ARTICLE AD BOX
କୋଲକାତା: ପଶ୍ଚିମବଙ୍ଗର ବରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ବିରୋଧ କରି ଆଜି ତୃଣମୂଳ କଂଗ୍ରେସ ଏକ ରାଲି କରିଥିଲା। କଲିକତା ହାଇକୋର୍ଟଙ୍କ ଅନୁମତି ସହ ଟିଏମ୍ସି ଆଜି ରାଲି କରିଥିଲା। ବାଲିଗଞ୍ଚ ଫରିରୁ ହାଜରା ପର୍ଯ୍ୟନ୍ତ ଟିଏମ୍ସିର ଏହି ପଦଯାତ୍ରା ଚାଲିଥିଲା। କିନ୍ତୁ ବିଜେପି ସମର୍ଥକମାନେ ହଠାତ୍ ଧସେଇ ପଶି ଏହାକୁ ବନ୍ଦ କରିବାକୁ ଉଦ୍ୟମ କରିଥିବା ଟିଏମ୍ସି ଅଭିଯୋଗ କରିଛି।
ମମତା ବାନାର୍ଜୀ କହିଛନ୍ତି, ବିଜେପି ସମର୍ଥକମାନେ ରାଲିରେ ବାଧା ସୃଷ୍ଟି କରି ତାଙ୍କ ଦଳୀୟ କର୍ମୀମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁଲିସ ମଧ୍ୟ ବିଜେପିର ହାତବାରିସୀ ଭାବେ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିର ଯୁବ କର୍ମୀମାନଙ୍କ ଦ୍ବାରା ପରିଚାଳିତ ଏହି ରାଲି ସମୟରେ ୨ ଦଳର କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ମମତା ଅଭିଯୋଗ କରିଛନ୍ତି ଯେ, ବିଜେପି କର୍ମୀମାନେ ‘ଚୋର’ ‘ଚୋର’ ସ୍ଲୋଗାନ ଦେଇଥିଲେ ଏବଂ ହାଜରା ରୋଡ୍ ସ୍ଥିତ ଆନ୍ଦୋଳନ ଯାତ୍ରା ପଥରେ ବ୍ୟାରିକେଡ୍ ରଖିବାକୁ ଚେଷ୍ଟା କରିଥିଲେ।
West Bengal Politics: ମମତା ବାନାର୍ଜୀଙ୍କ ପରାଜୟ ପରେ ଟିଏମ୍ସିରେ ବଡ଼ ଧରଣର ଫାଟ
ମମତା କହିଛନ୍ତି, ହାଇକୋର୍ଟ ରାଲି ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ବିଜେପି ଗୁଣ୍ଡାମାନେ ଏହାକୁ ଅଟକାଇଛନ୍ତି। ରାଲି ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ କିଭଳି ପୁଲିସ ଅବମାନନା କରିପାରିବ ବୋଲି ସେ କହିଛନ୍ତି। ଆଜି ଟିଏମ୍ସି ରାଲି ସମୟରେ ଅଣ୍ଡା ମଧ୍ୟ ମାଡ଼ ହୋଇଥିବା ଜଣାପଡ଼ିଛି। ଟିଏମ୍ସି ଅଭିଯୋଗ କରିଛି ଯେ କୋଲକାତା ପୁଲିସ ଓ କେନ୍ଦ୍ରୀୟ ବାହିନୀର ଉପସ୍ଥିତି ସତ୍ତ୍ବେ କର୍ତ୍ତୃପକ୍ଷ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ୪୧ ଜଣ ଟିଏମ୍ସି କର୍ମୀ ଆହତ ହୋଇଥିବା ନେଇ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ମମତା ଚିକିତ୍ସା ପାଇଁ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଛନ୍ତି।

1 hour ago
2

