ARTICLE AD BOX
କାଶୀପୁର, (ଶିବ ପ୍ରସାଦ ଦୋରା): ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଦୂର ହେଉନଥିବାରୁ ଆଜି (ସୋମବାର) କାଶୀପୁର ବ୍ଲକ ସଦରରେ ଦଳିତ ସାହିର ମହିଳାମାନେ ଜିଲ୍ଲାପାଳ ଯାଉଥିବା ରାସ୍ତା ଅବରୋଧ କରିଥିଲେ I
Sitapur Water Crisis: ପିଇବା ପାଣି ପାଇଁ ହାଣ୍ଡି,ବାଲଟି ଧରି ରାସ୍ତାରେ ବସିଲେ ସିତାପୁର ଗ୍ରାମବାସୀ
ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଉପ ଜିଲ୍ଲାପାଳ ମୃଣାଳିକା ରାଠୋଡ଼ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ କାଶୀପୁର ବ୍ଲକରେ ହେଉଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଲକ୍ଷ୍ମୀ ବଜାର ନିକଟରେ ମହିଳାମାନେ ଗରାବାଲଟି ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ, ଅଧିକାରୀଙ୍କ ଗାଡ଼ି କିଛି ସମୟଧରି ରାସ୍ତାରେ ଅଟକି ରହିଥିଲା । କାଶୀପୁର ତହସିଲଦାର ଅନୁପ ଆଚାର୍ଯ୍ୟ ସହିତ ବିଭାଗୀୟ ଯନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ପାଣିର ସୁବିଧା କରାଯିବାର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।
Drinking Water Crisis: ପାନୀୟ ଜଳ ସମସ୍ୟାରେ ଅତିଷ୍ଠ ଛତମ୍ବା କଲୋନୀବାସୀ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା, ମରାମତି ପ୍ରତିଶ୍ରୁତି ପରେ ଖୋଲିଲା
ମହିଳା ମାନେ ସୂଚନା ଦେଇ କହିଥିଲେ ପାନୀୟ ଜଳ ସମସ୍ୟା ନେଇ ଆମେ ୩ ଜିଲ୍ଲାପାଳ ଙ୍କୁ ଭେଟି କହିଲୁ କିନ୍ତୁ କେହି ଆମ ମୌଳିକ ଦାବି ଶୁଣି ପଦକ୍ଷେପ ନେଉନାହାନ୍ତି I କାଶୀପୁର ବ୍ଲକ ରୁ ସର୍ବାଧିକ ଡି ଏମ ଏଫ ଅନୁଦାନ ଆସୁଥିଲେ ମଧ୍ୟ ବ୍ଲକ ମୁଖ୍ୟାଳୟ ରେ ପାଣି ସମସ୍ୟା ଦୂର ହୋଇ ପାରିନାହିଁ I

14 minutes ago
1


