ARTICLE AD BOX
ରୁଦ୍ରରଞ୍ଜନ ଶେଜପଡ଼ା
ବାଂଲାଦେଶର ତସଲିମା ନସରିନ ଜଣେ ପ୍ରସିଦ୍ଧ ଲେଖିକା। ନାରୀ ସ୍ୱାଧୀନତା, ଲିଙ୍ଗ ସମାନତା, ଧର୍ମନିରପେକ୍ଷତା ଓ ମାନବାଧିକାର ତାଙ୍କ ସାହିତ୍ୟର ମୁଖ୍ୟ ଆଧାର। ଏକଦା ତସଲିମାଙ୍କ ଉପନ୍ୟାସ ‘ଲଜ୍ଜା’କୁ ନେଇ ବ୍ୟାପକ ପ୍ରତିବାଦ ହୋଇଥିଲା। ତାଙ୍କ ଲେଖା ଇସ୍ଲାମ ବିରୋଧୀ ବୋଲି ଅଭିଯୋଗ ଉଠିଥିଲା। ଧର୍ମୀୟ ମୌଳବାଦୀ ଗୋଷ୍ଠୀ ତସଲିମାଙ୍କ ନାମରେ ‘ଫତୱା’ ଜାରି କରିବା ସହ ହତ୍ୟା ଧମକ ଦେଇଥିଲେ। ଏମିତି କି ତାଙ୍କ ବିରୋଧରେ ଆଇନଗତ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେଣୁ ତସଲିମାଙ୍କୁ ଦେଶ ଛାଡ଼ି ନିର୍ବାସିତ ଜୀବନ ବିତାଇବାକୁ ପଡ଼ିଛି। ସେ ଭାରତର କଲିକତାରେ ରହୁଥିବା ବେଳେ ନିଜ ଲେଖା ଓ ଧର୍ମୀୟ ମତାମତକୁ ନେଇ ପୁଣି ବିବାଦୀୟ ହୋଇଥିଲେ। ହିଂସାତ୍ମକ ପ୍ରତିବାଦକୁ ଆଖି ଆଗରେ ରଖି ତସଲିମାଙ୍କୁ ପ୍ରଥମେ ଜୟପୁର ଏବଂ ପରେ ଦିଲ୍ଲୀର ଏକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଦୀର୍ଘ ୧୯ ବର୍ଷ ପରେ ଗତ ୩୧ ତାରିଖ ଦିନ ସେ ପୁଣି କଲିକତା ଫେରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି; ତସଲିମା ଭାରତର ଯେଉଁ ସହରରେ ରହିବାକୁ ଚହିଁବେ, ସେ ସେହିଠାରେ ରହିପାରିବେ।
Accident: ହରିୟାଣାରେ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍
ଗୋଟିଏପଟେ ଦେଶାନ୍ତର ହୋଇଥିବା ବାଂଲାଦେଶୀ ମହିଳା ଲେଖିବା ତସଲିମା ନାସରିନଙ୍କୁ ସରକାର ଭାରତରେ ସବୁ ସହରର ଦରଜା ଖୋଲିଦେବା ନେଇ ଚର୍ଚ୍ଚାଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ପାଖାପାଖି ଅର୍ଦ୍ଧାଧିକ ମହିଳା ଆମେରିକା ଭଳି ସ୍ବପ୍ନର ଦେଶକୁ ଛାଡ଼ି କାନାଡ଼ା, ସ୍ପେନ୍, ପର୍ତୁଗାଲ୍, କୋଷ୍ଟାରିକା ଓ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶକୁ ପଳାଇଯିବାର ଇଚ୍ଛା ପ୍ରକଟ କରିବା ନେଇ ବିତର୍କ ଦେଖାଦେଇଛି। କାର୍ଯ୍ୟସ୍ଥଳ ପରାମର୍ଶ ଓ ବିଶ୍ୱସ୍ତରୀୟ ଗବେଷଣା ସଂସ୍ଥା ‘ଗାଲପ୍’ର ୨୦୨୫ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପ୍ରତି ୫ ଜଣ ଆମେରିକୀୟଙ୍କ ମଧ୍ୟରୁ ଜଣେ ସୁଯୋଗ ମିଳିଲେ ଆମେରିକା ଛାଡ଼ି ସ୍ଥାୟୀ ଭାବେ ଅନ୍ୟ ଦେଶରେ ବସବାସ କରିବାକୁ ଚାହାଁନ୍ତି। ବିଶେଷକରି ୧୫ରୁ ୪୪ ବର୍ଷ ବୟସର ୪୦ ପ୍ରତିଶତ ମହିଳା ବିଦେଶକୁ ସ୍ଥାୟୀ ଭାବେ ଚାଲିଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ୨୦୧୪ରେ ଏଭଳି ଇଚ୍ଛା ପ୍ରକାଶ କରିଥିବା ଆମେରିକୀୟଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୪ ଗୁଣ ବୃଦ୍ଧି ପାଇଛିି। କୁହାଯାଉଛି, ପ୍ରଜନନର ଅଧିକାର, ଆର୍ଥିକ ଚାପ, ନିରାପତ୍ତା ଏବଂ ଜୀବନଶୈଳୀ ସହ ଜଡ଼ିତ କେତେକ ପ୍ରମୁଖ କାରଣ ପାଇଁ ମହିଳାମାନଙ୍କ ମନରେ ଆମେରିକା ଛାଡ଼ି ଚାଲିଯିବା ପରି ଭାବନା ଆସୁଛି।
ଉଲ୍ଲେଖଥାଉ କି, ୨୦୨୨ ମସିହାରେ ଆମେରିକାର ସୁପ୍ରିମ୍ କୋର୍ଟ ‘ରୋ ଭର୍ସେସ୍ ୱେଡ୍’ ରାୟକୁ ରଦ୍ଦ କରିବା ପରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଗର୍ଭପାତ ଉପରେ କଟକଣା କିମ୍ବା ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଯାଇଛି। କେନ୍ଦ୍ର ସରକାରଙ୍କ ‘ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍’ର ତଥ୍ୟ ଅନୁଯାୟୀ, ଆମେରିକାରେ ମାତୃ ମୃତ୍ୟୁହାର ଅନ୍ୟ ବିକଶିତ ଦେଶଗୁଡ଼ିକ ତୁଳନାରେ ସବୁଠାରୁ ଅଧିକ। ଏହାଛଡ଼ା, ଅତ୍ୟଧିକ ମହଙ୍ଗା ସ୍ୱାସ୍ଥ୍ୟସେବା ମହିଳାମାନଙ୍କୁ ଚିନ୍ତାରେ ପକାଉଛି। ସେହିପରି ‘ଇଣ୍ଟର୍ନ୍ୟାସ୍ନାଲ୍ ଲେବର୍ ଅର୍ଗାନାଇଜେସନ୍’ କହେ, ବିଶ୍ୱର ବିକଶିତ ଦେଶଗୁଡ଼ିକ ମଧ୍ୟରେ ଆମେରିକା ହେଉଛି ଏକମାତ୍ର ଦେଶ, ଯେଉଁଠାରେ ସରକାରୀସ୍ତରରେ ବାଧ୍ୟତାମୂଳକ ସବେତନ ମାତୃତ୍ୱ ଛୁଟିର ବ୍ୟବସ୍ଥା ନାହିଁ। ‘କେୟାର୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଆମେରିକାରେ ଶିଶୁପାଳନ ଖର୍ଚ୍ଚ ଗୋଟିଏ ପରିବାରର ହାରାହାରି ଆୟର ୨୦ ପ୍ରତିଶତରୁ ଅଧିକ। ଯାହା ମହିଳାମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ବୋଝ। ଅନ୍ୟପଟେ ଆମେରିକାରେ ପ୍ରତିବର୍ଷ ଶହ ଶହ ଗଣଗୁଳିକାଣ୍ଡ ଘଟୁଛି। ଫଳରେ ନିଜର ଓ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ଅନେକ ମାଆ ଓ ମହିଳା ଆଶଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ‘ଗନ୍ ଭାଓଲେନ୍ସ ଆର୍କାଇଭ୍’ର ତଥ୍ୟରୁ ଜଣାପଡ଼ିଛି। ଏହାକୁ ଛାଡ଼ି ଅତ୍ୟଧିକ ମୁଦ୍ରାସ୍ଫୀତି, ମହଙ୍ଗା ଘରଭଡ଼ା ଏବଂ ଅଫିସ୍ କାମର ଚାପ ଯୋଗୁଁ ଆମେରିକାରେ ମହିଳାମାନଙ୍କ କର୍ମମୟ ଜୀବନ ଅସନ୍ତୁଳିତ ହୋଇ ପଡ଼ୁଛି।
Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ
ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟର ସରକାର ଓ ମହିଳା ଏବଂ ଲିଙ୍ଗ ଅଧ୍ୟୟନ ବିଭାଗର ଅଧ୍ୟକ୍ଷ ପ୍ରଫେସର ନାଡିଆ ଇ ବ୍ରାଉନ୍ ବିବିସିକୁ କହିଛନ୍ତି, ‘ରକ୍ଷଣଶୀଳ ଚିନ୍ତାଧାରା ଏବଂ ପ୍ରଗତିଶୀଳ କର୍ମଜୀବନର ଚାପ ଆମେରିକାର ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇପାରୁନି କି ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିପାରୁନି। ଫଳରେ ସେମାନେ ବିଦେଶକୁ ସ୍ଥାନାନ୍ତର ହେବା ପରି ବିକଳ୍ପ କଥା ଚିନ୍ତା କରୁଛନ୍ତି।’

1 hour ago
1


