Workers Join BJP ବ୍ରଜରାଜନଗର ପୂର୍ବତନ ଉପନଗରପାଳ ସମେତ ଶତାଧିକ କର୍ମୀ ବିଜେପିରେ ମିଶିଲେ

3 hours ago 1
ARTICLE AD BOX

ବ୍ରଜରାଜନଗର (ଉପନ ଚରଣ ସାହୁ):   ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଗତ ୨ ଦିନ ତଳେ ବେଲପାହାଡ଼ ପୌରପାଳିକାର ଉପାଧ୍ୟକ୍ଷା ସମେତ ୧୦ ଜଣ କାଉନସିଲର ଓ ୨୦୦ରୁ ଅଧିକ କର୍ମୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜି (ଶୁକ୍ରବାର) ବ୍ରଜରାଜନଗର ପୂର୍ବତନ ଉପନଗରପାଳ ତଥା ବରିଷ୍ଠ ବିଜେଡି ନେତା ଜୟନ୍ତ ଦୀକ୍ଷିତ ନିଜ ଶତାଧିକ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ଗତ କିଛି ଦିନ ତଳେ ଶ୍ରୀ ଦୀକ୍ଷିତ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

BJP Joining ବିଜେପିରେ ମିଶିଲେ ଭଦ୍ରକ, ଭୁବନେଶ୍ବର, ନୟାଗଡ଼, ଗଞ୍ଜାମ ଜିଲ୍ଲାର ବହୁ ନେତା

ଏହି ମିଶ୍ରଣ ପର୍ବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱ ଏବଂ ଝାରସୁଗୁଡ଼ାଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ସହଯୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କଳାହାଣ୍ଡି ସାଂସଦଙ୍କ ଉପସ୍ଥିତିରେ ଶ୍ରୀ ଦୀକ୍ଷିତଙ୍କୁ ବିଜେପିରେ ସ୍ୱାଗତ କରାଯାଇଥିଲା।

ମିଶ୍ରଣ ପରେ ଶ୍ରୀ ଦୀକ୍ଷିତ ଏବଂ ତାଙ୍କ ସମର୍ଥକମାନେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି।ଏହି ନିଷ୍ପତ୍ତି ବ୍ରଜରାଜନଗର ବିକାଶକୁ ଏକ ନୂଆ ଗତି ଦେବା ସହ ମୋଦୀଜୀଙ୍କ 'ବିକଶିତ ଭାରତ' ସଂକଳ୍ପକୁ ମଜବୁତ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେମାନେ ପ୍ରକାଶ କରିଥିଲେ।
ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା ଜୟନ୍ତ ଦୀକ୍ଷିତ ଏବଂ ତାଙ୍କ ସମସ୍ତ ସମର୍ଥକଙ୍କୁ ବିଜେପି ପରିବାରକୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.