ARTICLE AD BOX
ଅଭିଯୁକ୍ତ ନାଁରେ ୭ ରାଜ୍ୟରେ ମାମଲା
ରାଉରକେଲା (ଦେବ ଗଡ଼ତିଆ): ଶିକ୍ଷା ଅଣ୍ଡର୍ମେଟ୍ରିକ୍ ମାତ୍ର କାରନାମା ଲମ୍ବିଛି ଦିଲ୍ଲୀ ଯାଏ। ନିଜର ସାଙ୍ଗସାଥୀ ତଥା ପାଖପଡ଼ୋଶୀଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। ଆଉ ସେହି ଆକାଉଣ୍ଟ ଜରିଆରେ ସାଇବର ଠକ ସିଣ୍ଡିକେଟ୍ ଲକ୍ଷଲକ୍ଷ ଟଙ୍କା ନେଣଦେଣ କରୁଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ସାଇବର ଠକେଇ ରାକେଟ୍ର ପର୍ଦ୍ଦାଫାସ କରିଛି ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ପୁଲିସ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି।
Cyber Fraud ସାଇବର ଠକେଇ: ନିବେଶ ନାମରେ କୋଟିଏ ଠକି ନେଇଥିବା ଦମ୍ପତି ଗିରଫ
ଅଭିଯୁକ୍ତମାନେ ହେଲେ ରାଉରକେଲା ରେଲଓ୍ବେ କଲୋନିର ଶେଖ ଅମାନ(୨୨) ଓ ନୂଆ ବସଷ୍ଟାଣ୍ଡ ଅଞ୍ଚଳର ଯଶରାଜ ସିଂ(୨୪)। ସେମାନଙ୍କଠାରୁ ଗୋଟିଏ ସ୍କୁଟି(ଓଡି-୧୪ଏଏମ୍-୯୦୩୬), ୨ଟି ମୋବାଇଲ୍, ୩ଟି ଆଧାର କାର୍ଡ, ଏଟିଏମ୍, ବ୍ୟାଙ୍କ ପାସ୍ବୁକ୍ ଆଦି ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଏନେଇ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସ୍ମିଟରେ ଏସ୍ପି ନୀତେଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି। ତାଙ୍କ ସହ ଅତିରିକ୍ତ ଏସ୍ପି ଶ୍ରାବଣୀ ନାୟକ, ଜୋନ୍-୨ ଡିଏସ୍ପି ଯତୀନ୍ଦ୍ରନାଥ ସେଠୀ ଓ ବନ୍ଧମୁଣ୍ଡା ଥାନାଧିକାରୀ ରଞ୍ଜନ ନାୟକ ମଧ୍ୟ ଉପସ୍ଥିତ ଥିଲେ।
Cyber fraud: ୧୫.୭୧ କୋଟିର ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ, ୯ ଗିରଫ
ସୂଚନାନୁଯାୟୀ, ଅମାନ ଓ ଯଶରାଜ ହେଉଛନ୍ତି ପୁରୁଣା ବନ୍ଧୁ। କିଛି ମାସ ପୂର୍ବରୁ ଏକ ଅନ୍ତଃରାଜ୍ୟ ସାଇବର ଠକେଇ ସିଣ୍ଡିକେଟ୍ ଉଭୟଙ୍କୁ ଯୋଗାଯୋଗ କରିଥିଲେ। ମ୍ୟୁଲ୍ ଆକାଉଣ୍ଟ ଖୋଲି ସିଣ୍ଡିକେଟ୍କୁ ଯୋଗାଇଦେଲେ ଆକାଉଣ୍ଟ ପିଛା ୧୫ ହଜାର ଟଙ୍କା ମିଳିବ ବୋଲି ଲୋଭ ଦେଇଥିଲେ। ପରେ ଉଭୟ ସାଙ୍ଗ ମିଶି ଟଙ୍କା ରୋଜଗାର କରିବାର ସର୍ଟକର୍ଟକୁ ବାଟକୁ ବାଛି ସହରର ବିଭିନ୍ନ ଅଞ୍ଚଳ ବୁଲି ବେକାରୀ ଯୁବକଙ୍କୁ ଟାର୍ଗେଟ୍ କରି ଆକାଉଣ୍ଟ ଖୋଲା କରୁଥିଲେ। ଏହିଭଳି ବନ୍ଧମୁଣ୍ଡା ଅଞ୍ଚଳରେ ଆକାଉଣ୍ଟ ଖୋଲିବାକୁ ଯାଇଥିବାବେଳେ ପୁଲିସକୁ ଜଣାପଡ଼ିଥିଲା। ଉଭୟଙ୍କୁ ପୁଲିସ କାବୁ କରି ପଚରାଉଚରା କରିବାରୁ ସାଇବର ଠକେଇ ରାକେଟ୍ ସମ୍ପର୍କରେ ଜଣାପଡ଼ିଥିଲା। ତେବେ ଉଭୟ ମିଶି ୨୧ରୁ ଅଧିକ ଆକାଉଣ୍ଟ ବିକ୍ରି କରିଥିବାବେଳେ ୪ଟି ଆକାଉଣ୍ଟର ତଥ୍ୟ ପୁଲିସ ହାତ ଲାଗିଛି। ଏହି ୪ଟି ଆକାଉଣ୍ଟ ନାଁରେ ୨୦ରୁ ଅଧିକ ମାମଲା ରହିଥିବା ଜାତୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ୍(ଏନ୍ସିଆର୍ପି)ରେ ସୂଚନା ରହିଛି। ଯେଉଁଥିରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କା କାରବାର ହୋଇଥିବା ଏସ୍ପି ସୂଚନା ଦେଇଛନ୍ତି।
Cyber Fraud Gang ମୋମୋ ଦୋକାନ ଆଢ଼ୁଆଳରେ ଚଳାଉଥିଲେ ଆନ୍ତଃରାଜ୍ୟ ସାଇବର ଠକେଇ, ଝାଡ଼ଖଣ୍ଡରୁ ୪ ଗିରଫ
ଅନ୍ୟ ଆକାଉଣ୍ଟଗୁଡ଼ିକ ତଥ୍ୟ ଖୁବ୍ଶୀଘ୍ର ଆସିବ। ଅନ୍ୟାନ୍ୟ ରାଜ୍ୟରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ମଧ୍ୟ ଶୀଘ୍ର କାବୁ କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ବର୍ଷେ ହେଲା ଫେକ୍ ବା ମ୍ୟୁଲ୍ ଆକାଉଣ୍ଟ କାରବାର ଉପରେ ରାଉରକେଲା ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ବର୍ଷକ ମଧ୍ୟରେ ୨୮୨ଟି ମାମଲା ରୁଜୁ ହୋଇସାରିଛି।

43 minutes ago
1


