ARTICLE AD BOX
ଲର୍ଡ୍ସ,: ଅଷ୍ଟ୍ରେଲିଆ ସପ୍ତମ ଥର ପାଇଁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତି ନେଇଛି। ରବିବାରର ଏକତରଫା ଫାଇନାଲ୍ରେ ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି କଙ୍ଗାରୁ ବାହିନୀ ପୁଣି ଥରେ ବିଶ୍ବ ବିଜେତା ହେବାର ଗୌରବ ଅର୍ଜନ କରିଛି। ଇଂଲଣ୍ଡ ମାତ୍ର ୧୫୧ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ଅଷ୍ଟ୍ରେଲିଆ ୧୭.୧ ଓଭରରେ କେବଳ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଓପନର୍ ଜର୍ଜିଆ ଭୋଲି ମାତ୍ର ୯ ରନ୍ରେ ଆଉଟ୍ ହୋଇଥିଲେ। ତେବେ ଅଭିଜ୍ଞ ବ୍ୟାଟର୍ ତଥା ୱିକେଟ୍ ରକ୍ଷକ ବେଥ୍ ମୁନି ଓ ଫୋବେ ଲିଚଫିଲ୍ଡ ଦ୍ବିତୀୟ ୱିକେଟ୍ରେ ୧୦୦ ରନ୍ର ଭାଗୀଦାର କରି ଇଂଲଣ୍ଡ ହାତରୁ ମ୍ୟାଚ୍ ଓ ବିଶ୍ବକପ୍ ଛଡ଼ାଇ ନେଇଥିଲେ। ମୁନି ଫାଇନାଲ୍ ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Womens World Cup: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଉତ୍ସବରେ ରୀତା ଦେଖାଇବେ କମାଲ୍
୭ ୱିକେଟ୍ରେ ହାରିଲା ଇଂଲଣ୍ଡ
କଙ୍ଗାରୁ ଦଳ ରେକର୍ଡ ସପ୍ତମ ଥର ବିଜେତା
ପୂର୍ବରୁ ଅଧିନାୟିକା ନାଟ୍ ଶ୍ଚିଭର-ବ୍ରଣ୍ଟ୍ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ଅଷ୍ଟ୍ରେଲିଆ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦ୍ବିତୀୟ ଓଭରର ଦ୍ବିତୀୟ ବଲ୍ରେ ଆମି ଜୋନ୍ସ (୬)ଙ୍କୁ ଲୁସି ହାମିଲଟନ୍ ଆଉଟ୍ କରି ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଡାନି ୱେଟ୍-ହଜ୍ (୮) ମଧ୍ୟ ବିଫଳ ହେବାରୁ ଘରୋଇ ଦଳ ୪.୫ ଓଭରରେ ୩୨/୨ରେ ସଂଘର୍ଷ କରିଥିଲା। ତେବେ ବ୍ରଣ୍ଟ ଓ ଏଲିସ୍ କ୍ୟାପ୍ସି (୨୩) ତୃତୀୟ ୱିକେଟ୍ରେ ୩୫ ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। କ୍ୟାପ୍ସିଙ୍କ ପରେ ପରେ ହିଦର ନାଇଟ୍ (୨) ସଅଳ ପ୍ୟାଭିଲିୟନ୍ ଫେରିଥିଲେ। ଶେଷରେ ବ୍ରଣ୍ଟ୍ (୫୮*, ୫୩ ବଲ୍, ୫ ଚୌକା) ଏବଂ ଫ୍ରେୟା କେମ୍ପ (୪୪*, ୨୮ ବଲ୍, ୪ ଚୌକା, ୧ ଛକା) ପଞ୍ଚମ ୱିକେଟ୍ରେ ଅବିଭାଜିତ ୮୦ ରନ୍ର ଭାଗୀଦାର ଗଢ଼ି ଇଂଲଣ୍ଡ ସ୍କୋର୍କୁ ଦେଢ଼ ଶହ ରନ୍ ପାର କରାଇଥିଲେ।
World Cup celebration: ମେକ୍ସିକୋ ସିଟି ବିଜୟ ଉତ୍ସବ ବେଳେ ୨ ମୃତ୍ୟୁ
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ୨୦ ଓଭରରେ-୧୫୦/୪ (ନାଟ୍ ଶ୍ଚିଭର-ବ୍ରଣ୍ଟ୍ ୫୮, ଫ୍ରେୟା କେମ୍ପ ୪୪*, ଏଲିସ୍ କ୍ୟାପ୍ସି ୨୩, ଲୁସି ହାମିଲଟନ୍ ୧/୧୯, କିମ୍ ଗାର୍ଥ ୧/୨୦, ସୋଫି ମୋଲିନକ୍ସ ୧/୩୨)। ଅଷ୍ଟ୍ରେଲିଆ ୧୭.୧ ଓଭରରେ-୧୫୩/୩ (ବେଥ୍ ମୁନି ୬୪, ଫୋବେ ଲିଚଫିଲ୍ଡ ୪୮, ପୋଫି ଏକଲେଷ୍ଟୋନ୍ ୧/୨୪, ଚାର୍ଲି ଡିନ୍ ୧/୨୮, ଲୌରେନ ବେଲ୍ ୧/୩୮)।

1 hour ago
1


