wasp Attack ବାଂଶପାଳରେ ବିରୁଡ଼ି ଆକ୍ରମଣରେ ‌ବୃଦ୍ଧ ମୃତ, ୨ ଗୁରୁତର

1 hour ago 1
ARTICLE AD BOX

ବାଂଶପାଳ: ବିରୁଡ଼ି ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କେନ୍ଦୁଝରଜିଲ୍ଲା ବାଂଶପାଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Man Hiding Wasp Mouth: ହସିହସି ଖୋଲିଦେଲେ ପାଟି... ମୁହଁ ଭିତରୁ ବାହାରି ପଡ଼ିଲେ ଅନେକ ବିରୁଡ଼ି

ସୂଚନାନୁସାରେ, ବାଂଶପାଳ ପଞ୍ଚାୟତ ଶଙ୍କରେଇ ଗାଁର ଲାଲୁ ଗିରି (୬୫), ସଙ୍କର୍ଷଣ ଗିରି ଓ ଶ୍ରୀକାନ୍ତ ପ୍ରଧାନ ଗାଁ ନିକଟ  ଭରାଲି ପାହାଡ଼ ସଂଲଗ୍ନ ଜଙ୍ଗଲକୁ ଗାଈ ଚରାଇ ଯାଇଥିଲେ। ଏହି ସମୟରେ ବିରୁଡ଼ି ସମୂହ ଆକ୍ରମଣ କରିଥିଲେ। ସଙ୍କର୍ଷଣ ଓ ଶ୍ରୀକାନ୍ତ ସେଠାରେ କୌଣସି ମତେ ଦୌଡ଼ି ଚାଲିଆସିଥିଲେ। ତେବେ ଲାଲୁ ବିରୁଡ଼ିଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। 

ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ ପକ୍ଷରୁ ସୁଟିଂ ଚାଲିଥିଲା, ବିରୁଡ଼ି ଦଂଶନରେ ୭ କ୍ରିୟୁ ମେମ୍ବର୍‌ ଘାଇଲା

ବିଳମ୍ବିତ ରାତି ସୁଦ୍ଧା ସେ ଘରକୁ ନଫେରିବାକୁ ଆଜି (ମଙ୍ଗଳବାର) ଅପରାହ୍‌ଣରେ ପରିବାର ସଦସ୍ୟ ଓ ଗାଁଲୋକଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ଗାଁ ନିକଟ ଏକ ବୁଦା ନିକଟରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। 

ବିଶ୍ରା : ବିରୁଡ଼ି ଦଂଶନରେ ଶିଶୁ ମୃତ

ଏନେଇ ଖବର ପାଇବା ପରେ ନୟାକୋଟ ଥାନା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୁରୁତର ସଙ୍କର୍ଷଣ ଓ ଶ୍ରୀକାନ୍ତଙ୍କ ଚିକତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ତାଙ୍କୁ ଚିକିତ୍ସାଳୟରୁ ଛାଡ଼ିଦିଆଯାଇଥିବା ଜଣାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.