UCC ଲାଗୁ କରିବାରେ ଉତ୍ତରାଖଣ୍ଡ ପରେ ଗୁଜରାଟ ଦ୍ବିତୀୟ ରାଜ୍ୟ

40 minutes ago 1
ARTICLE AD BOX

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ୨୦୨୬କୁ ତାଙ୍କ ସ୍ବୀକୃତି ପ୍ରଦାନ କରିଛନ୍ତି। ଫଳରେ ସ୍ବାଧୀନ ଭାରତରେ ଉତ୍ତରାଖଣ୍ଡ ପରେ ଗୁଜରାଟ ୟୁସିସି ଲାଗୁ କରିବାରେ ଦ୍ବିତୀୟ ରାଜ୍ୟ ହେବ। ୨୪ ମାର୍ଚ୍ଚରେ ଆଠ ଘଣ୍ଟାର ବିତର୍କ ପରେ ଗୃହୀତ ଏହି ଆଇନ ରାଜ୍ୟର ଅନୁସୂଚିତ ଜନଜାତି ଜନସଂଖ୍ୟାକୁ ଛାଡ଼ ଦେଇଛି।

ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ୍ ଏହାର ରିପୋର୍ଟ ଦାଖଲ କରିବାର ଗୋଟିଏ ସପ୍ତାହ ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହାକୁ ଉପସ୍ଥାପନ କରିଥିଲେ। ଜଷ୍ଟିସ୍ ଦେଶାଇ ପୂର୍ବରୁ ଉତ୍ତରାଖଣ୍ଡ ୟୁସିସି ପ୍ରସ୍ତୁତ କରିଥିବା କମିଟିର ନେତୃତ୍ୱ ନେଇଥିଲେ। ତେବେ ୟୁସିସି ବିଲ୍‌କୁ ବିରୋଧ କରି କଂଗ୍ରେସ ଗୃହ ତ୍ୟାଗ କରିଥିଲା। ଉଭୟ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ବିଲକୁ ଏକ ଚୟନ କମିଟି ନିକଟକୁ ପଠାଇବାକୁ ଅନୁରୋଧ କରିଥିଲେ। ବିରୋଧୀ ବିଧାୟକମାନେ ଏହି ଆଇନକୁ ମୁସଲିମ ବିରୋଧୀ ବୋଲି କହିଥିଲେ ଓ ଅଭିଯୋଗ କରିଥିଲେ ଯେ, ଏହାକୁ ରାଜନୈତିକ ଲାଭ ପାଇଁ ଅଣାଯାଉଛି। ତେବେ ଅଭିଯୋଗକୁ ସରକାର ପ୍ରତ୍ୟାଖ୍ୟାନ କରିଥିଲେ।

UCC: ବିହାରରେ କୌଣସି ମୂଲ୍ୟରେ ଲାଗୁ ହେବ ନାହିଁ ୟୁସିସି: ଶ୍ୟାମ ରଜକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.