Tata Trusts restructuring: ଟାଟାକୁ ଲିଷ୍ଟିଂକୁ ବଞ୍ଚାଇବେ ନୋଏଲ୍‌ -ଟାଟା ସନ୍ସ ସହ ୨ଟି କମ୍ପାନି ମିଶିବ

41 minutes ago 1
ARTICLE AD BOX

ମୁମ୍ବାଇ: ଟାଟା ସନ୍ସକୁ ରିଜର୍ଭ ବ୍ୟାଙ୍କର ଏନ୍‌ବିଏଫ୍‌ସି ନିୟମ ଓ ବାଧ୍ୟତାମୂଳକ ଷ୍ଟକ୍‌ ବଜାର ଲିଷ୍ଟିଂରୁ ବଞ୍ଚାଇବା ପାଇଁ ଟାଟା ଟ୍ରଷ୍ଟର ମୁଖ୍ୟ ନୋଏଲ୍‌ ଟାଟା ଏକ ନୂଆ ଯୋଜନା ଉପ‌ରେ କାମ କରୁଛନ୍ତି। ସେ ଟାଟା ସନ୍ସ ସହିତ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍‌ସ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିିୀମିଟେଡ୍‌ (ଟିଇଏସ୍‌ଏସ୍‌) ଓ ଟାଟା କନ୍‌ସଲ୍‌ଟିଂ ଇଞ୍ଜିନିୟର୍ସ (ଟିସିଇ)କୁ ମିଶ୍ରଣ କରିବାକୁ ଚିନ୍ତା କରୁଛନ୍ତି। ଟାଟା ସନ୍ସରେ ଟାଟା ଟ୍ରଷ୍ଟଗୁଡ଼ିକର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି। ଟ୍ରଷ୍ଟ ପ୍ରସ୍ତାବ ଅନୁସାରେ ଦୁଇଟି ପରିଚାଳନାଧୀନ ତଥା ଅଣ ଆର୍ଥିକ ବ୍ୟବସାୟକୁ ଟାଟା ସନ୍ସରେ ମିଶାଇବା ପରେ କମ୍ପାନିର ଆୟର ବଡ଼ ଅଂଶ ପରିଚାଳିତ ବ୍ୟବସାୟରୁ ଆସିବ। ଏହାଦ୍ୱାରା ଟାଟା ସନ୍ସ ରିଜର୍ଭ ବ୍ୟାଙ୍କର ଏନ୍‌ବିଏଫ୍‌ସି କିମ୍ବା କୋର୍‌ ଇନଭେଷ୍ଟ୍‌ମେଣ୍ଟ୍‌ କମ୍ପାନି (ସିଆଇସି) ମାନଦଣ୍ଡ ଅଧୀନକୁ ଆସିବ ନାହିଁ ଓ ଏକ ପ୍ରାଇଭେଟ୍‌ କମ୍ପାନି ହୋଇରହିବ।

ଆହୁରି ପଢ଼ନ୍ତୁ: ସିମେଣ୍ଟ ବସ୍ତା ୭ ଟଙ୍କା ବଢ଼ିଲା

ଟାଟା ଟ୍ରଷ୍ଟ ତଥ୍ୟ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ପ୍ରସ୍ତାବିତ ମିଶ୍ରିତ ସଂସ୍ଥାର ପରିଚାଳନା ଆୟ ୧,୦୫,୦୪୩ କୋଟି ଟଙ୍କା ହେବ। ଏହା କମ୍ପାନିର ମୋଟ ଆୟର ୬୪.୩ ପ୍ରତିଶତ। ଅନ୍ୟପକ୍ଷରେ ଆର୍ଥିକ ସମ୍ପତ୍ତିରୁ ଆୟ ୪୦,୦୭୨ କୋଟି ଟଙ୍କା ରହିବ। ମୋଟ ନିଟ୍‌ ସମ୍ପତ୍ତି ୨,୦୦,୧୫୮ କୋଟି ଟଙ୍କା ଓ ଟାଟା ଗ୍ରୁପ୍ କମ୍ପାନିଗୁଡ଼ିକରେ ନିବେଶ ୧,୭୭,୧୨୦ କୋଟି ଟଙ୍କା ହେବ। ଏହି ପୁନର୍ଗଠନ ପାଇଁ ଟାଟା ସନ୍ସ ବୋର୍ଡର ଅନୁମୋଦନ ସହ ରିଜର୍ଭ ବ୍ୟାଙ୍କର ଏନ୍‌ଓସି ଆବଶ୍ୟକ। ପୁନର୍ଗଠନ ସଫଳ ହେଲେ ଟାଟା ସନ୍ସକୁ ସିଆଇସି ଭାବେ ଥିବା ପଞ୍ଜୀକରଣ ପ୍ରମାଣପତ୍ର ମଧ୍ୟ ସମର୍ପଣ କରିବାକୁ ପଡ଼ିବ।

ଟାଟା ଟ୍ରଷ୍ଟସ କହିଛି ଯେ ଏହା ଟାଟା ସନ୍ସର ପୂର୍ବର ପରିଚାଳନା ମଡେଲକୁ ଫେରିବା ଭଳି। ପ୍ରାୟ ୮୦ ବର୍ଷ ଧରି ଟାଟା ସନ୍ସ ନିଜ ଅଧୀନରେ ବିଭିନ୍ନ ପରିଚାଳନାଧୀନ ବ୍ୟବସାୟ ରଖିଥିଲା। ଟାଟା କନସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ମଧ୍ୟ ୨୦୦୪ ପର୍ଯ୍ୟନ୍ତ ଟାଟା ସନ୍ସର ଏକ ବ୍ୟବସାୟ ଥିଲା।

ଆହୁରି ପଢ଼ନ୍ତୁ: ଆତଙ୍କବାଦ ଓ ବାଣିଜ୍ୟ ପ୍ରସଙ୍ଗରେ ଭାରତର ସମସ୍ୟାକୁ ବୁଝୁନି ୱାଶିଂଟନ୍, ଆମେରିକା ଉପରେ ଅସନ୍ତୋଷ ଝାଡ଼ିଲେ ଜୟଶଙ୍କର

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.