ARTICLE AD BOX
ଜଳେଶ୍ଵର (ସତ୍ୟବ୍ରତ ପ୍ରଧାନ):ବାଲେଶ୍ଵରଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ରବିବାର ରାତିରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର। ଘଟଣାଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ବିବରଣୀ ରୁ ପ୍ରକାଶ ଯେ ଗତକାଲି ରାତିରେ କପାସୁଦା ଗାଁର ସ୍ବର୍ଗତ ନରେନ୍ଦ୍ର ଜେନାଙ୍କ ପତ୍ନୀ ରାଧିକା (୬୫), ନାତି ଜ୍ୟୋତି ପ୍ରକାଶ ସ୍ବାଇଁ(୧୮), ନାତୁଣି ସ୍ମୃତିରେଖା ସ୍ବାଇଁ (୧୮) ସୁବୁ ଦିନ ପରି ଘରର ଦୁଆରରେ ଶୋଇଥିଲେ। ତେବେ ରାତି ପାଖାପାଖି ସାଢେ ୯ଟା ସମୟରେ ତାଙ୍କ ପୌଡଶୀ ବଂଶୀଧର ଜେନା ଓ ଗଙ୍ଗାଧର ଜେନାଙ୍କ ଘରର କାନ୍ଥ ରାଧିକାଙ୍କ ଆଜବେଷ୍ଟସ ଛପର ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ରାଧିକା ଓ ଜ୍ୟୋତି ପ୍ରକାଶ ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ମୃତିରେଖା ଗୁରତର ହୋଇଛନ୍ତି। ଜ୍ୟୋତି ପ୍ରକାଶ ଓ ସ୍ମୃତିରେଖା ଉଭୟ ଯାଆଁଳା ଭାଇଭଉଣୀ ବୋଲି ଜଣା ପଡିଛି।
ଶୋଇଥିବା ଅବସ୍ଥାରେ ଘର କାନ୍ଥ ପଡ଼ି ଦମ୍ପତି ମୃତ, ଝିଅ ଗୁରୁତର
ସେହିପରି ସେହି ଘର ଭିତରେ ରାଧିକା ଙ୍କ ପୁତ୍ର ଉତ୍ତମ(୩୧),ପୁତ୍ରବଧୂ ଦେବୀରାଣୀ (୨୫), ଦୁଇ ନାତୁଣୀ ଅନନ୍ୟା (୫), ଆରୋଧ୍ୟା (୨ ମାସ) ମଧ୍ୟ ଶୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉତ୍ତମ ଓ ଆରୋଧ୍ୟା ମଧ୍ୟ ଆହତ ହୋଇଛନ୍ତି। ଘରର ସମସ୍ତ ଆସବାବପତ୍ର କାନ୍ଥ ତଳେ ଚାପି ହୋଇ ନିଶ୍ଚିହ୍ନ ହୋଇଯାଇଛି।ଖବର ପାଇ ଜଳେଶ୍ୱର ବିଡିଓ ଗୌରାଙ୍ଗ ଚରଣ ଘୋଷ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଓ ବହୁ ରାଜନେତା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ରେ ପହଞ୍ଚି ଗୁରତର ଓ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

1 hour ago
1


