Supreme court: ସମ୍ଭଲ ହିଂସା ଅଭିଯୁକ୍ତଙ୍କ ଅଟକ ମାମଲା: ବେଆଇନ ଅଟକ ପାଇଁ ୟୁପି ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କଲେ ସୁପ୍ରିମ୍‌କୋର୍ଟ

39 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ୨୦୨୪ ମସିହାରେ ଘଟିଥିବା ହିଂସା ମାମଲାର ଅଭିଯୁକ୍ତ ମୁଲ୍ଲା ଅଫରୋଜଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ଅଧୀନରେ ଜାରି ଆଦେଶକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରଦ୍ଦ କରିଛନ୍ତି। ଏଥିସହ ଅବୈଧ ଭାବେ ଅଭିଯୁକ୍ତଙ୍କୁ ଅଟକ କରାଯାଇ ଥିବାରୁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ଶୀଳ ନାଗୁଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ମାମଲାଟି ‘ମୁଲ୍ଲା ଅଫରୋଜ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ଓ ଅନ୍ୟମାନେ’ ଭାବେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିଲା। ଅଫରୋଜଙ୍କ ପକ୍ଷରୁ ଆଇନଜୀବୀ ଦିବ୍ୟେଶ ପ୍ରତାପ ସିଂହ ପକ୍ଷ ରଖିଥିବା ବେଳେ କେନ୍ଦ୍ର ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ କେଏମ୍ ନଟରାଜ ଉପସ୍ଥିତ ଥିଲେ। ସମ୍ଭଲର ଶାହି ଜାମା ମସଜିଦରେ ଅଦାଲତଙ୍କ ନିର୍ଦ୍ଦେଶରେ ସର୍ଭେ ଚାଲିଥିବା ବେଳେ ୨୦୨୪ ନଭେମ୍ବର ୨୪ରେ ହିଂସା ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଫରୋଜଙ୍କୁ ଘଟଣାର ପ୍ରାୟ ୫୪ ଦିନ ପରେ, ୨୦୨୫ ଜାନୁଆରି ୧୭ରେ ଗିରଫ କରାଯାଇଥିଲା। ପୁଲିସ ହେପାଜତରେ ତାଙ୍କ ଦ୍ୱାରା କରାଯାଇଥିବା କଥିତ ସ୍ୱୀକାରୋକ୍ତିକୁ ଗିରଫର ଆଧାର କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ସେ ଜେଲ୍‌ରେ ଥିବା ସମୟରେ ସମ୍ଭଲ ଜିଲ୍ଲାପାଳ ୨୦୨୫ ଅକ୍ଟୋବର ୧୩ରେ ଏନ୍‌ଏସ୍‌ଏର ଧାରା ୩(୨) ଅନୁଯାୟୀ ତାଙ୍କ ବିରୋଧରେ ଅଟକ ଆଦେଶ ଜାରି କରିଥିଲେ। ଆହ୍ଲାବାଦ ହାଇକୋର୍ଟ ୨୦୨୬ ଜୁନ୍ ୮ରେ ଏହି ଆଦେଶକୁ ବଜାୟ ରଖିବା ପରେ ଅଫରୋଜ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ।

Judgement: ଔଷଧ ଦାମ୍‌ରେ ୧୦ ଗୁଣ ଫରକ ନେଇ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧସୁପ୍ରିମ୍‌କୋର୍ଟରେ ଅଫରୋଜଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ପୁଲିସ ହେପାଜତରେ ଦିଆଯାଇଥିବା ସ୍ୱୀକାରୋକ୍ତି ଆଇନତଃ ଗ୍ରହଣୀୟ ନୁହେଁ। ଏହାକୁ ଆଧାର କରି କାହାକୁ ଅଟକ ରଖାଯାଇପାରିବ ନାହିଁ। ଏଥିସହ କେବଳ ପୂର୍ବରୁ ଥିବା ଆପରାଧିକ ମାମଲା କିମ୍ବା ଭବିଷ୍ୟତରେ ଆଇନଶୃଙ୍ଖଳା ଭଙ୍ଗ ଆଶଙ୍କା ଆଧାରରେ ଏନ୍‌ଏସ୍‌ଏ ଲାଗୁ କରାଯାଇପାରିବ ନାହିଁ। ଅଫରୋଜ ପୁଲିସ ଗୁଳିଚାଳନା ଘଟଣାର ମଧ୍ୟ ନିରପେକ୍ଷ ତଦନ୍ତ ହୋଇନଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଉତ୍ତରପ୍ରଦେଶ ସରକାର କହିଥିଲେ ଯେ ଅଫରୋଜଙ୍କ ମୁକ୍ତି ହେଲେ ପୁଣି ହିଂସା କିମ୍ବା ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିଲା। ତେବେ ସେପ୍ଟେମ୍ବର ୮ରେ ଶୁଣାଣି ସମୟରେ ଖଣ୍ଡପୀଠ ପୁଲିସ ହେପାଜତରେ ଦିଆଯାଇଥିବା ସ୍ୱୀକାରୋକ୍ତିକୁ ଅଟକର ଆଧାର କରାଯାଇପାରିବ କି ନାହିଁ, ସେ ନେଇ ପ୍ରଶ୍ନ ଉଠାଇଥିଲେ। ସେହିଦିନ ରାୟ ସଂରକ୍ଷିତ ରଖାଯାଇଥିଲା।

ମଙ୍ଗଳବାର ରାୟ ପ୍ରକାଶ କରି ଖଣ୍ଡପୀଠ କହିଛନ୍ତି ଯେ କଥିତ ସ୍ୱୀକାରୋକ୍ତିକୁ ଏକମାତ୍ର ଆଧାର କରି ଅଟକ ଆଦେଶ ଦିଆଯାଇପାରିବ ନାହିଁ। ଏହି ମାମଲାରେ କର୍ତ୍ତୃପକ୍ଷ ଉପଯୁକ୍ତ ତଥ୍ୟ ବିଚାରକୁ ନେଇନଥିବାରୁ କ୍ଷମତାର ଆଇନସମ୍ମତ ପ୍ରୟୋଗ ହୋଇନଥିବା କୋର୍ଟ କହିଛନ୍ତି। ତେଣୁ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରି ଅଫରୋଜଙ୍କ ଏନ୍‌ଏସ୍‌ଏ ଅଧୀନରେ ଅଟକ ଆଦେଶ ଖାରଜ କରାଯାଇଛି। ରାୟ ପ୍ରକାଶ ସମୟରେ ବିଚାରପତି ଦୀପଙ୍କର ଦତ୍ତ ତାଙ୍କ ଆଇନ ସହାୟକ ରିତ୍ୱିକ ଦେଶୱାଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ। ୨୭ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଏହି ଆଇନ ସହାୟକଙ୍କୁ ରାୟଟି ସମର୍ପିତ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.