Two Armed Robbery ସଶସ୍ତ୍ର ଦୁଇ ଡକାୟତ ଗିରଫ, ମାରଣାସ୍ତ୍ର ଓ ଲକ୍ଷାଧିକ ଟଙ୍କା ଜବତ

37 minutes ago 1
ARTICLE AD BOX

ରାଇରଙ୍ଗପୁର/ବାସିଙ୍ଗି: ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳରେ ଆଜି (ମଙ୍ଗଳବାର) ରାଇରଙ୍ଗପୁର ପୁଲିସ ଚଢ଼ାଉ କରି ଦୁଇ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଦୁଇଟି କାର୍‌, ମାରଣାସ୍ତ୍ର ଓ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି। 

Khudputuli Robbery and Murder Case: ଖୁଦପୁଟୁଳି ଡକାୟତି ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ କଲୋନୀ ସାହିରେ ଏକ ଫର୍ଚୁନର ଓ ସ୍ୱିଫ୍ଟ ଡିଜାୟର କାରରେ ଡକାୟତ ମାନେ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଦୁଇ ଡକାୟତଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ଜବତ କାରରୁ ଏକାଧିକ ଅଫୁଟା ଗୁଳି, ଖଣ୍ଡା, ବିଭିନ୍ନ ମାରଣାସ୍ତ୍ର ଓ ଲକ୍ଷାଧିକ ନଗଦ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତ ପୋଡଶୀ ଝାଡ଼ଖଣ୍ଡ ରାଜ୍ୟର ବୋଲି ସନ୍ଦେହ କରାଯାଉଛି। ସେମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ପୋଲିସ ସନ୍ଦେହ କରୁଛି ଏବଂ ପଚରାଉଚରା ଜାରି ରହିଛି। ଗିରଫ ଡକାୟତ ଓ ଜବତ କାର ବହଳଦା ଥାନାରେ ଅଟକ ରଖାଯାଇଛି।  ତେବେ ଅନ୍ୟ ତଥ୍ୟ ଆସନ୍ତାକାଲି ସୁଦ୍ଧା ମିଳିବ ବୋଲି ସୂଚନା ମିଳିଛି । 

ନରସିଂହପୁର-ବଡ଼ମ୍ବାରେ ଡକୟତି, ରାହାଜାନି, ଲୁଟ୍‌ ଘଟଣା; ଡକାୟତ ଗ୍ୟାଙ୍ଗ୍‌ର ୫ ଗିରଫ

ଏନେଇ ରାଇରଙ୍ଗପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାର ପୋଲିସ ସଜାଗ ରହିଛି । ତେବେ ସେମାନେ କେଉଁଠି ଡକାୟତି,ହତ୍ୟା କିମ୍ବା କଣ ଯୋଜନା କରୁଥିଲେ , ସେନେଇ ଗିରଫ ଡକାୟତଙ୍କୁ ପୋଲିସ ପଚରାଉଚୁରା ଜାରି ରଖିଛି । ତେବେ ଏଥିରେ ଡକାୟତି ସାମିଲ ଥିବାର ସନ୍ଦେହ କରାଯାଉଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.