Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

1 hour ago 1
ARTICLE AD BOX

ମେଷ: ରବିବାର ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ବିବାଦର ସମାଧାନ ହେବ। ଗୁରୁ ଓ ଶୁକ୍ରବାର ନୂଆ ସଂପର୍କ ବନାଇବାର ମଉକା ପାଇବେ। ଶନିବାର ଆର୍ଥିକ ସ୍ଥିତି ମଜଭୁତ ହେବ।
ବୃଷ: ରବିବାର ମନ ଲେଖନ କାର୍ଯ୍ୟରେ ଲାଗିବ। ସୋମ, ମଙ୍ଗଳ ଓ ବୁଧବାର କିଛି ନୂଆ କାମ କରିବା ଲାଗି ଭାବିବେ। ଗୁରୁ ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ସଫଳ ହେବେ। ଶନିବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ମିଥୁନ: ରବିବାର ଆପଣଙ୍କର ଚିନ୍ତା କମ୍ ହେବ। ସୋମ, ମଙ୍ଗଳ ଓ ବୁଧବାର ଆର୍ଥିକ ସମସ୍ୟାର ସମାଧାନ ବାହାରିବ। ଗୁରୁ ଓ ଶୁକ୍ରବାର ଜରୁରୀ କାମରେ ସଫଳତା ପାଇବେ। ଶନିବାର ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
କର୍କଟ: ରବିବାର ଶିକ୍ଷକଙ୍କ ଲାଗି ଦିନଟି ଭଲ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଧନଲାଭ ଯୋଗ ଅଛି। ଗୁରୁ ଓ ଶୁକ୍ରବାର ସନ୍ତାନ ତରଫରୁ ନିଶ୍ଚିତ  ରହିବେ। ଶନିବାର ଆପଣଙ୍କ ଭିତରେ ପ୍ରଚୁର ଶକ୍ତି ରହିବ।
ସିଂହ: ରବିବାର ଘରୋଇ ସାମଗ୍ରୀ କିଣିବାରେ ଖର୍ଚ୍ଚ କରିବେ। ସୋମ, ମଙ୍ଗଳ ଓ ବୁଧବାର ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଶନିବାର ଧନଧାନ୍ୟ ବୃଦ୍ଧି ହେବ।
କନ୍ୟା: ରବିବାର ଶକ୍ତିର ସ୍ତର ଭଲ ରହିବ। ସୋମ, ମଙ୍ଗଳ ଓ ବୁଧବାର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। ଗୁରୁ ଓ ଶୁକ୍ରବାର ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ। ଶନିବାର ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।
ତୁଳା: ରବିବାର ଆର୍ଥିକ ସ୍ଥିତି ମଜଭୁତ ହେବ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଭଲ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ପ୍ରିୟଜନଙ୍କ ସହ ମନ ପସନ୍ଦ ଜାଗାକୁ ବୁଲି ଯିବେ। ଶନିବାର ବନ୍ଧୁର ସାହାଯ୍ୟ ପାଇବେ।
ବିଛା: ରବିବାର କୃଷକଙ୍କ ଲାଗି ଦିନଟି ଭଲ। ସୋମ, ମଙ୍ଗଳ ଓ ବୁଧବାର ଅଫିସ୍‌ରେ ଆପଣଙ୍କୁ ମନ ପସନ୍ଦ କାମ ଦିଆ ଯାଇପାରେ। ଗୁରୁ ଓ ଶୁକ୍ରବାର ସମାଜରେ ପ୍ରଭାବ ବଢ଼ିବ। ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।
ଧନୁ: ରବିବାର ଛାତ୍ର କିଛି ନୂଆ ଶିଖିବେ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଗୁରୁ ଓ ଶୁକ୍ରବାର ଜୀବନସାଥୀ ବହୁତ ପ୍ରଶଂସା କରିବେ। ଶନିବାର ଗୁରୁପାକ ଖାଦ୍ୟ ବର୍ଜନ କରନ୍ତୁ।
ମକର: ରବିବାର ଆପଣଙ୍କର ଖୁସି ଦ୍ବିଗୁଣା ହେବ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଗୁରୁ ଓ ଶୁକ୍ରବାର ରାଜନୀତିରେ ମାନ ପ୍ରତିଷ୍ଠା ବଢ଼ିବ। ଶନିବାର ନିଜର ସ୍ବଭାବ ନରମ ରଖନ୍ତୁ।
କୁମ୍ଭ: ରବିବାର ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। ସୋମ, ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିବ। ଗୁରୁ ଓ ଶୁକ୍ରବାର ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ଶନିବାର ବନ୍ଧୁ ସହ ସାକ୍ଷାତ ହେବ।
ମୀନ: ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସୋମ, ମଙ୍ଗଳ ଓ ବୁଧବାର ବ୍ୟବହାରିକ ଜୀବନରେ ବଡ଼ ନିଷ୍ପତ୍ତି ନେବେ। ଗୁରୁ ଓ ଶୁକ୍ରବାର ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଶନିବାର ବ୍ୟବସାୟରେ ଉନ୍ନତି ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.