ARTICLE AD BOX
ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଗତ ୧୦ ଦିନ ହେଲା ପରିବେଶ କର୍ମୀ ସୋନମ୍ ୱାଙ୍ଗଚୁକ୍ ଅନଶନ କରୁଛନ୍ତି। କିନ୍ତୁ ଏବେ ୱାଙ୍ଗଚୁକ୍ଙ୍କ ଅନଶନ ଅପେକ୍ଷା ସମସ୍ତଙ୍କ ନଜର କକ୍ରୋଚ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ଉପରେ ଯାଉଛି।
ଆହୁରି ପଢନ୍ତୁ :Cricket:ଭାରତ ପାଇଁ କର ବା ମର; ଫେରିପାରନ୍ତି ସାମ୍ସନ୍
ଦିପକେ ୱାଙ୍ଗଚୁକ୍ଙ୍କ ନିକଟରେ ବସି ବ୍ରେଡ୍ ପକୋଡା ଓ ନୁଡୁଲ୍ସ ଖାଉଥିବାର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ମିମ୍ କରି ତାଚ୍ଛଲ୍ୟ ସୃଷ୍ଟି କରାଯାଉଛି। ସମାଲୋଚକମାନେ ପ୍ରଶ୍ନ କରିଛନ୍ତି ଯେ, ଦିପକେ ଓ ତାଙ୍କ ସହଯୋଗୀମାନେ ଖାଉଥିବାବେଳେ ୱାଙ୍ଗଚୁକ୍ କାହିଁକି ଅନଶନ କରୁଥିଲେ। ଜଣେ ଅନଶନକାରୀଙ୍କ ନିକଟରେ ଖାଦ୍ୟ ନେଇ ରଖିବାକୁ ମଧ୍ୟ ଅନେକ ସମାଲୋଚନା କରିଛନ୍ତି। ଦିପ୍କେ ରବିବାର ୱାଙ୍ଗଚୁକ୍ଙ୍କ ନିକଟରେ ବସି କଚୋଡ଼ି ଖାଉଥିଲେ।
ଆହୁରି ପଢନ୍ତୁ :Ayodhya:ଚାରି ଦଶନ୍ଧି ତଳେ କାଶୀ ବିଶ୍ବନାଥ ମନ୍ଦିରରେ ହୋଇଥିଲା ଚୋରି
ତେବେ ଗଣମାଧ୍ୟମରେ ଦିପ୍କେ ଏହାର ଜବାବରେ କହିଛନ୍ତି ଯେ, ଭିଡିଓଗୁଡ଼ିକୁ ପ୍ରସଙ୍ଗ ବାହାରେ ପ୍ରସାରିତ କରାଯାଉଛି। ଦଳର କୋର୍ ଟିମ୍ ଅନଶନରୁ ନିବୃତ୍ତ ରହିଥିଲେ ଯଦ୍ବାରା ପ୍ରତିବାଦ ସୁରୁଖୁରୁରେ ଜାରି ରହିପାରିବ। ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଉପରେ ମଧ୍ୟ ଚିନ୍ତା ପ୍ରକାଶ କରି ଦିପ୍କେ କହିଛନ୍ତି ଯେ, ସେ ତାଙ୍କୁ ଅନଶନ ସମାପ୍ତ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ୱାଙ୍ଗଚୁକ୍ ମନା କରିଦେଇଥିଲେ।

1 month ago
16


