Water Release: କୁଆଁରିଆରୁ ଖୋଲିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

1 hour ago 1
ARTICLE AD BOX

ନୟାଗଡ଼ ଜିଲ୍ଲା କୁଆଁରିଆ ଜଳଭଣ୍ତାରର ଜଳସ୍ତର ବିପଦ ସଂକେତ ଉପରେ ରହିଛି, ଯାହାକୁ ନେଇ ଜଳଭଣ୍ତାରରୁ ଆଜି ସନ୍ଧ୍ୟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳକୁ ନିଷ୍କାସନ କରାଯାଇଛି। 

 କୁଆଁରିଆରୁ ଖୋଲିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ନୟାଗଡ଼ ଜିଲ୍ଲା କୁଆଁରିଆ ଜଳଭଣ୍ତାରର ଜଳସ୍ତର ବିପଦ ସଂକେତ ଉପରେ ରହିଛି, ଯାହାକୁ ନେଇ ଜଳଭଣ୍ତାରରୁ ଆଜି ସନ୍ଧ୍ୟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳକୁ ନିଷ୍କାସନ କରାଯାଇଛି। 

ଏପଟେ କୁଆଁରିଆ ନଦୀ ଉପରେ ନିର୍ଭରଶୀଳ ଉପକୂଳିଆ ଗ୍ରାମବାସୀଙ୍କୁ ନଦୀ ଗର୍ଭକୁ ନଯିବା କିମ୍ବା ଗାଈଗୋରୁଙ୍କୁ ନଛାଡ଼ିବା ପାଇଁ ବିଭାଗ ପକ୍ଷରୁ ଅପରାହ୍ଣରେ ଡ଼ାକବାଜି ମାଧ୍ୟମରେ ଅବଗତ କରାଯାଇଛି। ଜଳଭଣ୍ତାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୩୫.୭୦ ମିଟର ରହିଥିବା ବେଳେ ବର୍ତ୍ତମାନ ୧୩୫.୩୬ ମିଟର ବା ୯୧.୩୧ ପ୍ରତିଶତ ଜଳ ରହିଥିବା ଜଳସମ୍ପଦ ବିଭାଗ ଯନ୍ତ୍ରୀ ସୁବ୍ରତ କୁମାର ପ୍ରଧାନ କହିଛନ୍ତି। ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ତାରରେ ୮୦ ପ୍ରତିଶତ ଜଳ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯାହାକି ଆଗକୁ ଲଘୁଚାପ ଜନୀତ ବର୍ଷା ଥିବାହେତୁ ଜଳଭଣ୍ତାରର ସୁରକ୍ଷା ପାଇଁ ବନ୍ୟାଜଳକୁ ନିଷ୍କାସନ କରାଯାଇଥିବା ସେ କହିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.