ARTICLE AD BOX
ନୂଆଦିଲ୍ଲୀ: ସରକାରୀ ଯୋଜନାର ଲାଭ ପାଇବା ପାଇଁ ଏଣିକି ଆଧାର କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଆଧାର କାର୍ଡ ନଥିଲେ ମଧ୍ୟ ହିତାଧିକାରୀମାନେ ସରକାରୀ ଯୋଜନାର ସୁବିଧା ପାଇପାରିବେ। ଏଥିପାଇଁ ଦିଲ୍ଲୀ ସରକାର ଏକ ନୂଆ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏହାର ନାମ ରହିଛି ୟୁନିଫାଏଡ୍ ସିଟିଜେନ୍ ଡାଟା ପ୍ଲାଟଫର୍ମ (Unified Citizen Data Platform)। ଏହି ପ୍ଲାଟଫର୍ମ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ତଥ୍ୟ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୂର୍ବରୁ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଏବେ ରାଜ୍ୟର ସୂଚନା ପ୍ରଯୁକ୍ତି ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ସରକାରଙ୍କ ଲକ୍ଷ୍ୟ ହେଉଛି ବିଭିନ୍ନ ଯୋଜନାରେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଥର ଲାଭ ଉଠାଇବା ଏବଂ ଜାଲ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା। ଏହାଦ୍ୱାରା ସରକାରୀ ସହାୟତା ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ।
ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ
ଏହି ନୂଆ ବ୍ୟବସ୍ଥାରେ ଆଧାର କାର୍ଡ ଜରିଆରେ ପରିଚୟ ଯାଞ୍ଚ କରିବାର ବିକଳ୍ପ ରହିବ। କିନ୍ତୁ ଏଥିପାଇଁ ହିତାଧିକାରୀଙ୍କ ସହମତି ନେବା ବାଧ୍ୟତାମୂଳକ। ଯଦି କୌଣସି ବ୍ୟକ୍ତି ଆଧାର ମାଧ୍ୟମରେ ନିଜର ପରିଚୟ ଯାଞ୍ଚ କରାଇବାକୁ ଚାହୁଁନାହାନ୍ତି କିମ୍ବା କୌଣସି କାରଣରୁ ଏହା କରିବାକୁ ଅସମର୍ଥ, ତେବେ ତାଙ୍କୁ ସରକାରୀ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ଆଧାର ବଦଳରେ ଅନ୍ୟ ସରକାରୀ ପରିଚୟପତ୍ର ମଧ୍ୟ ବ୍ୟବହାର କରିହେବ। ଏଥିରେ ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ସହ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଅନ୍ୟ ଫଟୋ ପରିଚୟପତ୍ର ସାମିଲ ରହିଛି।
Farmers fair: ବେତନଟୀକୁ ମତ୍ସ୍ୟ ଓ ପ୍ରାଣୀପାଳନର ଆଦର୍ଶ ବ୍ଲକ ଭାବେ ଗଢ଼ିବା ଲକ୍ଷ୍ୟ: ବିଧାୟକ
ଏହି ପ୍ଲାଟଫର୍ମ କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ତଥ୍ୟକୁ ସହଜରେ ଯାଞ୍ଚ କରାଯାଇପାରିବ। ଏହାଦ୍ୱାରା ଯୋଜନା ପରିଚାଳନାରେ ସ୍ୱଚ୍ଛତା ବଢ଼ିବା ସହ ସରକାରୀ ଅର୍ଥର ଅପବ୍ୟବହାର ରୋକାଯାଇପାରିବ। ସବୁଠାରୁ ବଡ଼ କଥା ହେଉଛି, ଆଧାର କାର୍ଡ ନଥିବା କିମ୍ବା ଆଧାର ଯାଞ୍ଚ ପାଇଁ ଅନିଚ୍ଛୁକ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଯୋଜନାରୁ ବାଦ୍ ଦିଆଯିବ ନାହିଁ।

8 minutes ago
1


