ARTICLE AD BOX
ଲଣ୍ଡନ: ପ୍ରଥମ ଥର ଲାଗି ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍ରେ ୨ ଚେକ୍ଗଣରାଜ୍ୟ ଖେଳାଳି ମୁହାଁମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ମହିଳା ଏକକ ଏହି ଫାଇନାଲ୍ରେ ଲିଣ୍ଡା ନୋସ୍କୋଭା ଭେଟିବେ ନିଜ ଦେଶର କାରୋଲିନା ମୁଚୋଭାଙ୍କୁ।
Sports Award : ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟ୍ ପକ୍ଷରୁ ଯୁବ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା
ସ୍ଲୋଆନେ ଷ୍ଟିଫେନ୍ସ ଓ ମାଡିସନ୍ କିଜ୍ ମୁହାଁମୁହିଁ
ସେମିଫାଇନାଲ୍ରେ ନବମ ମାନ୍ୟତାପ୍ରାପ୍ତ ୨୧ ବର୍ଷୀୟା ନୋସ୍କୋଭା ସିଧାସଳଖ ୬-୪, ୬-୪ ସେଟ୍ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ୟୁକ୍ରେନ୍ର ମାର୍ତା କୋସ୍ତ୍ୟୁକଙ୍କୁ ପରାସ୍ତ କରି ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ।। ସେହିଭଳି ଦଶମ ମାନ୍ୟତାପ୍ରାପ୍ତ ମୁଚୋଭା ୬-୨, ୧-୬, ୭-୬ ସେଟ୍ରେ ୨ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ଆମେରିକା କୋକୋ ଗଫ୍ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଏଠାରେ ଟ୍ରଫି ଲଢ଼େଇରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଗ୍ରାଣ୍ଡ ସ୍ଲାମ୍ରେ ଗୋଟିଏ ରାଷ୍ଟ୍ରରୁ ଦୁଇ ମହିଳା ଖେଳାଳି ଟ୍ରଫି ପାଇଁ ଲଢ଼ିବାରେ ୨୦୧୭ ୟୁଏସ୍ ଓପନ୍ ପରେ ପ୍ରଥମ ଘଟଣା ହେବାକୁ ଯାଉଛି। ୨୦୧୭ରେ ଦୁଇ ଆମେରିକୀୟ ମହିଳା ଖେଳାଳି ସ୍ଲୋଆନେ ଷ୍ଟିଫେନ୍ସ ଓ ମାଡିସନ୍ କିଜ୍ ମୁହାଁମୁହିଁ ହୋଇଥିଲେ।

1 hour ago
1


