Training Programme for Odisha MLAs ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

27 minutes ago 1
ARTICLE AD BOX

ଭୁବନେଶ୍ୱର:  ୧୭ତମ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଆୟୋଜିତ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି (ସୋମବାର) ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । 

Odisha government preparations ନଭେମ୍ବର ୩ୟ ଓ ୪ର୍ଥ ସପ୍ତାହରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ସଚିବସ୍ତରୀୟ ପ୍ରସ୍ତୁତି ବୈଠକ
କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ ଅଧ୍ୟକ୍ଷତା କରିଥିଲେ। ନିଜ ବକ୍ତବ୍ୟରେ କହିଛନ୍ତି,  ବିଧାନସଭା ଅଧିବେଶନ କେବଳ ବୈଠକରେ ସୀମିତ ନୁହେଁ। ଏଠାରେ ଆଲୋଚନାର ଗୁଣବତ୍ତା ଓ ସୁଫଳ ଯେପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥ୍ୟବିହୀନ ଯୁକ୍ତି ଅପେକ୍ଷା ତଥ୍ୟ ସମୃଦ୍ଧ ଆଲୋଚନା ଅତ୍ୟନ୍ତ ଜରୁରୀ । ଦୂରଦୃଷ୍ଟିସମ୍ପନ୍ନ ନୀତି ପ୍ରସ୍ତୁତି, ଗଠନମୂଳକ ଆଲୋଚନା ଓ ସହମତିଭିତ୍ତିକ ନିଷ୍ପତ୍ତି ସହ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ସେ ଦଳ ମତ ନିର୍ବିଶେଷରେ ବିଧାୟକଙ୍କ ସହଯୋଗ ଲୋଡ଼ିଥିଲେ ।

BJD: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବର୍ଜନ କରିବ ବିଜେଡି, ଆଗରୁ କଂଗ୍ରେସ ନେଇଥିଲା ସମାନ ନିଷ୍ପତ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବିଧାନସଭା କେବଳ ଆଇନ ପ୍ରଣୟନ ନୁହେଁ, ଲୋକମାନଙ୍କର ଆଶା, ଆକାଂକ୍ଷାକୁ ପ୍ରକାଶ କରିବାର ଏକ ମାଧ୍ୟମ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ବହୁ ପ୍ରସଙ୍ଗରେ ବିଧାନସଭାର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବିଧାୟକମାନେ ଜିଜ୍ଞାସା ପ୍ରକାଶ କରିଛନ୍ତି ଏବଂ ବହୁ ସନ୍ଦେହ ମୋଚନ କରିଛନ୍ତି l 


ମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ ଏଥିରେ ସକ୍ରିୟ ଅଂଶଗ୍ରହଣ  କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁଇଟି ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ବିଧାନସଭାର ବିଭିନ୍ନ କମିଟି ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟପାଳିକାମାନଙ୍କର କାର୍ଯ୍ୟକୁ ବିଧାୟକମାନଙ୍କ ଦ୍ୱାରା ତଦାରଖ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । 

Suspended BJD MLA: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେଲେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକ
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲୋକସଭାର ସାଂସଦ ଡ ଭର୍ତ୍ତୃହରି ମହତାବ, ଲୋକସଭା ସଚିବାଳୟର ପ୍ରାକ୍ତନ ଯୁଗ୍ମ ସଚିବ ଡ ରୂପ ନାରାୟଣ ଦାସ ଏବଂ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ସଂସଦୀୟ ପରମ୍ପରାରେ ବିଭିନ୍ନ କମିଟିର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ଲୋକସଭା ସଚିବାଳୟର ପ୍ରାକ୍ତନ ନିର୍ଦ୍ଦେଶକ ଡ ଦୀପକ ଗୋସାଇଁ ଯୋଗ ଦେଇ ବିଧେୟକ ଓ ବଜେଟ ପ୍ରକ୍ରିୟା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସରକାରୀ ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.