War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ

2 hours ago 1
ARTICLE AD BOX

ତେହେରାନ୍‌: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତ ପାଇଁ ଆଲୋଚନା ଆରମ୍ଭ କରିବାକୁ ଇରାନ କତର ମଧ୍ୟସ୍ଥଙ୍କ ଜରିଆରେ ଆମେରିକା ନିକଟକୁ ୭ଟି ସର୍ତ୍ତ ପଠାଇଛି। ଏହାସହ ଦାବି ପ୍ରତ୍ୟାଖ୍ୟାନ ହେଲେ ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ନେଇ ୱାସିଂଟନ୍‌କୁ କଡ଼ା ଚେତାବନୀ ଦିଆଯାଇଛି। ଇରାନର ସୁପ୍ରିମ ନାସନାଲ ସିକ୍ୟୁରିଟି କାଉନ୍ସିଲ ସଚିବ ମୋହସେନ୍ ରେଜାଇ କହିଛନ୍ତି ଯେ କତର ତେହେରାନ୍‌ର ସର୍ତ୍ତଗୁଡ଼ିକୁ ୱାସିଂଟନ୍‌କୁ ଜଣାଇ ଦେଇଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜବାବକୁ ଇରାନ ଅପେକ୍ଷା କରିଛି। ରେଜାଇ ଦର୍ଶାଇଛନ୍ତି ଯେ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧ ସମାପ୍ତ, ଇରାନର ଜବତ ପାଣ୍ଠି ଓ ଆର୍ଥିକ କଟକଣା ପ୍ରତ୍ୟାହାର ଏବଂ ନୌସେନା ଅବରୋଧ ହଟାଇବା ଏହି ସର୍ତ୍ତସମୂହରେ ସାମିଲ ଅଛି।

‘ଏକ୍ସ’ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ଇରାନର ଆଭିମୁଖ୍ୟ ସ୍ପଷ୍ଟ। ଟ୍ରମ୍ପଙ୍କ ଧମକ କୌଣସି ଫଳ ଦେବନାହିଁ ଏବଂ ଆମେରିକା ଏହି ସର୍ତ୍ତଗୁଡ଼ିକୁ ଗ୍ରହଣ କରିବା ଉଚିତ। ପୂର୍ବରୁ ଆମେରିକା ଓ ଇସ୍ରାଏଲ ଫେବ୍ରୁଆରି ଶେଷ ଭାଗରେ ଇରାନ ଉପରେ ଆକ୍ରମଣ କରିବା ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଗତ ମାସରେ ବୁଝାମଣା ଅବଧି ଶେଷ ହେବା ପରଠାରୁ କତର ଓ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ପୁନର୍ବାର ଆଲୋଚନା ପାଇଁ ପ୍ରୟାସ କରୁଛନ୍ତି। ଆମେରିକାର ପୁନଃ ଆକ୍ରମଣ ଆଶଙ୍କାକୁ ଏଡ଼ାଇ ନଦେଇ ରେଜାଇ କହିଛନ୍ତି ଯେ ଇରାନ ସମ୍ଭାବ୍ୟ ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ଇରାନର ନୂତନ ସାମରିକ ଯୋଜନା ଗଲ୍ଫ, ଗଲ୍ଫ ଅଫ୍ ଓମାନ ଏବଂ ଆରବ ସାଗରରେ ମୁତୟନ ଆମେରିକୀୟ ନୌସେନା ଉପରେ କେନ୍ଦ୍ରୀଭୂତ ରହିଛି। ନିକଟରେ ଆମେରିକାର ଏକ ଯୁଦ୍ଧପୋତ ନିକଟରେ ଇରାନ ବହୁ ପରମାଣୁ-ଅସ୍ତ୍ରବହନକାରୀ ଜାହାଜବିରୋଧୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ଇରାନ ସେନା ଦାବି କରିଛି। 

China: ଆମେରିକା ଏବଂ ଇରାନ ଶାନ୍ତି ଚୁକ୍ତି ପାଳନ କରିବା ଉଚିତ୍ ବୋଲି ପରାମର୍ଶ ଦେଲା ଚୀନ୍

ଆଗାମୀ ଦିନରେ ଆମେରିକାର ଆଞ୍ଚଳିକ ଘାଟି, ବ୍ୟବସାୟିକ ସ୍ୱାର୍ଥ ଥିବା ପ୍ରତିଷ୍ଠାନ ଓ ସ୍ଥାନୀୟ କମ୍ପାନିଗୁଡ଼ିକୁ ଇରାନ ନିଶାଣ କରିପାରେ। ପରମାଣୁ ନୀତି ସମ୍ପର୍କରେ ରେଜାଇ କହିଛନ୍ତି ଯେ ଇରାନ ପରମାଣୁ ଅପ୍ରସାରଣ ଚୁକ୍ତି (ଏନ୍‌ପିଟି)ରୁ ଓହରିବାକୁ ନିଷ୍ପତ୍ତି ନେଇନାହିଁ, ମାତ୍ର ଆମେରିକାର ପଦକ୍ଷେପ ଏଭଳି ନିଷ୍ପତ୍ତି ପାଇଁ ବାଧ୍ୟ କରିପାରେ। ଇରାନର ପରମାଣୁ ସିଦ୍ଧାନ୍ତ ଅପରିବର୍ତ୍ତିତ ରହିଛି ଏବଂ ପରମାଣୁ ଅସ୍ତ୍ର ନିଷିଦ୍ଧ କରୁଥିବା ଧାର୍ମିକ ଆଦେଶକୁ ଦେଶ ମାନି ଚାଲିଛି। ସେହିପରି ବାବ୍ ଅଲ୍-ମନ୍ଦେବ୍ ପ୍ରଣାଳୀ ବନ୍ଦ କରିବା ଚର୍ଚ୍ଚାକୁ ସେ ପ୍ରତ୍ୟାଖ୍ୟାନ କରି ଏହା ହୁତି ଆନ୍ଦୋଳନ ସହ ଜଡ଼ିତ ୟେମେନର ବିଷୟ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.