ARTICLE AD BOX
ଭୁବନେଶ୍ୱର: ସାମ୍ବାଦିକତା କେବଳ ଘଟଣାବଳୀର ବିବରଣୀ ପ୍ରଦାନରେ ସୀମିତ ନରହି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବା ଆବଶ୍ୟକ। ଏଥିପାଇଁ ନିରପେକ୍ଷ, ନିର୍ଭୀକ, ତଥ୍ୟଭିତ୍ତିକ ଓ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଅପରିହାର୍ଯ୍ୟ ବୋଲି ଜୟଦେବ ଭବନଠାରେ ନ୍ୟାସନାଲ୍ ଜର୍ଣ୍ଣାଲିଷ୍ଟ ୱେଲଫେୟାର ବୋର୍ଡ (NJWB) ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହ-୨୦୨୬ରେ ରାଜ୍ୟପାଳ ରାଜ୍ୟପାଳ ବ୍ରଜମୋହନ ରାମ ମତ ଦେଇଛନ୍ତି।
National Press Day Celebrated ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ: ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ
ରାଜ୍ୟପାଳ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ମୁକ୍ତ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରିଥାଏ।, ସରକାରଙ୍କ ବିଭିନ୍ନ ନୀତି, ଯୋଜନା ଓ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କ ସମସ୍ୟା, ଆଶା-ଆକାଂକ୍ଷା ଓ ପରାମର୍ଶକୁ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଭିବ୍ୟକ୍ତିର ସ୍ୱାଧୀନତା ସହ ସାମ୍ବାଦିକତାରେ ସାଧୁତା, ନୈତିକତା ଓ ସାମାଜିକ ଦାୟିତ୍ୱବୋଧର ସମନ୍ୱୟ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ସମୟୋପଯୋଗୀ ଖବର ପରିବେଷଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ତଥ୍ୟର ସଠିକତା ଓ ବିଶ୍ୱସନୀୟତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ୍ ମିଡିଆ ଓ କୃତ୍ରିମ ବୁଦ୍ଧିମତ୍ତା (AI) ସୂଚନା ଜଗତରେ ପରିବର୍ତ୍ତନ ଆଣୁଥିବା ପରିପ୍ରେକ୍ଷୀରେ ସାମ୍ବାଦିକମାନେ ତଥ୍ୟ ଯାଞ୍ଚ ଓ ସନ୍ତୁଳିତ ଖବର ପରିବେଷଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।
State-level National Press Day: ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ: ‘ଭ୍ରମାତ୍ମକ ଖବର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ’
ଏହି ସମାରୋହରେ ନ୍ୟାସନାଲ୍ ଜର୍ଣ୍ଣାଲିଷ୍ଟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ ଅଧ୍ୟକ୍ଷତା କରିଥିବାବେଳେ ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ସନତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

15 minutes ago
1


