ARTICLE AD BOX
ଛତ୍ରପୁର: ଓଡ଼ିଶା ଜଳସୀମା ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ଆନ୍ଧ୍ରପ୍ରଦେଶର ଏକ ମାଛଧରା ଟ୍ରଲରକୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଟିମ୍ ଜବତ କରିଛି। ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ଅଟକ ରଖାଯାଇଛି।
Fishing ports: ଡିସେମ୍ବର ସୁଦ୍ଧା ୨ଟି ମାଛଧରା ବନ୍ଦର: ୪ଟି ରୋ-ପାକ୍ସ ଜେଟି ବି କାର୍ଯ୍ୟକ୍ଷମ ହେବ
ସୂଚନା ଅନୁସାରେ, ଆର୍ଯ୍ୟପଲ୍ଲୀ ଉପକୂଳ ନିକଟ ଓଡ଼ିଶା ଜଳସୀମାରେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ବେଆଇନ ଭାବେ ମାଛ ଧରୁଥିବା ନେଇ ଖବର ମିଳିଥିଲା। ଏହାପରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଟିମ୍ ଚଢ଼ାଉ କରି ଟ୍ରଲରଟିକୁ ଜବତ କରିଥିଲା। ଟ୍ରଲରରୁ ବିପୁଳ ପରିମାଣର ମାଛ ମଧ୍ୟ ଜବତ କରାଯାଇଥିଲା।
ପାରାଦୀପ ମାଛଧରା ବନ୍ଦର ପରିସରରୁ ପିକଅପ ଭ୍ଯାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ: ୩ ଗିରଫ
ଜବତ ମାଛକୁ ନିୟମ ଅନୁଯାୟୀ ନିଲାମ କରାଯାଇଥିବା ବେଳେ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଛତ୍ରପୁର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବୀଦତ୍ତ ମହାନ୍ତି ସୂଚନା ଦେଇଛନ୍ତି। ଜବତ ଟ୍ରଲରଟି ଥାନା ଜିମାରେ ରହିଛି।

58 minutes ago
1


