ARTICLE AD BOX
ନୂଆଦିଲ୍ଲୀ: ଅଧିକ ମାତ୍ରାରେ ଆଲକହଲ୍ ମିଶା ଔଷଧ ବିକ୍ରି ଉପରେ ସରକାର କଟକଣା ଲଗାଇଛନ୍ତି। ବିଶେଷକରି ୧୨ ପ୍ରତିଶତରୁ ଅଧିକ ଇଥାଇଲ ଆଲକହଲ୍ ମିଶା ଔଷଧଗୁଡ଼ିକୁ ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନରେ ବିକ୍ରି କରାଯାଇ ପାରିବ ନାହିଁ। ନିଶା ପାଇଁ ଏସବୁ ଔଷଧର ଅପବ୍ୟବହାର ହେଉଥିବା ଅଭିଯୋଗ ଆସିବା ପରେ ସରକାର ଏହା ଉପରେ ଅଙ୍କୁଶ ଲଗାଇଛନ୍ତି।
୩୦ ମିଲିଲିଟରରୁ ଅଧିକ ମାତ୍ରାର ଔଷଧ ଥିବା ବୋତଲ ଯେଉଁଥିରେ ୧୨ ପ୍ରତିଶତରରୁ ଅଧିକ ଇଥାଇଲ ଆଲକହଲ୍ ରହିଛି ସେହି କ୍ଷେତ୍ରରେ ନୂଆ ନିୟମ ଲାଗୁ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ଡ୍ରଗ୍ସ ରୁଲ୍ସ ୧୯୪୫ରେ ସଂଶୋଧନ ଅଣାଯାଇଛି। ‘ସିଡ୍ୟୁଲ୍ କେ’ରେ ରଖାଯାଇଥିବା ଉକ୍ତ ବର୍ଗର ଔଷଧକୁ ହଟାଇ ନିଆଯାଇ ‘ସିଡ୍ୟୁଲ୍ ଏଚ୍୧’ ବର୍ଗରେ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଔଷଧର ସ୍ଥାୟିତ୍ବ ବଢ଼ାଇବା ଏବଂ ସକ୍ରିୟ ଉପାଦାନଗୁଡ଼ିକୁ ଦ୍ରବୀଭୂତ କରିବା ଲାଗି ଇଥାଇଲ ଆଲକହଲ୍ର ବ୍ୟବହାର କରାଯାଇଥାଏ। ତେବେ ଆଲକହଲ୍ ମିଶ୍ରିତ ଔଷଧକୁ ଅଧିକ ମାତ୍ରାରେ କିମ୍ବା ବିନା ତଦାରଖରେ ବ୍ୟବହାର କରିଲେ ତାହା ପିଲା, ବୟସ୍କ, ଯକୃତ ରୋଗରେ ପୀଡ଼ିତ ଆଦି ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।

1 hour ago
1


