ୩୯ତମ ସୋ’ ପ୍ରଦର୍ଶନ: ଓଡ଼ିଆ ଭାବାବେଗ ସହ ଜଡ଼ିତ ଶ୍ରୀଜଗନ୍ନାଥ

ଆବାହକ ଡା.କୃଷ୍ଣକେଶବ ଷଡ଼ଙ୍ଗୀ ଓ ସଂଯୋଜକ ଡ. ଭୁବନାନନ୍ଦ ଅଧିକାରୀଙ୍କ ସଂଚାଳନରେ ଅନୁଷ୍ଠିତ କର୍ମଶାଳାର ଉଦ୍‌ଯାପନ ଅଧିବେଶନରେ ପୌରୋହିତ୍ୟ କରି ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀର ସଚିବ ତଥା ‘ଓକାକ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ ପ୍ରଦୀପ କୁମାର ରାଉତ କହିଥିଲେ, ସଂପ୍ରତି ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ୍‍ ଯୁଗରେ ଯୁବପିଢ଼ିଙ୍କୁ ଆମର ଐତିହ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହୀ କରିବା ଏବଂ ଏଥିପାଇଁ ଭର୍ଚୁଆଲ୍‍ ଏକାଡେମୀର ଡିଜିଟାଲ୍‍ ପ୍ଲାର୍ଟଫର୍ମକୁ ସମୃଦ୍ଧ କରିବା ପାଇଁ ଏହି କର୍ମଶାଳା ସହାୟକ ହେବ । 

Shri Jagannath Darshan Yojana: ଆରମ୍ଭ ହେଲା ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’: ୧୩ ଜିଲ୍ଲାର ୧୦,୫୩୫ ଭକ୍ତ ପାଇବେ ବିଶେଷ ଦର୍ଶନ ସୁବିଧା

କର୍ମଶାଳାର ଦୁଇଟି ଅଧିବେଶନରେ ଶ୍ରୀଜଗନ୍ନାଥ ତତ୍ତ୍ୱର କ୍ରମ ବିକାଶ, ନବ କଳେବର, ଶ୍ରୀଜୀଉମାନଙ୍କ ବେଶ, ମହାପ୍ରସାଦ, ରଥନିର୍ମାଣ ଓ ପ୍ରତିଷ୍ଠାବିଧି, ଶ୍ରୀଜୀଉଙ୍କ ଯାନିଯାତ୍ରା, ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ, କଳା ଓ ଭାସ୍କର୍ଯ୍ୟ, ନୀତିକାନ୍ତି, ସେବକ ପରମ୍ପରା, ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ, ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ ଶ୍ରୀଜଗନ୍ନାଥ, ମଠ ସଂସ୍କୃତି, ନୃତ୍ୟ-ସଙ୍ଗୀତ ପରମ୍ପରାରେ ଶ୍ରୀଜଗନ୍ନାଥ, ବିବିଧ କଳା ଓ ଶିଳ୍ପରେ ଶ୍ରୀଜଗନ୍ନାଥ, ବିବିଧ ମତବାଦ ଓ ଶ୍ରୀଜଗନ୍ନାଥ ଏବଂ ଶ୍ରୀକ୍ଷେତ୍ର ମହାତ୍ମ୍ୟ ଇତ୍ୟାଦି ପ୍ରସଙ୍ଗ ଉପରେ ବିଦ୍ୱାନମାନେ ବକ୍ତବ୍ୟ ରଖିଥିଲେ । 

Annual celebration: ଶ୍ରୀନୀଳାଚଳ ତତ୍ତ୍ବ ସନ୍ଧାନ ପରିଷଦର ବାର୍ଷିକୋତ୍ସବ: ‘ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଅସ୍ମିତାର ପ୍ରଥମ ପ୍ରମାଣ’

ସର୍ବଶ୍ରୀ ହରେକୃଷ୍ଣ ପ୍ରତିହାରୀ, ଶ୍ରୀନିବାସ ଆଚାର୍ଯ୍ୟ, ଅସିତ୍‍ ମହାନ୍ତି, ଭାସ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ପୀତବାସ ରାଉତରାୟ, ଅଭୟ କୁମାର ନାୟକ, କୃଷ୍ଣକେଶବ ଷଡ଼ଙ୍ଗୀ, ବାବାଜୀ ଚରଣ ପଟ୍ଟନାୟକ, ପ୍ରେମାନନ୍ଦ ମହାପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର, ବିଶ୍ୱନାଥ ସାମନ୍ତରାୟ, ଦେବପ୍ରସାଦ ଦାଶ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ନରେଶ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ରଥ, ଚିନ୍ତାମଣି ବିଶ୍ୱାଳ, ପଦ୍ମନାଭ ତ୍ରିପାଠୀ, ସନତ୍‍ ସୁଜାତାନନ୍ଦ ଦାସ ଓ ମନସ୍ୱିନୀ ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଗବେଷକ ତଥା ବିଶେଷଜ୍ଞ ଶ୍ରୀଜଗନ୍ନାଥ ଚେତନା ଉପରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ବୈଷୟିକ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର, ପରାମର୍ଶଦାତା ସୂର୍ଯ୍ୟ ମିଶ୍ର, ସଚ୍ଚିଦାନନ୍ଦ ପଣ୍ଡା, ଦେବାନନ୍ଦ ଭଞ୍ଜ, ଦେବେନ୍ଦ୍ର ନାଥ ମହାନ୍ତି, ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.