ARTICLE AD BOX
କୋଲକାତା: କଂଗ୍ରେସର ନନ୍ଦୀଗ୍ରାମ ଉପନିର୍ବାଚନ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି। ଏହାଦ୍ବାରା ପ୍ରଧାନ ଅକ୍ଟୋବର ୬ ଉପନିର୍ବାଚନ ପାଇଁ କେବଳ ଗୋଟିଏ ଦିନ ପ୍ରଚାର କରିପାରିବେ। କାରଣ ଅକ୍ଟୋବର ୪ ତାରିଖରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଶେଷ ହେଉଛି। ନନ୍ଦୀଗ୍ରାମରେ ୨୦୦୭ରେ ଜମି ଅଧିଗ୍ରହଣକୁ ବିରୋଧ କରି ହୋଇଥିବା ଆନ୍ଦୋଳନ ସମୟରେ ରୁଜୁ ମାମଲାରେ ତାଙ୍କ ବିରୋଧରେ ୪ଟି ୱାରେଣ୍ଟ୍ ରହିଥିଲା। ଏହି ମାମଲାରେ ସେ ଗିରଫ ହେବାର ଦିନକ ପରେ ଆଜି ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।
ଆହୁରି ପଢନ୍ତୁ: Mamata Banarjee: ମମତାଙ୍କ ଶିବିରରେ ନାଟକୀୟ ସ୍ଥିତି: ପ୍ରାର୍ଥୀପତ୍ର ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ରେଜିନଗର ପ୍ରାର୍ଥୀ
ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଷ୍ଠୀର ନନ୍ଦୀଗ୍ରାମ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ମମତା କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ତାଙ୍କ ସମର୍ଥନ ଘୋଷଣା କରିଥିଲେ। କିନ୍ତୁ ଏହାର ମାତ୍ର କିଛି ଘଣ୍ଟା ପରେ ମୁକେଶ ପ୍ରଧାନ ଗିରଫ ହୋଇଥିଲେ। ଇତି ମଧ୍ୟରେ ପଶ୍ଚିମବଙ୍ଗ ପୁଲିସ କହିଛି ଯେ ତାଙ୍କ ବିରୋଧରେ ଦଙ୍ଗା, ହତ୍ୟା , ହତ୍ୟା ଉଦ୍ୟମ, ଅପହରଣ ଭଳି ମାମଲା ରହିଛି। ପ୍ରଧାନଙ୍କୁ ଏହି ମାମଲାରେ ଆସନ୍ତା ସୋମବାର ଦିନ କୋର୍ଟରେ ହାଜର କରାଯିବ।

1 week ago
6


