ARTICLE AD BOX
ଋଷିକେଶ: ଉତ୍ତରାଖଣ୍ଡର ଋଷିକେଶରେ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ହରିଦ୍ୱାରରେ ଭଗବାନ ଶିବଙ୍କ ଦର୍ଶନ ସାରି ଯୋଶୀମଠ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
/sambad/media/post_attachments/bbe3b5ee-a79.png)
ରିପୋର୍ଟ ଅନୁସାରେ ବିଶ୍ୱନାଥ ସେବା ବସ୍ ବଦ୍ରିନାଥ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୁନିକିରେତି ଇନ୍ସପେକ୍ଟର-ଇନ୍-ଚାର୍ଜ ପ୍ରଦୀପ ଚୌହାନ କହିଛନ୍ତି ଯେ ଗୁଲାର ନିକଟରେ ବସ୍ଟି ରେଲିଂ ଭାଙ୍ଗି ଘାଟିରେ ପଡ଼ିଛି। ୩୨ ସିଟ୍ ବିଶିଷ୍ଟ ବସ୍ ଟି ୩୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା, ଯେଉଁମାନଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ଚିହ୍ନଟ କରାଯାଉଛି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ଯାତ୍ରୀବାହୀ ବସ୍ରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ଶ୍ରଦ୍ଧାଳୁ ଥିବା ଜଣାଯାଇଛି।

17 minutes ago
1


