Windows and Mac! ୱିଣ୍ଡୋଜ୍ ଓ ମ୍ୟାକ୍‌ର ବିକଳ୍ପ ହେବ ‘କୋରା’!

55 minutes ago 1
ARTICLE AD BOX

ଟେକ୍ନୋଲୋଜି ଦୁନିଆରେ ନୂଆ ପରିବର୍ତ୍ତନ ଆଣିବାକୁ ଯାଉଛି ଏଆଇ ଆଧାରିତ ଲିନକ୍ସ ଅପରେଟିଂ ସିଷ୍ଟମ୍ (ଓଏସ୍‌) ‘କୋରା’। ୨୦୨୭ରେ ଆସିବାକୁ ଥିବା ଏହି ‘ଓଏସ୍‌’ରେ ଏଆଇ ସମ୍ପୂର୍ଣ୍ଣ ସିଷ୍ଟମ୍‌ର ଅଂଶ ହେବ। ଏଥିରେ ‘କର୍ଟେକ୍ସ’ ଏଆଇ ଇଞ୍ଜିନ୍, ‘ନ୍ୟୁରାଲ୍ ୱାର୍କସ୍ପେସ୍’ ଓ ‘ନ୍ୟୁରାଲ୍ ଫାଇଲ୍ ସିଷ୍ଟମ୍’ ଭଳି ନୂଆ ସୁବିଧା ରହିବ। ଏହା ସହ ଇମେଲ୍, କ୍ୟାଲେଣ୍ଡର୍, ଚାଟ୍, ଡକ୍ୟୁମେଣ୍ଟ୍, ଫଟୋ ଓ ଭିଡିଓ ପରିଚାଳନା ପାଇଁ ବିଭିନ୍ନ ଆପ୍ ମିଳିବ। ଏହି ସବୁ କାର୍ଯ୍ୟରେ ଏଆଇ ସହାୟତା କରିବ। ଯୋଜନା ସଫଳ ହେଲେ କୋରା ଭବିଷ୍ୟତରେ ୱିଣ୍ଡୋଜ୍ ଓ ମ୍ୟାକ୍‌ର ଏକ ନୂଆ ବିକଳ୍ପ ହୋଇପାରେ।

Uncomfortable Unmarried Millennials: ପର୍ବରେ ଅସହଜ ଅବିବାହିତ ମିଲେନିଆଲ୍‌

କୋରା କେବଳ ସାଧାରଣ କମ୍ପ୍ୟୁଟରରେ ସୀମିତ ରହିବ ନାହିଁ। କ୍ୱାଲକମ୍‌ର ସ୍ନାପଡ୍ରାଗନ୍ ଏକ୍ସ୨ ଏଲିଟ୍ ପ୍ରୋସେସର୍‌ଯୁକ୍ତ କମ୍ପ୍ୟୁଟରରେ ମଧ୍ୟ ଏହା କାମ କରିବ। ଏଥିପାଇଁ କ୍ୱାଲକମ୍ ସହ ମିଶି କାମ କରାଯାଉଛି। ଏହି ପ୍ରୋସେସର୍‌ର କ୍ଷମତାକୁ ଉପଯୋଗ କରି କମ୍ପ୍ୟୁଟର ଭିତରେ ହିଁ ଅନେକ ଏଆଇ କାର୍ଯ୍ୟ ସମ୍ପାଦନ କରିହେବ। ଫଳରେ ଏଆଇର ଅନେକ ସୁବିଧା ପାଇଁ ଇଣ୍ଟରନେଟ୍ ଉପରେ ନିର୍ଭରଶୀଳତା କମିବ। କୋରା ସହିତ ‘ହ୍ୟୁମେନ୍ ଓଏସ୍’ ନାମକ ଆଉ ଏକ ଏଆଇ ଆଧାରିତ ଅପରେଟିଂ ସିଷ୍ଟମ୍ ମଧ୍ୟ ବିକଶିତ କରାଯାଉଛି। ଯୋଜନା ଅନୁସାରେ, ୨୦୨୭ର ପ୍ରାରମ୍ଭରେ ହ୍ୟୁମେନ୍ ଓଏସ୍ ଏବଂ ବର୍ଷର ଦ୍ୱିତୀୟାର୍ଦ୍ଧରେ କୋରା ଓଏସ୍ ଲଞ୍ଚ୍ ହୋଇପାରେ।

Re Sustainability: ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

କୋରା ମୁଖ୍ୟତଃ ସଫ୍‌ଟୱେର୍ ଡେଭଲପର୍ ଓ ସୃଜନଶୀଳ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ତିଆରି ହେଉଛି। ଅନ୍ୟପକ୍ଷରେ, ହ୍ୟୁମେନ୍ ଓଏସ୍ ବଡ଼ ବଡ଼ କମ୍ପାନି ଓ ବ୍ୟାବସାୟିକ ସଂସ୍ଥା ପାଇଁ ବିକଶିତ କରାଯାଉଛି। ତେବେ କୋରା ଏବେ ନିର୍ମାଣ ପର୍ଯ୍ୟାୟରେ ରହିଛି। ଏହାର କାର୍ଯ୍ୟଦକ୍ଷତା କେତେ ଭଲ ରହିବ ଏବଂ ୱିଣ୍ଡୋଜ୍‌ରେ ବ୍ୟବହୃତ ସଫ୍‌ଟୱେର୍‌ଗୁଡ଼ିକ ଏଥିରେ ଚାଲିପାରିବ କି ନାହିଁ, ତାହା ଏବେଠାରୁ କହିବା କଷ୍ଟକର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.