Accident: ମିଆମି ବିମାନବନ୍ଦରରେ ଦୁଇ ବୋଇଂ ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ସାମାନ୍ୟ ଆହତ

15 minutes ago 1
ARTICLE AD BOX

ୱାସିଂଟନ: ଆମେରିକାର ମିଆମି ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନ ପରସ୍ପରକୁ ଧକ୍କା ‌ଦେଇଛନ୍ତି। ୟୁପିଏସ ବୋଇଂ ୭୬୭ କାର୍ଗୋ ବିମାନ କୋପା ଏୟାରଲାଇନ୍ସ ବୋଇଂ ୭୩୭ ଯାତ୍ରୀବାହୀ ବିମାନ ରନୱେରେ ପରସ୍ପରକୁ ଧକ୍କା ଦେଇଥିଲେ। ଏହି ଘଟଣାରେ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।
 
ଉଭୟଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ପଡ଼ିନଥିଲା। ସମସ୍ତ ୧୬୬ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ବିମାନରୁ ଓହ୍ଲାଇ ସାରିଛନ୍ତି ଏବଂ ବିମାନଟିକୁ ଟର୍ମିନାଲକୁ ଫେରାଇ ଅଣାଯାଇଛି ବୋଲି ଏୟାରଲାଇନ୍ସ ବିବୃତିରେ କହିଛି। ଘଟଣା ସମୟରେ କୋପା ଏୟାରଲାଇନ୍ସର ବିମାନଟି ପାନାମା ସିଟିରୁ ମିଆମିରେ ଅବତରଣ କରୁଥିଲା ​​ଏବଂ ୟୁପିଏସ ବିମାନ କଲମ୍ବିଆର ବୋଗୋଟାକୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା।

ୟୁପିଏସ ବୋଇଂର ନୋଜ୍‌ରେ ଆଘାତ
ଫେଡେରାଲ୍ ଏଭିଏସନ୍ ପ୍ରଶାସନ କହିଛି ଯେ, କୋପା ଏୟାରଲାଇନ୍ସର ବୋଇଂର ବାମପଟ ଡେଣାର ଶେଷ ଭାଗ ୟୁପିଏସ ବୋଇଂର ନୋଜ୍‌ରେ ବାଜିଥିଲା। ​​ ବିମାନବନ୍ଦର ଯୋଗାଯୋଗ ନିର୍ଦ୍ଦେଶକ ଗ୍ରେଗ୍ ଚିନ୍ ସିଏନଏନକୁ କହିଛନ୍ତି, ଶନିବାର ରାତି ପ୍ରାୟ ୯ଟା ୧୫(ଭାରତୀୟ ସମୟ ରବିବାର ସକାଳ ୭ଟା ୪୫) ସମୟରେ ଏହି ଘଟଣା ଘଟିଥିଲା।

Sheikh Hasina: ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଆବେଦନର ସୁଯୋଗ ମିଳିବ ନାହିଁ: ବାଂଲାଦେଶ ଆଇନ ମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.