S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘର ୮୧ତମ ସାଧାରଣ ଅଧିବେଶନ (ୟୁଏନ୍‌ଜିଏ)ରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ସେପ୍ଟେମ୍ବର ୨୬ ତାରିଖରେ ଜୟଶଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ବୋଲି ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ନିଜର ଆମେରିକା ଗସ୍ତ କାଳରେ ଜୟଶଙ୍କର ବିଭିନ୍ନ ବହୁପାକ୍ଷିକ ଏବଂ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।

ମିଳିତ ଜାତିସଂଘର ସୂଚନା ଅନୁଯାୟୀ, ଚଳିତ ୮୧ତମ ଅଧିବେଶନର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ସହଯୋଗର ପୁନରୁଦ୍ଧାର, ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ର ଅଗ୍ରଗତି ଏବଂ ଶାନ୍ତି, ଗୌରବ ଓ ସମାନତା ପାଇଁ ସାମୂହିକ ପଦକ୍ଷେପ ଗ୍ରହଣ କରିବା। ଏହି ଅଧିବେଶନରେ ବାଂଲାଦେଶର ଖଲିଲୁର ରହମାନ ଅଧ୍ୟକ୍ଷତା କରିବେ। ଚଳିତ ବର୍ଷର ସାଧାରଣ ସଭା ‘ବିଶ୍ୱାସର ପୁନଃପ୍ରତିଷ୍ଠା, ରୂପାନ୍ତରଣର ପରିଚାଳନା: ସମସ୍ତଙ୍କ ପାଇଁ ଫଳପ୍ରଦ ମିଳିତ ଜାତିସଂଘ’ ଆଭିମୁଖ୍ୟକୁ ଆଧାର କରି ଆୟୋଜିତ ହେଉଛି। ଆସନ୍ତା ସେପ୍ଟେମ୍ବର ୨୨ ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ବିତର୍କରେ ଜାତିସଂଘର ୧୯୩ଟି ସଦସ୍ୟ ଦେଶର ନେତା ଓ ବରିଷ୍ଠ ପ୍ରତିନିଧିମାନେ ଯୋଗଦେବେ।

୫ବର୍ଷ ପରେ ଚୀନ୍‌ ଗଲେ ଭାରତୀୟ ବୈଦଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ସୁଧୁରିବ କି ସମ୍ପର୍କ 

Read Entire Article
LEFT SIDEBAR AD

Hidden in mobile, Best for skyscrapers.