woman: ଘର ଭିତରୁ ମିଳିଲା ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

17 minutes ago 1
ARTICLE AD BOX

କାଲିମେଳା: ମାଲକାନଗିରିଜିଲ୍ଲା ମୋଟୁ ଅଞ୍ଚଳରେ ଚାଞ୍ଚଲ୍ୟ। ମୋଟୁ ଥାନା ଅନ୍ତର୍ଗତ ଏମପିଭି 78 ଗ୍ରାମର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରିଛି ମୋଟୁ ପୁଲିସ। ମୃତ ମହିଳାଙ୍କ ନାଁ ସୁନୀତା ମଣ୍ଡଳ (୨୫) ବୋଲି ଜଣା ପଡିଛି। ମୃତ ମହିଳାଙ୍କ ଭିଣୋଇ ମୋଟୁ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ମୋଟୁ ପୁଲିସ ଶବକୁ ଜବତ କରି ଅନୁସନ୍ଧାନ ଆରମ୍ଭ କରିଛି।

ମୃତ ମହିଳାଙ୍କର ଦୁଇଟି ସନ୍ତାନ

ଗତକାଲି ରାତିରେ ମହିଳା ଜଣଙ୍କ ଘର ଭିତରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ମହିଳାଙ୍କର ଦୁଇଟି ସନ୍ତାନ ଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ପୁଲିସର ତଦନ୍ତ ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Surabhi-2026: ରାଜ୍ୟସ୍ତରୀୟ 'ସୁରଭି-୨୦୨୬' ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଅନନ୍ୟ ସଫଳତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.