ARTICLE AD BOX
ନୂଆଦିଲ୍ଲୀ: ବୟସ ମାତ୍ର କେଇ ବର୍ଷ, ହେଲେ ଅନ୍ଦାଜ୍ ପୂରା ବଲିଉଡ୍ ଷ୍ଟାରଙ୍କ ଭଳି! ମୁହଁରେ ମିଠା ହସ, ପାଦରେ ତାଳ ଆଉ ଓଠରେ ଶାହରୁଖ ଖାନ୍ଙ୍କ ଗୀତ। ଜର୍ଜିଆର କୁନି ଝିଅର ଏମିତି ଡ୍ୟାନ୍ସ ଦେଖି ଖୁସିରେ ଆତ୍ମହରା ଜେଜେ। ନାତୁଣୀର ପ୍ରତିଟି ଷ୍ଟେପ୍କୁ ନିରବରେ ଉପଭୋଗ କରୁଛନ୍ତି। ଏପଟେ ସୋସିଆଲ ମିଡିଆରେ ଛାଇ ଯାଇଛି ଏହି କୁନି ଫ୍ୟାନ୍ଙ୍କ ଭିଡିଓ। ୨୫ ବର୍ଷ ପୁରୁଣା ଗୀତରେ ଏମିତି ଠୁମକା ଲଗାଇଛନ୍ତି ଯେ ଭିଡିଓ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି । ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ ଜଲୱା କେବଳ ବଡ଼ଙ୍କ ଭିତରେ ସୀମିତ ନାହିଁ। ଛୋଟ ପିଲାଙ୍କ ମନରେ ବି ରହିଛି ଶାହରୁଖଙ୍କ ପାଇଁ ସ୍ୱତନ୍ତ୍ର ଜାଗା। ଏହି ଭିଡିଓ ହିଁ ତାହାର ଜ୍ୱଳନ୍ତ ଉଦାହରଣ। କୁଞ୍ଚୁ କୁଞ୍ଚିଆ କେଶ ଥିବା ଏହି କୁନି ଝିଅଟି ଶାହରୁଖଙ୍କ ଅଭିନୀତ ଫିଲ୍ମ 'କଭି ଖୁସି କଭି ଗମ୍'ର ଲୋକପ୍ରିୟ ଗୀତ 'ବୋଲେ ଚୂଡ଼ିୟାଁ'ରେ ମସ୍ତିଭରା ଅନ୍ଦାଜରେ ନାଚୁଛି। କେବଳ ନାଚୁନି, ଗୀତର ତାଳେ ତାଳେ ଗୁଣୁଗୁଣୁ ହୋଇ ଗାଉଛି ମଧ୍ୟ। ହାତ ହଲାଇ ନାଚିବାଠାରୁ ଆରମ୍ଭ କରି ଶେଷରେ ହାତରେ ହାର୍ଟ ସେପ୍ କରିବା ପର୍ଯ୍ୟନ୍ତ, ତାର ପ୍ରତିଟି ଅନ୍ଦାଜ୍ ମନ ଜିଣିନେଉଛି ।
Rahul Gandhi: ୨୦୨୭ରେ ଭାରତର ଜିଡିପି ଅଭିବୃଦ୍ଧି ୭.୨% ରହିବ ବୋଲି ଗୋଲ୍ଡମ୍ୟାନ୍ ସାକ୍ସର ଆକଳନ
ଆଉ ସବୁଠୁ ମଜାଦାର ଦୃଶ୍ୟ ହେଉଛି ଝିଅଟିର ଜେଜେ। ନାତୁଣୀର ଏହି ଡ୍ୟାନ୍ସକୁ ଚୁପଚାପ୍ ବସି ଉପଭୋଗ କରୁଛନ୍ତି। ମୁହଁରେ ହସ ଆଉ ଆଖିରେ ଖୁସି। ନାତୁଣୀର ପ୍ରତିଟି ଷ୍ଟେପ୍କୁ ଯେମିତି ମନଭରି ଉପଭୋଗ କରୁଛନ୍ତି। ଏହି ଭିଡିଓକୁ ଶାହରୁଖଙ୍କ ଫ୍ୟାନ୍ କ୍ଲବ୍ ସୋସିଆଲ ମିଡିଆରେ ସେୟାର କରିଛି। ଯାହାର କ୍ୟାପସନ୍ରେ ଲେଖାଯାଇଛି, ପ୍ରତି ପିଢ଼ି ଶାହରୁଖଙ୍କୁ ଭଲପାଏ। ଭିଡିଓଟିକୁ ହଜାର ହଜାର ଲୋକ ଦେଖିବା ସହ ଲାଇକ୍ ଓ କମେଣ୍ଟ କରୁଛନ୍ତି। କୁନି ଝିଅର କ୍ୟୁଟ୍ ଡ୍ୟାନ୍ସ ସହ ଦାଦା-ନାତୁଣୀଙ୍କ ଏହି ସୁନ୍ଦର ବଣ୍ଡିଂକୁ ବି ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ। ସେପଟେ ଶାହରୁଖ ଖାନ୍ ମଧ୍ୟ ନିଜ ଆଗାମୀ ଫିଲ୍ମ 'କିଙ୍ଗ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ୨୦୨୬ ଡିସେମ୍ବର ୨୪ରେ ଫିଲ୍ମଟି ରିଲିଜ୍ ହେବାର ଯୋଜନା ରହିଛି। ଏଥିରେ ଝିଅ ସୁହାନା ଖାନ୍ଙ୍କ ସହ ଦୀପିକା ପାଦୁକୋନ୍, ଅଭିଷେକ ବଚ୍ଚନ ଓ ରାଘବ ଜୁୟାଲ୍ଙ୍କ ଭଳି କଳାକାର ନଜର ଆସିବେ। ଫିଲ୍ମକୁ ନେଇ ଫ୍ୟାନ୍ଙ୍କ ଉତ୍ସାହ ଏବେଠୁ ଆକାଶଛୁଆଁ। ହେଲେ ଏହି କୁନି ଫ୍ୟାନ୍ଙ୍କ ଭଲପାଇବା ଦେଖିଲେ ଲାଗୁଛି, କିଙ୍ଗ୍ ଖାନ୍ଙ୍କ ରାଜ୍ କେବଳ ରୂପେଲି ପରଦାରେ ନୁହେଁ, ପିଢ଼ି ପରେ ପିଢ଼ି ଲୋକଙ୍କ ହୃଦୟରେ ମଧ୍ୟ ଚାଲିଛି।

14 minutes ago
1


