Wild Boar Hunting Case: ବାରହା ଶିକାର ନେଇ ମିଥ୍ୟା ମାମଲା,  ଯୁବକଙ୍କୁ ଏସିଏଫଙ୍କ ମାଡ଼ ଅଭିଯୋଗ, ଡାକ୍ତରଖାନାରେ ଭର୍ତ୍ତି

44 minutes ago 1
ARTICLE AD BOX

ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ବନ ବିଭାଗ ନାମରେ କ୍ଷମତାର ଦୁରୁପଯୋଗ ଅଭିଯୋଗ ହୋଇଛି।  ବାରହା ମାରି ଖାଇଥିବା ଅଭିଯୋଗରେ ଲେଫ୍ରିପଡ଼ା ବନାଞ୍ଚଳ ଗୁଣ୍ଡିଆଡିହି ଦାଣ୍ଡପାନି ହୁର୍ମେଇ ଗାଁର ୨ ଅଭିଯୁକ୍ତଙ୍କ ଗିରଫ କରିବା ପରେ କଳାକର ଲାକ୍ରାଙ୍କୁ ଏଥିରେ ସମ୍ପୃକ୍ତ ଥିବା ସ୍ବୀକାର କରିବାକୁ ଚାପ ପକାଇ ମାଡ଼ ମାରିଥିବା ଜଣାଯାଇଛି। ବନ ବିଭାଗ ଅଧିକାରୀଙ୍କ ଠାରୁ ମାଡ଼ ଖାଇ ଯୁବକଜଣକ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 

The peanut cultivation: କାଳ ସାଜିଛି ବାର୍‌ହା ଉପଦ୍ରବ: ଠପ୍ ହୋଇଗଲାଣି ଚିନାବାଦାମ ଚାଷ, ଅବାଧ ଶିକାର ବି ନିୟନ୍ତ୍ରଣ ବାହାରେ

ପୀଡ଼ିତ ଯୁବକ କଳାକାରଙ୍କ ଅଭିଯୋଗ ଅନୁସାରେ, ଗାଁରେ ଘୁଷୁରି ମାରି ଖାଇଥିଲେ। କିନ୍ତୁ ବାର୍‌ହା ଶିକାର କରି ମାଂସ ଖାଇଥିବା ଦର୍ଶାଇ ମିଛ ମାମଲା ରୁଜୁ କରିଛି। ଦୋଷ ସ୍ବୀକାର କରିବାକୁ ଏସିଏଫ୍ ଲମ୍ବୋଦର ବାସ୍କେ ଓ ଅନ୍ଯ ଅଧିକାରୀ ବନ ବିଭାଗ ଅଫିସକୁ ଡାକି ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେ ଆହତ ହେବା ପରେ ତାଙ୍କୁ  ତରବରିଆ ଭାବେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ  ଭର୍ତ୍ତି କରିଥିବା ଜଣାପଡ଼ିଛି। ମାଡ଼ରେ  ପାଦ ଫୁଲିଥିବାବେଳେ ଦିନକ ପରେ ବି ସେ ଠିକ୍ ଭାବେ ଚଲାବୁଲା  କରିପାରୁ ନାହାନ୍ତି। 

Wild Boar Hunting ବାର୍‌ହା ଶିକାର, ୪ ଅଭିଯୁକ୍ତ ଗିରଫ

ଅପରପକ୍ଷରେ, ଏହି ଅଭିଯୋଗକୁ  ଏସିଏଫ୍ ଖଣ୍ଡନ କରିଛନ୍ତି। ପୂର୍ବରୁ ସେ ପକ୍ଷାଘାତରେ ପୀଡ଼ିତ ଥିଲେ। ଘଟଣାରେ ତାଙ୍କ ସମ୍ପୃକ୍ତି ସୂଚନା ମିଳିବା ପରେ ଅଫିସକୁ  ଡାକି ପଚରାଉଚରା କଲାବେଳେ ସେ ପଡ଼ି ଯାଇଥିଲେ ବୋଲି କହିଛନ୍ତି। 

ଏନେଇ  ବନଖଣ୍ଡ ଅଧିକାରୀ ଖୁସବନ୍ତ ସିଂଙ୍କୁ ପଚାରିବାରୁ  ସେ କହିଛନ୍ତି, ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ଯ ଜଣେ ଯୁବକଙ୍କୁ ଡାକି ପଚରାଉଚରା କରାଯାଇଥିଲା, ତାଙ୍କ  ସମ୍ପୃକ୍ତି ନଥିବାରୁ ଛାଡ଼ି ଦିଆଗଲା ବୋଲି ମୁଁ ଜାଣେ। ଏବେ ମାଡ଼ ଅଭିଯୋଗ ଆସିଛି ଯଦି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

Wild Animals: ବାର୍‌ହା ଆକ୍ରମଣରେ ଦୁଇ ଜଣ ଆହତ, ଜଣେ ଗୁରୁତର

ଅଭିଯୋଗ ଅନୁସାରେ,   ଅକ୍ଟୋବର ୪ ତାରିଖରେ ହୁର୍ମେଇ ଗାଁରେ ଏକ ବାରହାକୁ ମାରି ମାଂସ ରାନ୍ଧିଥିବା ସୂଚନା ପାଇ ବନ ବିଭାଗର ଏକ ଟିମ୍ ସେହି  ରାତିରେ ଚଢ଼ଉ କରି ୨ ଜଣ ରେଙ୍ଗା ମିଞ୍ଜ ଓ ସୁରେଶ କୁଲୁଙ୍କୁ ଗିରଫ କରିଥିଲେ। ସେମାନଙ୍କ ଘରୁ ୨ କିଲୋ ରନ୍ଧା ମାଂସ ଜବତ କରିଥିଲେ। ମାମଲାରେ କଳାକରଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିବା ପରେ ଏସିଏଫ ଶ୍ରୀ ବାସ୍କେ ତାଙ୍କୁ ଡକାଇଥିଲେ। ସେ ୫ ତାରିଖ ସକାଳେ ଲେଫ୍ରିପଡ଼ା ବନ ଅଫିସକୁ ଆସି ଗାଁରେ  ବାରହା ନୁହେଁ ପୋଷା ଘୁଷୁରି ମାରି ଖାଇଥିବା କହିଥିଲେ। କିନ୍ତୁ ଏସିଏଫ ଓ ଅନ୍ଯ କର୍ମଚାରୀ ତାଙ୍କୁ ମାଡ଼ ମାରି ବାରହା ମାରିଥିବା ସ୍ବୀକାର କରିବାକୁ ଚାପ ପକାଇଥିଲେ। ମାଡ଼ରେ କଳାକର  ଅଚେତ ହୋଇଯିବା ପରେ ତାଙ୍କୁ ଲେଫ୍ରିପଡ଼ା  ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ପଠାଇ ଦିଆ ଯାଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.