Second Shakti Engine Manufacturing ସୁନାବେଡ଼ା ‘ହାଲ’ରେ ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟିତ, ବାୟୁସେନାକୁ ହସ୍ତାନ୍ତର ହେଲା ୨୦୦୦ତମ ଇଞ୍ଜିନ୍

43 minutes ago 1
ARTICLE AD BOX

ଭୁବନେଶ୍ବର: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ମଙ୍ଗଳବାର) କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ହାଲ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟରେ ଶକ୍ତି ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟନ କରିଛନ୍ତି। ଏହା ସହିତ ସୁନାବେଡା ହାଲ୍‌ରେ ନିର୍ମିତ ୨୦୦୦ତମ ଇଞ୍ଜିନକୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଥିଲେ।

ହାଲ୍‌ କୋରାପୁଟ ଡିଭିଜିନ୍‌ର ନୂଆ ଉପଲବ୍ଧି: ‘ହାଲ୍‌’ ଯୋଗାଇବ ମିଗ୍ ଇଞ୍ଜିନ୍
ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ରକ୍ଷାମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ସେ ନିଜକୁ ଏଠାରେ ଅତିଥି ଭାବେ ନୁହେଁ, ବରଂ ଏହି HAL ପରିବାରର ଜଣେ ସଦସ୍ୟ ଭାବେ ଅନୁଭବ କରୁଛନ୍ତି ।

HAL- Koraput1

କୋରାପୁଟର ଏହି କେନ୍ଦ୍ର ଏବଂ ବିଶାଖାପାଟଣାର ଡିଫେନ୍ସ ଓ ନାଭାଲ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତ ପାଇଁ ଏକ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିବ। ୧୯୬୪ରୁ ଫ୍ରଣ୍ଟଲାଇନ ବିମାନ ପାଇଁ ଇଞ୍ଜିନ ନିର୍ମାଣ କରିଆସୁଥିବା HAL, କୋରାପୁଟକୁ କେବଳ ଏକ ଫ୍ୟାକ୍ଟ୍ରି ନୁହେଁ, ବରଂ ଏରୋସ୍ପେସ ପ୍ରପଲସନ ଇକୋସିଷ୍ଟମର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରିପାରିଛି । 

ବେହାଲ୍‌ ଟ୍ରାଫିକ୍‌, ଅସହାୟ ପୁଲିସ: ଗାଡ଼ି ବଢ଼ୁଛି, କର୍ମଚାରୀ ବଢ଼ୁନାହାନ୍ତି
HAL କୋରାପୁଟ ଡିଭିଜନ୍ ଦ୍ୱାରା ହାସଲ କରାଯାଇଥିବା ମାଇଲଖୁଣ୍ଟ ବିଷୟରେ ମତ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଗତ ୬୦ ବର୍ଷ ଧରି ଏହି ସଂସ୍ଥା ଦେଶର ସୁରକ୍ଷାରେ ଅତୁଳନୀୟ ଯୋଗଦାନ ଦେଇଆସୁଛି। ଆଜି ଶକ୍ତି ଇଞ୍ଜିନ୍‌ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍‌ର ଉଦ୍‌ଘାଟନ ଏବଂ ୨୦୦୦ତମ ଇଞ୍ଜିନ୍‌ର ହସ୍ତାନ୍ତର ଭାରତର ବୃଦ୍ଧିପାଉଥିବା ପ୍ରତିରକ୍ଷା ସାମର୍ଥ୍ୟର ଜ୍ୱଳନ୍ତ ପ୍ରତୀକ। ଲାଇଟ୍ ହେଲିକପ୍ଟର ପାଇଁ ନିର୍ମିତ ଏହି ଦ୍ୱିତୀୟ ଲାଇନ୍ ଦ୍ୱାରା ବାର୍ଷିକ ୧୦୦ଟି ଶକ୍ତି ଇଞ୍ଜିନ୍ ଉତ୍ପାଦନ ହୋଇପାରିବ। ଏହାଛଡ଼ା AL-31 FP ଇଞ୍ଜିନ୍ ଉତ୍ପାଦନ କ୍ଷମତାକୁ ବାର୍ଷିକ ୩୦ରୁ ୫୦କୁ ବୃଦ୍ଧି କରାଯାଉଛି। ବର୍ତ୍ତମାନ HAL କୋରାପୁଟ ଡିଭିଜନ୍ ୧୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବାରୁ ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଥିଲେ।

HAL- Koraput

ରାଜ୍ୟର ଶିଳ୍ପାୟନ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିବା ପରଠାରୁ ପ୍ରାୟ ୨୨.୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ମିଳିଛି, ଯାହା ମଧ୍ୟରୁ ୧୨.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇସାରିଛି। ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ୧୫୨ଟି ଶିଳ୍ପର ଗ୍ରାଉଣ୍ଡିଙ୍ଗ୍ ହୋଇସାରିଛି, ଯାହା ଦ୍ୱାରା ୨.୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ବର୍ତ୍ତମାନ କେବଳ ଅଳ୍ପ କେତୋଟି ଜିଲ୍ଲାରେ ଶିଳ୍ପ ସୀମିତ ନରହି ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ସ୍ଥାପନ କରାଯାଉଛି।

HAL- Koraput2

ସେମିକଣ୍ଡକ୍ଟର କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ନରାଜଠାରେ ୮୭୦ ଏକର ପରିମିତ ସ୍ଥାନରେ 'ଓଡ଼ିଶା ସିଲିକନ ଭ୍ୟାଲି' ପ୍ରତିଷ୍ଠା କରାଯାଉଛି ଏବଂ ସିକ୍‌ସେମ୍ (SiCSEM) ଓ 3DGS ପରି ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅଛି, ଯାହା ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ ।

ହିନ୍ଦୁସ୍ତାନ୍‌ ହିନ୍ଦୁମାନଙ୍କର ଦେଶ, ହିନ୍ଦୀ ଭାଷାର ଦେଶ ନୁହେଁ: ନୀତୀଶ କୁମାରଙ୍କୁ କହିଲେ ସଦ୍‌ଗୁରୁ

ଏହି ଅବସରରେ  ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ, କୋଟପାଡ଼ର ବିଧାୟକ ରୂପୁ ଭତ୍ରା, ଲକ୍ଷ୍ମୀପୁରର ବିଧାୟକ ପବିତ୍ର ସାଉଁଟା, କୋରାପୁଟ ବିଧାୟକ ରଘୁରାମ ମାଛ,   କେନ୍ଦ୍ରୀୟ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର, HALର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (CMD) କେ. ରବି, ଏୟାର ହେଡକ୍ୱାର୍ଟରର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ (DCAS) ଏୟାର ମାର୍ଶାଲ ତେଜ ପାଲ ସିଂହ, ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ ସଂସ୍ଥାର ପ୍ରମୁଖ ବୈଜ୍ଞାନିକ, ଇଞ୍ଜିନିୟର, ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ  ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.