Voter List Irregularities: ଭୋଟର ତାଲିକାରେ ହେରଫେର: ଧାମନଗର ନିର୍ବାହୀ ଅଧିକାରୀ ନିଲମ୍ବିତ

44 minutes ago 1
ARTICLE AD BOX

ବିଏଲ୍‌ଓଙ୍କ ପରିଚୟପତ୍ର, କ୍ରେଡେନ୍ସିଆଲ୍‌ ଓ ଓଟିପି ବ୍ୟବହାର କରି ଫର୍ମ-୭ ଦାଖଲ ଅଭିଯୋଗ; ଶୃଙ୍ଖଳାଗତ ତଦନ୍ତ ଆରମ୍ଭ

ଭଦ୍ରକ: ଧାମନଗର ଏନ୍‌ଏସିରେ ଭୋଟର ତାଲିକା ସଂଶୋଧନକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବିଏଲ୍‌ଓଙ୍କ ପରିଚୟପତ୍ର, ଲଗ୍‌ଇନ୍‌ କ୍ରେଡେନ୍ସିଆଲ୍‌ ଓ OTPର ଅନଧିକୃତ ବ୍ୟବହାର କରି ଭୋଟର ତାଲିକାରୁ ନାମ ବାଦ ପାଇଁ ଫର୍ମ-୭ ଦାଖଲ ଓ ଅପଲୋଡ୍‌ କରାଯାଇଥିବା ଅଭିଯୋଗକୁ ନେଇ ଧାମନଗର ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଇଆର୍‌ଓ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ହୋଇଛି। ନିଲମ୍ବନ ସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। 

Odisha Voter List Revision 2026 ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬: ଅଗଷ୍ଟ ୧୯ ଯାଏଁ  ହୋଇପାରିବ ଆବେଦନ

ଏହି ଘଟଣାରେ ନିର୍ବାଚନ ଆୟୋଗ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମତି ପରେ ନିଲମ୍ବନ ପାଇଁ ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କ ପକ୍ଷରୁ ସୁପାରିସ କରାଯାଇଥିଲା। ଅଭିଯୋଗର ଗୁରୁତ୍ୱ ଦୃଷ୍ଟିରୁ ଶୃଙ୍ଖଳାଗତ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନିଲମ୍ବନ ଜାରି ରଖିବାକୁ ପଦକ୍ଷେପ ନିଆଯାଇଛି।

ଫର୍ମ-୭ ହେଉଛି ଭୋଟର ତାଲିକାରୁ ନାମ ବାଦ ପାଇଁ ବ୍ୟବହୃତ ବୈଧ ଆବେଦନ। ଏହି ପ୍ରକ୍ରିୟାରେ BLOଙ୍କ ଅଧିକାରିକ ପରିଚୟ ଓ OTP ବ୍ୟବହାର ନେଇ ଅଭିଯୋଗ ଉଠିବା ଘଟଣାକୁ ଅଧିକ ଗୁରୁତର କରିଛି। ତେବେ ଅଭିଯୋଗଗୁଡ଼ିକର ଅନ୍ତିମ ସତ୍ୟତା ଶୃଙ୍ଖଳାଗତ ତଦନ୍ତ ପରେ ସ୍ପଷ୍ଟ ହେବ।

Voter list: ପରିଗଣନା ଫର୍ମ ପୂରଣ କରି ନ ଥିଲେ ଭୋଟର ତାଲିକାରୁ ନାମ କଟିଯିବ: ଜୁନ୍ ୨୮ ସୁଦ୍ଧା ଫର୍ମ ପୂରଣ କରି ଦେବାକୁ ହେବ

ନିଲମ୍ବନ ଘଟଣା ପରେ ଧାମନଗର ଏନ୍‌ଏସିର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ମଧ୍ୟ ଚର୍ଚ୍ଚା ତୀବ୍ର ହୋଇଛି। କାହାର ନାମ ବାଦ ପାଇଁ କେଉଁ ପ୍ରକ୍ରିୟା ଅନୁସରଣ ହୋଇଥିଲା, କେଉଁ କ୍ରେଡେନ୍ସିଆଲ୍‌ରୁ ଆବେଦନ ଅପଲୋଡ୍‌ ହୋଇଥିଲା ଏବଂ ଓଟିପି କିପରି ବ୍ୟବହୃତ ହୋଇଥିଲା—ତଦନ୍ତରେ ଏସବୁ ଦିଗ ଗୁରୁତ୍ୱ ପାଇବ ବୋଲି ଜଣାପଡ଼ିଛି।

Voter List: ଏହା କନିଷ୍ଠ କର୍ମଚାରୀଙ୍କ ତ୍ରୁଟି ନୁହେଁ, ରାଜନୈତିକ ପ୍ରତିଶୋଧ: ରାଘବ ଚଢା
ଏହି କାର୍ଯ୍ୟାନୁଷ୍ଠାନ ପରେ ଧାମନଗର ଏନ୍‌ଏସିର ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ଉଠିଥିବା ବିବାଦ ଏବେ ରାଜନୈତିକ ହଟଚମଟର କେନ୍ଦ୍ରବିନ୍ଦୁ ପାଲଟିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.