women's hockey: ସିଙ୍ଗାପୁରକୁ ହରାଇ ଭାରତ ଗ୍ରୁପ୍‌ ଟପର: ମହିଳା ହକି ସେମିରେ ଭାରତ-କୋରିଆ

4 days ago 4
ARTICLE AD BOX

କାକାମିଗାହାରା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳର ବିଜୟ ଅଭିଯାନ ଜାରି ରହିଛି। ରବିବାର ପୁଲ୍‌ ବି’ର ଶେଷ ମ୍ୟାଚ୍‌ରେ ଭାରତ ୭-୦ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌ ଖେଳିବା ପୂର୍ବରୁ ପୁଲ୍‌ ବି’ର ଶୀର୍ଷସ୍ଥାନ ଦଖଲ କରି ଆତ୍ମବିଶ୍ବାସ ଅର୍ଜନ କରିଛି। ସେମିରେ ଭାରତ ବୁଧବାର କୋରିଆକୁ ଭେଟିବ।

Gyanesh Kumar controversy: ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

ରବିବାର ଭାରତ ପକ୍ଷରୁ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋ ଦୁଇଟି ଗୋଲ୍‌ ଦେଇଥିବା ବେଳେ ଅଧିନାୟିକା ସଲିମା ଟେଟେ, ଲାଲରେମସିଆମି, ରୁତୁଜା ଦାଦାସୋ ପିସାଲ, ନିକି ପ୍ରଧାନ ଓ ଦୀପିକା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ସିଙ୍ଗାପୁରର ଦୃଢ଼ ରକ୍ଷଣଭାଗ ଓ ଗୋଲ୍‌କିପର ଫେଲିସା ଲାଇ ଭାରତକୁ ଗୋଲ୍‌ କରିବାକୁ ଦେଇ ନ ଥିଲେ। ଦ୍ୱିତୀୟ କ୍ୱାର୍ଟରର ୧୭ତମ ମିନିଟ୍‌ରେ ସଲିମା ଟେଟେ ଗୋଲ୍‌ କରି ଭାରତକୁ ଆଗୁଆ କରିଥିଲେ। ଏହାପରେ ୨୨ ଓ ୨୪ତମ ମିନିଟ୍‌ରେ ସୁନେଲିତା ଦୁଇଟି ଗୋଲ୍‌ କରିଥିଲେ।

Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ

୨୬ତମ ମିନିଟ୍‌ରେ ଲାଲରେମସିଆମିଙ୍କ ଷ୍ଟିକ୍‌ରେ ବଲ୍‌ର ଡିଫ୍ଲେକ୍ସନ୍‌ରୁ ଭାରତ ଚତୁର୍ଥ ଗୋଲ୍‌ ପାଇଥିଲା। ୨୯ତମ ମିନିଟ୍‌ରେ ରୁତୁଜା ଗୋଲ୍‌ କରି ଏହି ଅଗ୍ରଣୀକୁ ୫-୦ କରିଥିଲେ। ତୃତୀୟ କ୍ୱାର୍ଟରର ୩୫ତମ ମିନିଟ୍‌ରେ ନିକି ପ୍ରଧାନ ଗୋଲ୍‌ କରି ଭାରତର ସ୍କୋର୍‌ ୬-୦ କରିଥିଲେ। ଶେଷ କ୍ୱାର୍ଟରରେ ସିଙ୍ଗାପୁର ରକ୍ଷଣାତ୍ମକ ଖେଳ ଜାରି ରଖିଥିଲେ ମଧ୍ୟ ୫୫ତମ ମିନିଟ୍‌ରେ ଦୀପିକା ପେନାଲ୍ଟି କର୍ଣ୍ଣରରୁ ଚମତ୍କାର ଫ୍ଲିକ୍‌ ମାଧ୍ୟମରେ ଭାରତର ସପ୍ତମ ଗୋଲ୍‌ ଦେଇଥିଲେ। ସିଙ୍ଗାପୁର ଗୋଟିଏ ହେଲେ ବି ଗୋଲ୍‌ ଦେଇ ପାରି ନ ଥିଲା। ପୁଲ୍‌ ପର୍ଯ୍ୟାୟରେ ଭାରତ ଉଜବେକିସ୍ତାନ, ଇଣ୍ଡୋନେସିଆ, ଜାପାନ, ଥାଇଲାଣ୍ଡ ଓ ସିଙ୍ଗାପୁରକୁ ପରାସ୍ତ କରି ଲଗାତାର ପଞ୍ଚମ ବିଜୟ ହାସଲ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.