Football: ବନ୍ଧୁତ୍ବପୂର୍ଣ୍ଣ ଫୁଟ୍‌ବଲ୍‌: ପୁଣି ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ

18 minutes ago 1
ARTICLE AD BOX

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ପୁରୁଷ ଫୁଟ୍‌ବଲ୍‌ ଦଳ ପରାଜୟ ସହ ଅଭିଯାନ ଶେଷ କରିଛି। ରବିବାର ଏଠାରେ ଖେଳାଯାଇଥିବା ୨ ମ୍ୟାଚ୍‌ ବିଶିଷ୍ଟ ବନ୍ଧୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଭାରତ ୦-୩ରେ ନ୍ୟୁଜିଲାଣ୍ଡ ପରାସ୍ତ ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ଏହି ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ଘରୋଇ ୫-୦ରେ ଜିତିଥିଲା।

ରବିବାର ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ନ୍ୟୁଜିଲାଣ୍ଡ ୩ ଗୋଲ୍‌ ଦେଇ ଆଗରେ ରହିଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଭାରତ ଚମତ୍କାର ଖେଳିଥିଲେ ମଧ୍ୟ ଗୋଲ୍‌ ଶୁଝି ନ ପାରି ପରାଜୟ ବରଣ କରିଥିଲା। ୨୨ତମ ମିନିଟ୍‌ରେ ଫିନ୍‌ ସର୍ମାନଙ୍କ ଗୋଲ୍‌ରେ ନ୍ୟୁଜିଲାଣ୍ଡ ଆଗୁଆ ହୋଇଥିଲା। ଏହାପରେ ଜେମ୍‌ସ ମ୍ୟାକ୍‌ଗାରି (୪୦ ମିନିଟ୍‌) ଓ ଅଧିନାୟକ କ୍ରିସ୍‌ ଉଡ୍‌ (୪୪ ମିନିଟ୍‌) ଆଉ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳର ବିଜୟରେ ନିଜର ଅବଦାନ ରଖିଥିଲେ।

U19 Asia Cup: ପାକିସ୍ତାନର ପରାଜୟ ପରେ ପାକିସ୍ତାନୀ କ୍ରିକେଟର କହିଲେ- ଆମେ ଅପମାନିତ ହେଲୁ, ଆମେ ଶୂନ୍ୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.